ସିବିଆଇ ତଦନ୍ତ ଦାବିରେ ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ସାମ୍ନାରେ ଧାରଣା

ରାଜ୍ୟ ଖବର
  • 2018-12-05 21:08:25
  • 281

କାନଭାସ୍ ଓଡିଶା(ବ୍ୟୁରୋ) : ବହୁ ଚର୍ଚ୍ଚିତ ନବକଳେବର ବ୍ରହ୍ମ ବିଭ୍ରାଟ, ଦାରୁଚୟନର ଫିକ୍ସିଂ ଏବଂ ବ୍ରହ୍ମ ପରିବର୍ତନର ଗୁପ୍ତ ନିୟମର ସହଶ୍ର ବର୍ଷର ପରମ୍ପରାକୁ ଭଙ୍ଗ କରିବା ଏବଂ ଏହି କାର୍ଯ୍ୟରେ ସରକାରଙ୍କ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ତତ୍କାଳନୀନ ଆଇନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ ସାହୁ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କର ସଂପୃକ୍ତି ଯୋଗୁଁ ଆଜି ମହାପ୍ରଭୁଙ୍କର ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଜିଲ୍ଲାରୁ ମହାପ୍ରଭୁଙ୍କର ଦାରୁ ଚୟନରୁ ସୃଷ୍ଟି ହୋଇଥିବା ବିିବାଦ ଏବଂ ଦାରୁ ଫିକ୍ସିରେ ସଂପୃକ୍ତି ଥିବା ବ୍ୟକ୍ତି ବିଶେଷ ରାଜନେତାଙ୍କୁ ଶୀଘ୍ର ଗିରଫ କରିବା ଓ ଏ ଘଟଣାରେ ସିବିଆଇ ତଦନ୍ତ କରିବାପାଇଁ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଓ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ଶ୍ରୀମତୀ ଶୁଭଶ୍ରୀ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଭୁବନେଶ୍ୱରରେ ଥିବା ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏପରିକି ଦାରୁ ଚିହ୍ନଟ କରିବା ସମସ୍ତ ନୀତିନିୟମ ଏବଂ ପରମ୍ପରାକୁ କାହା ଇଙ୍ଗିତରେ ଉଲଙ୍ଘନ କରାଗଲା ଏବଂ ବ୍ରହ୍ମ ବିଭ୍ରାଟ ରିପୋର୍ଟ କ’ଣ ପାଇଁ ସର୍ବସାଧାରରେ ପ୍ରକାଶ କରାଯାଉ ନାହିଁ ସେଥିପାଇଁ ଏକ ନିରପେକ୍ଷ ତଦନ୍ତ ଦାବିରେ ଏକ ପ୍ରତିନିଧି ମଣ୍ଡଳ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟି ଶ୍ରୀଯୁକ୍ତ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ଜଣାଇଥିଲେ । ତତ୍କାଳନୀ ଆଇନ ମନ୍ତ୍ରୀ ଶ୍ରୀ ସାହୁ ସବରପୁରୀ ମଧ୍ୟରେ ପ୍ରବେଶ କରି ଦଇତାପତି ମାନଙ୍କ ସହ ଆଲୋଚନା କରିବାର ଏବଂ ତାଙ୍କ କୋଳରେ ଶୟନ କରିଥିଲେ ତାହାର ଫଟୋଚିତ୍ର ସିବିଆଇ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସାହୁଙ୍କ ଚିଟଫଣ୍ଡ ମହାଦୁର୍ନୀତିର ସଂପୃକ୍ତିର ତଦନ୍ତକୁ ତ୍ୱରାନ୍ୱିତ କରିବାପାଇଁ ମଧ୍ୟ ଜଣାଇଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ କମଳ ଚରଣ ସାହୁ, ଜୟନ୍ତ ଭୋଇ, ଦୀପକ କୁମାର ମହାପାତ୍ର, ହୁସେନ ଖାଁ, ମନୋଜ କୁମାର ସାହୁ, ଭାଗୀରଥି ପଲେଇ, ବସନ୍ତ କୁମାର କର, ଦୀପକ ବେହେରା, ନବକିଶୋର ପ୍ରଧାନ, ରୁଦ୍ରମାଧବ ମିଶ୍ର, ନିଳାଚଂଳ ପାତ୍ର ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।