ଯୁବ ଗର୍ଜନ ସମାବେଶରେ ସତ୍ୟପ୍ରକାଶଙ୍କୁ ବିପୁଳ ସମର୍ଥନ ଦେଖି ବିଜେଡି ନେତାଙ୍କ ଛାତି ଧକ୍ ଧକ୍

ରାଜନୀତି
  • 2018-12-14 06:44:23
  • 1355

କାନଭାସ୍ ଓଡିଶା(ବ୍ୟୁରୋ) : ଦିନ ଥିଲା ପରଦା ପଛର ନେପଥ୍ୟ ନାୟକ ସାଜି ନିଜର ପ୍ରଶ୍ନ ବାଣରେ ଅନେକ ନେତା, ମନ୍ତ୍ରୀ, ଅଫିସର ମାନଙ୍କୁ ଘାଇଲା କରିଥିବା ଓଡିଶାର ଆଗଧାଡିର ବରିଷ୍ଟ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କୁ ନେଇ ଏବେ ଓଡିଶା ରାଜନିତୀରେ ସୃଷ୍ଟି ହୋଇଛି ହଟଚମଟ୍ । ନିକଟରେ ସାମ୍ବାଦିକତାରୁ କଂଗ୍ରେସ ଦଳରେ ଯୋଗଦାନ କରିବା ପରେ ବିଭିନ୍ନ ସ୍ଥାନରେ ହେଉଥିବା ସମାବେଶରେ ସରକାରଙ୍କ ଦୁର୍ନିତି ବିରୋଧରେ ଉଦବୋଧନ ଦେଇ ଲୋକଙ୍କ ସାମ୍ନାକୁ ଆଣି ସୃଷ୍ଟି କରିଛନ୍ତି ଆଉ ଗୋଟେ ଅଧ୍ୟାୟ । ସେ ଯାହା ହେଉ, ଗତ କାଲି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କିଛି ସ୍ଥାନୀୟ ଯୁବକମାନେ ଏକ ଯୁବ ଗର୍ଜନ ସମାବେଶର ଆୟୋଜନ କରିଥିଲେ, ଯାହାକି କଂଗ୍ରେସ ବ୍ୟାନରରେ ହୋଇନଥିଲା । ୮୦୦ ମୋଟର ସାଇକେଲ୍, ୩୦ଟି ବୋଲେରୋ ଗାଡି, ୧୦୦୦ରୁ ଅଧିକ ସମର୍ଥକଙ୍କୁ ନେଇ ଏହି ବିରାଟ ଶୋଭାଯାତ୍ରାକୁ ନେଇ ଭଦ୍ରକ ଜିଲ୍ଲାରେ ରାଜନୀତି ପାଣିପାଗ ପୁରା ସରଗରମ ରହିଛି । ଶୁଣିବାକୁ ମିଳୁଛି, ଲୋକମାନେ କଥା ହେଉଛନ୍ତି ଏଥର ସତ୍ୟ ଭାଇ ପକ୍କା ଆସିବେ । କଥାଟା ବୁଝି ପାରିଲେନି ବୋଧେ । ଆଜ୍ଞା ହଁ ଏକଥା ଆମେ କହୁନୁ, ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଯାହା ରାଜନୀତି ଉସ୍ମତା ଦେଖାଦେଇଛି ସେଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପ୍ରଥମ ପସନ୍ଦ ସତ୍ୟପ୍ରକାଶ ନାୟକ । ଯଦିଓ ପିସିସି ପକ୍ଷରୁ ଏ ସମ୍ବଦ୍ଧରେ କିଛି ସୂଚନା ଦିଆଯାଇନାହିଁ, ଏହା ସୁନିଶ୍ଚିତ ହେବାକୁ ପଡିବ ଯେ ସତ୍ୟପ୍ରକାଶଙ୍କ ପାଇଁ ବିଧାନସଭା ବାଟ ଏବେ ସଫା । ବନ୍ତ ଛକଠାରେ ହୋଇଥିବା ଏହି ବିଶାଳ ସମାବେଶଟି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କେନ୍ଦୁଆପଦା ଛକଠାରୁ ଶୋଭାଯାତ୍ରା ବାହାରି ଷେଣ୍ଢତୀରା, ନୀଳକ ଦେଇ, ବନ୍ତ ବଜାର ସମାବେଶରେ ପହଞ୍ଚିଥିଲା । ସାମ୍ବାଦିକତାରୁ ରାଜନୀତିରେ ଯୋଗଦେବାପରେ ସତ୍ୟ ନାୟକଙ୍କୁ କଂଗ୍ରେସ ଦଳ ଗୁରୁତ୍ୱପୂର୍ଣ୍ଣ ମିଡିଆ ସେଲ୍‍ର ଅଧ୍ୟକ୍ଷ ସହ ଇସ୍ତାହାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଭଣ୍ଡାରିପୋଖରୀ ରୁ ଦୁଇ ଦୁଇ ଥର ନିର୍ବାଚିତ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଓ ଦଳୀୟ କନ୍ଦଳ ଘେରରେ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପ୍ରଫୁଲ୍ଲ ବିରୋଧୀ ହାୱା ମଧ୍ୟ ତୀବ୍ର ହୋଇ ବହିବାରେ ଲାଗିଛି । ଅନ୍ୟପଟେ ସାମ୍ବାଦିକ ଭାବେ ସତ୍ୟ ବିଗତ ଦିନରେ ପ୍ରଫୁଲ୍ଲ ସାମଲଙ୍କ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗରେ ଖୁଲାସା କରି ସେ ଅଞ୍ଚଳରେ ବେଶ ସାଧୁବାଦ ର ପାତ୍ର ହୋଇଥିଲେ ସେ । ବୁଧବାରର ଏହି ପାୱାର ପରେ ସତ୍ୟପ୍ରକାଶ ଭଣ୍ଡାରିପୋଖରୀର ଆଗାମୀ ଭବିଷ୍ୟତ ବୋଲି ଚର୍ଚ୍ଚା ବେଶ ଜୋର ଧରିଛି ।