ବାବାସାହେବ ଭୀମରାମଜୀ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଭୀମରାମଜୀଙ୍କ ସ୍ମୁତିଚାରଣ ଓ ଏଜି ଛକଠାରେ ପ୍ରତିମୂର୍ତୀରେ ମାଲ୍ୟାର୍ପଣ

ଟ୍ୱିନ୍ ସିଟି
  • 2018-12-06 18:27:58
  • 225

କାନଭାସ୍ ଓଡିଶା(ବ୍ୟୁରୋ) : ଆଜି ସମ୍ଭିଧାନ ନିର୍ମାତା ଭାରତୀୟ ସଂବିଧାନରୁ ମୁଖ୍ୟ ବିନ୍ଧାଣୀ ବାବାସାହେବ ଭୀମରାମଜୀ ଆମ୍ବେଦକରଙ୍କ ୧୨୭ ତମ ପରିନିର୍ବାଣ ଅବସରରେ ଭୁବନେଶ୍ୱରସ୍ଥିତ ଏଜି ଛକ ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାପର୍ଣ ପୂର୍ବକ ପାଳନ କରାଯାଇଛି । ୮ ଘଟିକା ସମୟରେ ବିଜେପି ରାଜ୍ୟ ସମ୍ପାଦକ ତଥା ଅନୁସୂଚୀତ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲ୍ଲ୍ୀପ୍ ମଲ୍ଲିକ୍ଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ବାବାସାହେବଙ୍କ ପ୍ରତିମୂର୍ତୀରେ ମାଲ୍ୟାପର୍ଣ କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟାରେ ଶ୍ରୀ ମଲ୍ଲିକ୍ ବାବାସାହେବଙ୍କ ସ୍ମୁତିଚାରଣ କରି ତାଙ୍କ ଜୀବନାଦର୍ଶ ବିଷୟରେ ଆଲୋକ ପାତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ ସମାଜରେ ସମାନତା, ସାର୍ବଭୋ÷ମତ୍ୱ, ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତନ୍ତ୍ରକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ସେଥିମଧ୍ୟରୁ ସମସ୍ତଙ୍କ ପାଇଁ ଶିକ୍ଷା, ମହିଳାମାନଙ୍କ ମାତୃତ୍ୱ କାଳିନ ସବେତନିକ ଛୁଟି ବ୍ୟବସ୍ଥା, ଶ୍ରମିିକ ମାନଙ୍କ ପାଇଁ ଗୋଟିଏ ଦିନ ଅର୍ଥାତ ୮ ଘଂଟା ସମୟକୁହିଁ ଦିନକର ମଜୁରୀ ବ୍ୟବସ୍ଥା, କରିଥିଲେ । ସେ ଏକାଧାରରେ ‘ଶିକ୍ଷା ସଂର୍ଘଷ ତଥା ସଂଗଠନ’ ଭଳି ସ୍ଲୋଗାନ ପ୍ରବର୍ତନ କରି ସମାଜକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ । ଆଜିର ସରକାର ତାଙ୍କ ସ୍ମୁତିକୁ ମନେପକାଇ ତାଙ୍କ କର୍ମ ଓ ଆଦର୍ଶକୁ ନେଇ ପଂଚତୀର୍ଥ ନାମକ ଏକ ଯୋଜନା ଲାଗୁକରିଛନ୍ତି । ସେଥିରେ ତାଙ୍କର ଜନ୍ମ ଭୂମି ମାହୋ, ତାଙ୍କ ଶିକ୍ଷା ଭୁମି ଲଣ୍ଡନ, ତାଙ୍କ ଦୀକ୍ଷା ଭୂମି ନାଗପୁର, ମହାପରିନିର୍ବାଣ ଭୂମି ଦିଲ୍ଲୀ, ଚୈତ ଭୂମି ମୁମ୍ବାଇ ଆଦକୁ ଚିର ସ୍ମରଣୀୟ କରି ଏହାକୁ ବିକଶିତ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି, ବୋଲି ଶ୍ରୀ ମଲ୍ଲିକ୍ କହିଥିଲେ । ବାବା ସାହେବଙ୍କ ୧୨୭ ତମ ପରିନିର୍ବାଣ ଅବସରରେ ବିଜେପି ଜନଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ମଲ୍ଲିକ୍ , ବିଜେପି ମୁଖପତ୍ର ବିଜେପି ବାର୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ୍ , ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବାଇଧର ମଲ୍ଲିକ୍, ଓ ବରଗଡ ବିଜେପି ନେତା ତଥା ସାଂସଦୀୟ କ୍ଷେତ୍ରର ପ୍ରାର୍ଥୀ ଶ୍ରୀ ସୁବାସ ଚ୍ୱୋ÷ହାନ ଆଦି ଉପସ୍ଥିତ ରହି ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୁତିଚାରଣ କରିଥିଲେ ରାଜ୍ୟ କାର୍ଯ୍ୟଳୟଠାରେ ଆୟୋଜିତ ଏହି ସ୍ମତିଚାରଣ ସଭାରେ ବହୁସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।