କାନଭାସରେ ମୁକ୍ତିପଦଙ୍କ ଯାଦୁ

ମନୋରଞ୍ଜନ
  • 2018-12-08 16:24:46
  • 290

କାନଭାସ୍ ଓଡିଶା(ବ୍ୟୁରୋ) : ଯୁବଶିଳ୍ପୀ ମୁକ୍ତିପଦ ନନ୍ଦୀଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ମର୍ଡନ ଆର୍ଟ ଗ୍ୟାଲେରୀଠାରେ ଉଦଘାଟନ ହୋଇଯାଇଛି । ୫ଦିନ ବ୍ୟାପି ଏହି ଏକକ ଚିତ୍ରକଳା ପ୍ରଦର୍ଶନୀରେ ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରୀୟା ଉଦଘାଟନ କରି ଶିଳ୍ପୀ ମୁକ୍ତିପଦଙ୍କ ଦ୍ୱାରା ପ୍ରକୃତିର ପରିସ୍ଥିତିକୁ ରଙ୍ଗ ଆଉ ତୁଳି ମାଧ୍ୟମରେ କାନଭାସରେ ଜୀବନ୍ତ ଋପକୁ ଶ୍ରୀଯୁକ୍ତ ବେଉରୀୟା ଉଚ୍ଚ ପ୍ରଶଂସା କରିଥିଲେ । ଉଚ୍ଚ କୋଟିର ରଙ୍ଗ ବିନ୍ୟାସ ଦ୍ୱାରା ବର୍ତ୍ତମାନ ବା ସମସାମୟିକ ଚିତ୍ରର ଭାଷାକୁ ଛବି ମାଧ୍ୟମରେ ଉପସ୍ଥାପନା କରି ଚିତ୍ରପ୍ରେମୀ ମାନଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଆଧୂନିକ ଚିତ୍ରକଳା ଶଇଳିରେ ରାଧା ଓ କୃଷ୍ଣଙ୍କର ଭାବ ବିନିମୟ ଏବଂ ଇଶ୍ୱର ଚେତନାର ଏକ ସୁକ୍ଷ୍ମ ଭାବାବେଗ ଗ୍ୟାଲେରୀ ପରିସରରେ ସୃଷ୍ଟି ହୋଇଥିଲା । ଶ୍ରୀ ନନ୍ଦୀ ରାଜ୍ୟ, ଜାତୀୟ ତଥା ସରକାରୀ ଓ ବେସରକାରୀ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନୀତ ହୋଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଶତାଧିକ ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।