ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ

ଅଭିଯୋଗ
  • 2018-12-10 20:42:02
  • 236

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ସମାରୀ ହନ୍ତାଳ। ସ୍ବର୍ଗତ ଅଦିଆ ହନ୍ତାଳଙ୍କ ସ୍ତ୍ରୀ ସମାରୀଙ୍କୁ ବୟସ ୭୦ ଟପିଲାଣି । ଏଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନି । ତାଙ୍କର ଆଧାର କାର୍ଡ କିମ୍ବା ଭୋଟ ପରିଚୟପତ୍ର ନାହିଁ । ତାଙ୍କ କାନକୁ ଭଲ ଶୁଭୁନାହିଁ କି ଆଖିକୁ ଭଲ ଦେଖାଯାଉନାହିଁ । ଗ୍ରାମବାସୀ ଯେତେବେଳେ ଯିଏ ଯାହା ଦେଲେ ତାହା ଖାଇ ବଞ୍ଚିବା ହୋଇଛି ତାଙ୍କ ପାଇଁ ଅବଲମ୍ବନ । ବେଳେବେଳେ ଜଙ୍ଗଲି କରଡି ଶିଝାଇ ଖାଇଥାନ୍ତି ସମାରୀ । ରାନ୍ଧିବା ଲାଗି ସରଞ୍ଜାମ ଅଭାବ ହେତୁ ଖଣ୍ଡିଏ ବାଡିରେ ସେ ରାନ୍ଧୁଥିବା ଖାଦ୍ୟକୁ ଘାଣ୍ଟି ପ୍ରସ୍ତୁତ କରିଥାନ୍ତି । ଏଯାଏ କୌଣସି ସରକାରୀ ସହାୟତା ସମାରୀଙ୍କୁ ମିଳିନି । ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେଇ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ବିଡିଓ ବିଶ୍ୱଜିତ୍‌ ବର୍ମନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ପିଇଓଙ୍କୁ ତାଙ୍କ ନିକଟକୁ ପଠାଇ ସରକାରୀ ସହାୟତା ବ୍ୟବସ୍ଥା କରିବେ ବୋଲି କହିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003