ବିଶ୍ୱ ଏଡସ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ମାନସ ସାହୁଙ୍କ ଦ୍ୱାରା ନିର୍ମିତ ବାଲୁକା କଳା

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା
  • 2018-12-01 14:45:10
  • 246

କାନଭାସ୍ ଓଡିଶା(ବ୍ୟୁରୋ) : ଆଧୁନିକ ସମାଜରେ ବହୁ ନୂଆ ରୋଗ ଏବଂ ସଂକ୍ରମଣ ଦେଖାଦେଇଥିଲେ ସୁଦ୍ଧା ପ୍ରଥମଥର ପାଇଁ ଏଚଆଇଭି/ ଏଇଡସ ସଂକ୍ରମଣ ପ୍ରତି ସାମାଜିକ ସ୍ତରରେ ଘୃଣା ଓ ଭେଦଭାବର ମନୋଭାବ ଦେଖାଦେଇଛି । ଆମ ସମାଜରେ କୁଷ୍ଠ ରୋଗ ପ୍ରତି ଘୃଣା ଓ ଭେଦଭାବ ରହିଥିଲା । ଏହାପରେ ବୋଧେ ଏଚଆଇଭି / ଏଡସ ପ୍ରତି ବର୍ତ୍ତମାନ ସମାଜରେ ଏପରି ମନୋଭାବ ରହିଅଛି ଏହା ଏକ ଦୁଃଖଦ ଘଟନା । ଆମ ସମାଜରେ ସଚେତନତାର ଆଭାବ ହିନ ଏହାର ମୁଖ୍ୟ କାରଣ ଏଚଆଇଭି / ଏଡସ ବ୍ୟାବିବାରେ ଅସୁରକ୍ଷିତ ଯୌନସଂପର୍କ ଏକ ପ୍ରମୁଖ କାରଣ । ତେଣୁ ଯେଉଁ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଆମ ସମାଜ ସହଜରେ ଗ୍ରହଣ କରିପାରୁନାହିଁ । ଯାହା ଫଳରେ ସଂକ୍ରମଣ ବ୍ୟକ୍ତି9 ନିଜ ସ୍ଥିତି ସମ୍ପର୍କରେ ସର୍ବସାଧାରଣରେ ଜଣାଇବାକୁ ଭୟ କରୁଛନ୍ତି ଏବଂ ନିଜକୁ ବ୍ୟକ୍ତି ସନ୍ଦେହ କରୁଥିବା ବ୍ୟକ୍ତି ମଧ୍ୟ ଏଚଆଇଭି ସ୍ଥିତି ଜାଣିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି ପରିମାଣ ସ୍ୱରୂପ ଏହି ସଂକ୍ରମଣ ପ୍ରତି ଘୃଣା, ଭେଦଭାବ ଦୂର ହୋଇନାହିଁ, ଏହାର ସମ୍ପୂଠର୍ଣ୍ଣ ନିରାକରଣ କରିବା ସମ୍ଭବପର ନୁହେଁ । ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟସ୍ତରରେ ଏଚଆଇଭି/ ଏଡସ ପ୍ରତୀକ ରୂପେ ରେଡ୍ ରିବନକୁ ନିଆଯାଇଛି । ରେଡ୍ ରିବନର ସହତ୍ତ୍ଵ ମୁଖ୍ୟତଃ ଏଚଆଇଭି/ ଏଡସ ସମ୍ପର୍କିତ ଚାରୋଟି ଡ଼ିଆଇଜି ପ୍ରତି ଧ୍ୟାନ ଦିଆଯାଇ ସୃଷ୍ଟି କରାଯାଇଛି । ଚାରୋଟି ଡ଼ିଆଇଜି ପ୍ରତି ଧ୍ୟାନ ଦିଆଯାଇ ସୃଷ୍ଟି କରାଯାଇଛି । ପ୍ରଥମତଃ ନାଲି ରଙ୍ଗକୁ ସାଧାରଣତଃ ସତର୍କତାର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । ବର୍ତ୍ତମାନ ଏଚଆଇଭି/ ଏଡସ ସଂକ୍ରମଣ ସାରା ବିଶ୍ବରେ ଏକ ବଡସମସ୍ୟା ଏବନୋଙ୍ଗ ବିପଦ ଭାବରେ ଉଭା ହୋଇଅଛି । ଦ୍ଵିତୀୟତଃ ନାଲିରଙ୍ଗ ଅସହାୟତା ବୋଧକୁ ମଧ୍ୟ ବୁଝାଏ । ଏଚଆଇଭି ସଂକ୍ରମଣ ନିରୂପିତ ହେବାର ୩୫ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ସଂପୂର୍ଣ୍ଣ ନିର୍ବାରଣ ପାଇଁ କୌଣସି ଔଷଧ ବା ବିଧିବ୍ୟବସ୍ଥା ଉଦ୍ଭାବନ ହୋଇପାରି ନାହିଁ, ଯାହା ଆମର ସଂକ୍ରମଣ ପ୍ରତି ଅସହାୟତା ବୋଧର ପ୍ରତୀକ ଭାବରେ ଗ୍ରହଣ କରାଯାଇଛି । ତୃତୀୟତଃ ନାଲିରଙ୍ଗକୁ ଆଗେ ରକ୍ତ ପ୍ରତୀକ ତଥା ଦୁଃଖର କାରଣ ଭାବରେ ଗ୍ରହଣ କରାଯାଉଥିଲା ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣରେ ପ୍ରାୟ ୨ କୋଟିରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ଏବଂ ଏକ କୋଟିରୁ ଅଧିକ ଶିଶୁ ଅନାଥ ହୋଇଛନ୍ତି ଏହି ନାଲି ରଙ୍ଗ ସେହି । ବ୍ୟକ୍ତିମାନଙ୍କ ପ୍ରତି ସମବେଦନା ଜଣାଇବା ପାଇଁ ପ୍ରତୀକ ଭାବବ୍ୟକ୍ତ କରୁଛି । ଶେଷରେ ନାଲି ଚିହ୍ନକୁ ଆମ ସମାଜ ପ୍ରେମ ଏବଂ ସହନଶୀଳତାର ପ୍ରତୀକ ଭାବରେ ଗ୍ରହଣ କରାଏ । ଆମ ସମାଜରେ ସଂକ୍ରମଣ ପ୍ରତି ରହିଥିବା ଘୃଣା ଓ ଭେଦଭାବକୁ ଦୂର କରି ସଂକ୍ରମିତ ବ୍ୟକ୍ତି ପରିବାର ପ୍ରତି ଶ୍ରଦ୍ଧା, ସ୍ନେହ ଦେବା ସହ ଏଥିପାଇଁ ସହନଶୀଳତା ମନୋଭାବ ସୃଷ୍ଟି କରିବା ମଧ୍ୟ ‘ ରେଡ୍ ରିବନ୍’ ର ଅନ୍ୟତମ ଲକ୍ଷ୍ୟ । ଏଚଆଇଭି / ଏଡସ ସଂକ୍ରମଣ ମୁଖ୍ୟତଃ ଯୁବଗୋଷ୍ଠୀ ଉପରେ ପ୍ରଭାବ ବିସ୍ତାର କରିଅଛି । ସମଗ୍ର ପୃଥିବୀରେ ବର୍ତ୍ତମାନ ସୁଦ୍ଧା ୧୫ ରୁ ୧୯ ବର୍ଷ ବୟସ ମଧ୍ୟରେ ପ୍ରାୟ ଏକ କୋଟି ଯୁବତୀ ଯୁବକ ସଂକ୍ରମିତ ହୋଇଛନ୍ତି । ଆମ ଦେଶରେ ଶତକଡା ୫୦ ଭାଗ ସଂକ୍ରମିତ ବ୍ୟକ୍ତି ୧୫-୩୫ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଯୁବପୀଢିକୁ ଏଚଆଇଭି ସଂକ୍ରମଣ କ୍ଷେତ୍ରରେ ବିପଦପୂର୍ଣ୍ଣ ଗୋଷ୍ଠୀ ଭାବରେ ଗ୍ରହଣ କରାଯାଇଛି । ଆମ ରାଜ୍ୟରେ ଏହି ସଂକ୍ରମଣ ପ୍ରବାସୀ ଶମିକଙ୍କ କ୍ଷେତ୍ରରେ ଦେଖାଯାଉଛି । ଯେଉଁମାନେ ହିଁ ମୁଖ୍ୟତଃ ଯୁବଗୋଷ୍ଠୀ ଏବଂ ପରିବାରର ଭରଣପୋଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଏଚଆଇଭି ନିୟନ୍ତ୍ରଣ ଓ ଦୂରୀକରଣ ପାଇଁ ଯୁବ ସମାଜକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ‘ ରେଡ୍ ରିବନ’ ର ଅନ୍ୟତମ ଉଦ୍ଦେଶ୍ୟ । ଏଚଆଇଭି / ଏଡସ ସମ୍ପର୍କରେ ସଚେତନତା ସୃଷ୍ଟି ସହ ବ୍ୟାବହାରିକ ପରିବର୍ତ୍ତନ ଆଣିବା ପାଇଁ ବିଶେଷକରି କିଶୋରୀ କିଶୋରଙ୍କୁ ଏହା ସମ୍ପର୍କରେ ଅବଗତ କରିବା ପାଇଁ ଉଚ୍ଚ ମାଧ୍ୟାମିକସ୍ତରର ବିଜ୍ଞାନ ପାଠ୍ୟକ୍ରମରେ ଏଚଆଇଭି/ ଏଡସ ବିଷୟ ସ୍ଥାନ ପାଇଅଛି । ଯାହା ଫଳରେ ଛାତ୍ରୀଛାତ୍ରମାନେ ଏଚଆଇଭି ସମ୍ପର୍କରେ ଜାଣିବା ସହ ନିରାପଦ ଜୀବନ କୌଶଳ ସମ୍ପର୍କରେ ଅବଗତ ହୋଇପାରିଛି । ଠିକ୍ ସେହିପରି କଲେଜ ଗୁଡିକ ରେ ଏଚଆଇଭି ସଚେତନତା ସୃଷ୍ଟି କରିବା ପାଇଁ ଯୁବ ରେଡକ୍ରସ ମାଧ୍ୟମରେ ଆମ ରାଜ୍ୟରେ ରେଡ୍ ରିବନ୍ କ୍ଳବ୍ ମାନ ସ୍ଥାପନ କରାଯାଇ ସମକ୍ରମିତ ଭ୍ୟାତି ପ୍ରତି ଭେବଭାବ ଦୂର କରିବା, ଉତ୍ତମଆଚରଣ ପ୍ରଦର୍ଶନ ସହିତ ସ୍ଵେଚ୍ଛାକୃତ ରକ୍ତ ଦାନ ପାଇଁ ଆଗରେ ଆସିବା ସକାଶେ ଗୁରୁତ୍ଵ ଦିଆଯାଇଛି । ଏତଦ୍ ବ୍ଯତୀତ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କୁ କ୍ଷେତ୍ରରେ ସଚେତନ କରିବା ପାଇଁ ତିନୋଟି ସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଥମତଃ ଅଧିକ ପ୍ରବାସୀ ଶ୍ରମିକ ଗ୍ରାମାଞ୍ଚଳରେ ଏକ ସ୍ଵତନ୍ତ୍ର କାର୍ଯ୍ୟ ମାଧ୍ୟମରେ ନିରାପଦ ଜୀବନଚର୍ଯ୍ୟା ବୁଝାଇବା ସହ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରାଯାଉଛି । ଆଶଙ୍କା ପ୍ରବଣ ପରିବାରେରେ ସଦସ୍ୟମାନଙ୍କୁ ରକ୍ତ ପରୀକ୍ଷା କରିବା ସହ ନିଜ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଲାଗି କୁହାଯାଇଛି । ଦ୍ଵିତୀୟତଃ ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ଯାଉତଥିବା ରେଳଷ୍ଟେସନ ତଥା ନିର୍ଦ୍ଦିଷ୍ଟ ଟ୍ରେନରେ ମଧ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କ ଦ୍ଵାରା ସଚେତନତା କାର୍ଯ୍ୟକ୍ରମମ କରାଯାଉଛି । ଶେଷରେ ଯୌନ ଅଞ୍ଚଳରେ ଅଧିକ ପ୍ରବାସୀ ଶ୍ରମିକ ଆସୁଛନ୍ତି ସେହିମାନଙ୍କୁ ଏଚଆଇଭି ନିରାକାର ଓଫ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଶିଳ୍ପାନୁଷ୍ଠାନର ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜି ବିଶ୍ଵ ଏଡସ ଦିବସ ଅବସରରେ ପ୍ରଥମ ଥର ପାଇ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ପକ୍ଷରୁ ରାଜ୍ୟର ଆଦିବାସୀ ଅଞ୍ଚଳରେ ଏଚଆଇଭି ବାର୍ତ୍ତା । ପହଞ୍ଚାଇବା ପାଇଁ କଳିଙ୍ଗ ସାମାଜିକ ବିଜ୍ଞାନ ଅନୁଷ୍ଠାନରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ନେଇ ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରାୟ ୧୫ ହଜାର କିଶୋରୀକିସୋରଙ୍କୁ ନେଇ ବିଶ୍ଵର ସର୍ବବୃହତ୍ ମାନବ ଶୃଙ୍ଖଳ ‘ ରେଡ ରିବନ୍ ତିଆରି କରାଯାଇ ଏଚଆଇଭି ମୁକ୍ତରାଜ୍ୟ ସୃଷ୍ଟି କରିବାରେ ସହାୟକ ହେବା ପାଇଁ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସମସ୍ତ ଛାତ୍ରୀଛାତ୍ର ଏଚଆଇଭି ସମ୍ପର୍କରେ ଅବଗତ ହେବା ସହ ନିଜ ଗ୍ରାମରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସଙ୍କଳ୍ପ ନେବେ । ଗ୍ରୀଷ୍ମ ଅବକାଶରେ ଏହି ଛାତ୍ରୀଛାତ୍ର ମାନେ ନିଜ ଗ୍ରାମରେ କିପରି ସାଥୀ ଏବଂ ଗ୍ରାମରେ ଏଚଆଇଭି ସମ୍ପର୍କରେ ସଚେତନତା ସୃଷ୍ଟି କରିବେ ସେଥିପାଇଁ କାର୍ଯ୍ୟକ୍ରମ ନୁର୍ଦ୍ଧାରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଆଦିବାସୀ ଗ୍ରାମ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ସହଜରେ ଏଚଆଇଭି ବାର୍ତ୍ତ । ପହଞ୍ଚିପାରିବ । ଆସା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗର୍ବ ତଥା ଅପହଞ୍ଚ ଅଞ୍ଚଳରେ ଏଚଆଇଭି / ଏଡସ ନିୟନ୍ତ୍ରଣ କରିବାରେ ଓଡିଶା ରାଜ୍ୟ ଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରିପାରିବ । ଏ ଅବସରରେ ଓଡିଶାର ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିଜର ବାଲୁକା କଳା ମାଧ୍ୟମରେ ଯୁବସମାଜକୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।