PLGA ସପ୍ତାହକୁ ବିରୋଧକରି କଳାହାଣ୍ଡିରେ ଲାଗିଲା ମାଓ ବିରୋଧି ପୋଷ୍ଟର

ରାଜ୍ୟ ଖବର
  • 2018-12-03 16:28:07
  • 231

କାନଭାସ୍ ଓଡିଶା(ବ୍ୟୁରୋ) : ଆଣ୍ଟି ନକ୍ସଲ ପିପୁଲସ ପିସ ଫୋର୍ସ ଜିଲ୍ଲା କମିଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ବନ୍ଧପଲ୍ଲୀରେ ଲାଗିଛି ଏହି ପୋଷ୍ଟର । ଯେଉଁଥିରେ ଲେଖାଯାଇଛି ମାଓବାଦୀ ମାନେ ପିଏଲଜିଏ ସପ୍ତାହ ବଦଳରେ ବିୟର ବିରିଆନୀ ସପ୍ତାହ ପାଳନ କରିବା ସହ ଜନସାଧାରଣ ଏହି ସପ୍ତାହକୁ ପ୍ରତ୍ୟାଖ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି । 1 ଦେଶଦ୍ରୋହୀ ମାଓବାଦୀ ନେତା PLGA ସେନାନୀ ଙ୍କ ସ୍ମୁତି PLGA ସପ୍ତାହ ପାଳନ ପାଇଁ ଏ ଆହ୍ୱାନ ନୁହେଁ ଏହା ଆଦିବାସୀଙ୍କ ଠାରୁ ଦାଦାବଟି , ଚାଉଳ , ଛେଳି କୁକୁଡ଼ା , ତେଲ , ଲୁଣ ଓ ଗଂଜେଇ ବେପାର କରିବା ସପ୍ତାହ ଅଟେ । 2 ବଡ଼ ବଡ଼ ନକ୍ସଲ ନେତା ରାୟଗଡା, ମୁନିଗୁଡା , ବିସମକଟକ , କେସିଂପୁର ରୁ ଗରିବଙ୍କ ଠାରୁ ଲୁଟିଥିବା ଟଙ୍କାରେ ବିରିଆଣି ଓ ବିଅର ମଗେଇ ପିଅନ୍ତି । ଏମାନେ ଆଦିବାସୀଙ୍କ ପାଇଁ କୌଣସି କ୍ରାନ୍ତି ନୁହେଁ ବରଂ ପେଟ ଶାନ୍ତି ପାଇଁ ଆଦିବାସୀଙ୍କ ତଣ୍ଟି ଚିପୁଛନ୍ତି । 3 PLGA ସପ୍ତାହରେ କ୍ୟାମ୍ପରେ କlଯ୍ୟରତ ଗରିବ ନୀରିହା ମହିଳାଙ୍କୁ ମୁକ୍ତି କେଉଁ BGN ଡିଭିଜନାଲ କମିଟି ଓ ଉମାକାନ୍ତ । 4 କ୍ୟାମ୍ପରେ ବଡ଼ ବଡ଼ ନକ୍ସଲ ନେତା ସ୍ଥାନୀୟ ମହିଳାଙ୍କୁ ଜୋରଜବରଦସ୍ତ ଶାରୀରିକ ଶୋଷଣ କରୁଛନ୍ତି ଏବଂ ବିରୋଧ କଲେ ସେମାନଂକୁ ନିସ୍ତୁକ ମାଡ଼ ମାରୁଛନ୍ତି। 5 PLGA ସପ୍ତାହରେ ଗ୍ରାମକୁ ପ୍ରବେଶ କରୁଥିବା ମାଓବାଦୀ ନେତା ଓ PLGA କର୍ମୀଙ୍କୁ ଗୋଡେଇ ଗୋଡେଇ ବାଡ଼ାନ୍ତୁ । ଓ ଜୋରଜବରଦସ୍ତ ଖାଦ୍ୟ ମାଗିଲେ ଖାଦ୍ୟରେ ବିଷ ମିଶେଇ ମାଓବାଦୀଙ୍କୁ ଖାଇବାକୁ ଦିଅନ୍ତୁ । ନା ଥିବ ବାଉଁଶ ନା ବାଜିବ ବଇଁଶୀ । BGN ଡିଭିଜନାଲ କମିଟି ମୁରଦାବାଦ PLGA ସପ୍ତାହ ଆଉ ଚଳିବ ନାହିଁ ANPPF କଳାହାଣ୍ଡି ଜିଲ୍ଲା କମିଟି । ଲେଖା ଯାଇଛି ।