କଂଗ୍ରେସକୁ ହାଇଜ୍ୟାକ କରୁଛି ବିଜେପି, ରାଜନୈତିକ ଫାଇଦା ଲୋଭରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବିଜେପି ନେତା ।

ତାଜା ଖବର
  • 2018-11-30 01:28:07
  • 278

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟରେ ଆୟୋଜନ ହେଉଥିବା ହକି ବିଶ୍ୱକପକୁ ନେଇ ବିଜେଡି ନେତୃତ୍ୱାଧିନ ରାଜ୍ୟ ସରକାର ଏବଂ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଥିବା ସ୍ଥଳେ ଏତେ ଅର୍ଥ ବ୍ୟୟ କରାଯାଇ କ୍ରୀଡା ଭିତିଭୂମିର ବିକାଶ ପାଇଁ ସଠିକ୍ ସମୟରେ ପଦକ୍ଷେପ ନ ନେଇ ଯେଭଳି ତରବରିଆ ଭାବରେ ଉଦଘାଟନୀ ଉତ୍ସବର ଅବ୍ୟବହିତ ପୂର୍ବରୁ ତାହା ବାହାଘର ବେଳେ ବାଇଗଣ ରୁଆ ସଦୃଶ ଏବଂ ଏହି ପ୍ରତିଯୋଗିତାରୁ ଉଭୟ ବିଜେପି ଏବଂ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଦିଗରେ ଲାଗି ପଡିଛନ୍ତି । ନଚେତ୍ ଟିକେଟ୍ ଘୋଟାଲା ପ୍ରସଙ୍ଗରେ ଉଭୟ ବିଜେଡି ଏବଂ ବିଜେପି କ’ଣ ପାଇଁ ମୁହଁ ଖୋଲୁ ନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ପ୍ରଶ୍ନ କରିଥିଲେ । ଏହି ପ୍ରତିଯୋଗିତା ଏକ ଆନ୍ତର୍ଜାତୀକ ପ୍ରତିଯୋଗିତା ହୋଇଥିବାରୁ ଉଦଘାଟନୀ ଉତ୍ସବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଚଳଚ୍ଚିତ୍ର ତାରକା, କ୍ରୀଡା ତାରକା ଆସିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଉଭୟ ବିଜେଡି, ବିଜେପି ଏବଂ ବଡ ବଡ ଅଧିକାରୀମାନେ ଭାଗବାଟିଂ ଉଦଘାଟନୀ ଉତ୍ସବର ସମସ୍ତ ଟିକେଟ୍ ହାତେଇଛନ୍ତି ଏବଂ ଏକ ଦୁର୍ବଳ ସର୍ଭର ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ କରିବାକୁ କହି ସାଧାରଣ ହକିପ୍ରେମୀଙ୍କୁ ଭୁଆଁ ବୁଲାଇଛନ୍ତି । ଏପରିକି ୨୦ ତାରିଖରେ ବୁକିଂ କରିବାର ଘୋଷଣା ହୋଇଥିବା ବେଳେ ୧୯ ତାରିଖରେ ଅଧିକାଂଶ ଟିକେଟ୍ ବୁକିଂ ହୋଇଛି ବୋଲି ଶ୍ରୀ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ । ଏଥିସହିତ ଏହି ଘଟଣାକୁ ଚପାଇ ଦେବା ପାଇଁ କିଛି ଗଣମାଧ୍ୟମର କଣ୍ଠରୋଧ ମଧ୍ୟ କରାଯାଉଥିବା ସେ ଉଲ୍ଲେଖ କରିଥିଲେ । କଂଗ୍ରେସ ବାରମ୍ବାର କହିଆସୁଛି କି ଉଭୟ ବିଜେପି ଓ ବିଜେଡି ମିଶିକି ପୁରୁଷ ହକି ବିଶ୍ୱକପର ଦୁର୍ନିତିରେ ଜଡିତ । ଏହାର ଉଚିତ ତଦନ୍ତ ପାଇଁ ବାରମ୍ବାର କହିଆସୁଛି । କିନ୍ତୁ ଏପଟେ ରାଜନିତୀର ପଶାପାଲିରେ କଂଗ୍ରେସ କାନ୍ଧରେ ବନ୍ଧୁକ ରଖି ଶିକାରୀ ସାଜିଛି ବିଜେପି । ଦଳୀୟ କିଛି ନେତାଙ୍କୁ ସୋସିଆଲ ମିଡିଆ ରଣକ୍ଷେତ୍ରରେ ବିଜେଡି ବିରୁଦ୍ଧରେ ମିଛିମିଛିକା ଡ୍ରାମା କରିବା ଲାଗି କୁହାଯାଉଥିବା ଖବର ଆସିଛି । ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି ଯେ ଓଡିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ଲାଗି ବିଜେପି କଣ ଜାଣି ନଥିଲା ? ନାଁ କେନ୍ଦ୍ର ସରକାର ଜାଣି ପାରିନଥିଲେ । ଟିକେଟ୍ କିଣିବା ଠାରୁ ଆରମ୍ଭ କରି ବିଶ୍ୱକପ ଆୟୋଜନ ଏବଂ ପ୍ରଚାର ପ୍ରସାରକୁ ନେଇ ଦେଶ ଏବଂ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ନବୀନଙ୍କର ପ୍ରକୃତ ଶ୍ରେୟତ ହକି ଇଣ୍ଡିଆର । ସୋସିଆଲ ୱାରରେ ଜୋରଦାର ଚର୍ଚ୍ଚା ଚାଲିଛି ଏକ ଭାଇରାଲ ପୋଷ୍ଟ ଉପରେ । ଉଭୟ ବିଜେପି ଓ ବିଜେଡି ମଧ୍ୟରେ ତୁ ତୁ-ମେଁ ମେଁ ଆରମ୍ଭ ହୋଇଯାଇଛି । ବିଜେପି କହୁଛି ନବୀନ ପଟ୍ଟନାୟକ ହକି ଉଦଘାଟନୀ ଉତ୍ସବ ପଛରେ କୋଟି କୋଟି ଟଙ୍କା ବରବାଦ କରିଦେଲେ, ଏହାକୁ ନେଇ ଝଡ କମି ନଥିଲା ବେଳେ ହକି ଇଣ୍ଡିଆ ତାର ସ୍ପଷ୍ଟିକରଣ ଦେବା ସହ କହିଛି ଯେ ଓଡିଶା ସରକାର ନୁହେଁ ହକି ଇଣ୍ଡିଆ ଦ୍ୱାରା କଟକ ଓ ଭୁବନେଶ୍ୱରରେ ଉଦଘାଟନୀ ଉତ୍ସବର ପ୍ରାୟୋଜିତ ହୋଇଥିଲା । ତା ଛଡା ହକି ଇଣ୍ଡିଆ ଏହି ସମାଲୋଚନାକୁ ଅମୂଳକ ଓ ବିଜେପି ଦ୍ୱାରା ଦର୍ଶାଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭିତିହୀନ କହିବା ସହ ଓଡିଶା ସରକାରଙ୍କ ଦ୍ୱାରା ନୁହେଁ ବରଂ ହକି ଇଣ୍ଡିଆ ଦ୍ୱାରା ସମସ୍ତ ଆର୍ଥୀକ ସମର୍ଥନରେ ବୋଲି କହିଛି । ଆରମ୍ଭରୁ ଚୁପ୍ ରହିଥିବା ବିଜେପିର ବିଜେଡି ବିରୁଦ୍ଧରେ ସ୍ୱରକୁ ବହୁ ବୁଦ୍ଧିଜୀବି ନାପସନ୍ଦ କରିବା ସହ ସାଧାରଣ ଜନତା ବୋକା ନୁହଁନ୍ତି ବୋଲି କହିଛନ୍ତି, ଓଡିଶାର ଜନତା ଉଚିତ ସମୟରେ ଉଚିତ ଜବାବ ଦେବେ ବୋଲି ସେମାନଙ୍କର ମତ । ପୁନର୍ବାର ନିଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଆଉ ଏକ ସାମ୍ବାଦିକ ସମ୍ମିଳନୀ ଡାକି ହକି ବିଶ୍ୱକପ ଟିକେଟ ଘୋଟାଲାର ଟିକନିଖ ତଥ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନା କରିଥିଲେ । ସେ କହିଥିଲେ ଯେ, ନଭେମ୍ବର ୧୬ ତାରିଖରୁ ହକି ଉଦଘାଟନୀ ଉତ୍ସବ ଟିକେଟ୍ ବିକ୍ରୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ସାରା ରାତି ଟିକେଟ୍ ପାଇଁ ଅନିଦ୍ରା ହୋଇ ହକିପ୍ରେମୀ ମାନେ ନିରାଶ ହେବା ପରେ କଳିଙ୍ଗ ଷ୍ଟାଡିୟମରେ ତୁମୁଳ କାଣ୍ଡ ଘଟିଥିଲା । ପରବର୍ତୀ ସମୟରେ ସରକାର ଟିକେଟ୍ ଅନଲାଇନରେ ବିକ୍ରୀ ହେବ ବୋଲି ଘୋଷଣା କରିଥିଲେ । ଘୋଷଣା ଏହା ହୋଇଥିଲା କି ଯେବେଠୁ ଟିକେଟ୍ ବିକ୍ରୀ ହେବ ତା’ର ୪୮ ଘଂଟା ପୂର୍ବରୁ ଜନସାଧାରଣଙ୍କୁ ଜଣାଇ ଦିଆଯିବ । ଘୋଷଣା ଅନୁଯାୟୀ ଆଜି ଦିନ ୧୨ ଟା ଠାରୁ ଟିକେଟ୍ ଅନଲାଇନରେ ବିକ୍ରୀ ଆରମ୍ଭ ହୋଇଥିଲା । କିନ୍ତୁ ଲୋକଙ୍କୁ କିଭଳି ଭକୁଆ ବନାଯାଏ ତା’ର ଏକ ଉଦାହରଣ ହେଉଛି ହକି ୱାର୍ଲଡ କପ୍ ଟିକେଟ୍ ଅନଲାଇନ ବିକ୍ରୀ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୭ ତାରିଖ ପାଇଁ ୧୨ ହଜାର ଓ କଟକ ବାରବାଟୀ ଷ୍ଟାଡିୟମରେ ୨୮ ତାରିଖ ଉଦଘାଟନୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରୀ ହେବ ବୋଲି ଘୋଷଣା କରିଥିଲେ । ଏହି ଉଦଘାଟନୀ ଉତ୍ସବ ପାଇଁ ଟିକେଟ୍ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଥିଲା । ପ୍ରଥମ ଟିକେଟ୍ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । କିନ୍ତୁ ହକିପ୍ରେମୀ “www.ticketgenie.in” ସାଇଟକୁ ଯାଇ ଦେଖିଲେ ଲେଖାଯାଇଛି ବୁକ୍ ଟିକେଟ୍ସ । ବୁକ୍ ଟିକେଟ୍ସକୁ କ୍ଲିକ୍ କଲାପରେ “This site can’t be reached” ଦେଖାଇଥିଲା । ଏହାର କିଛି ସମୟ ପରେ ବୁକ୍ ଟିକେଟ୍ସକୁ କ୍ଲିକ କଲାପରେ ଟିକେଟ୍ ବୁକିଂ ପାଇଁ ସଂକେତ ଅନୁସାରେ ନାମ, ଫୋନ୍ ନମ୍ବର ଓ ମେଲ୍ ଆଇଡି ଲେଖିବା ପରେ Coming Soon ରେ Agree & Pay ଅଫସନ୍ ଆସିଥିଲା । Agree & Pay କୁ କ୍ଲିକ୍ କଲାପରେ You are now in line ଅଫସନ ଆସିଥିଲା । ସେଠାରେ ତଳେ ନିଜର ଲାଇନ୍ ନମ୍ବର ମୋବାଇଲରେ ଏବଂ କମ୍ପ୍ୟୁଟରରେ ବହୁତ ବ୍ୟବଧାନରେ ଆସୁଥିଲା । ଉଦାହରଣ ସ୍ୱରୂପ ଏକ ସମୟରେ ମୋବାଇଲରେ ୧୮୨୪୨ ଦେଖାଉଥିବା ବେଳେ କମ୍ପ୍ୟୁଟରରେ ୧୩୦୯୯ ଦେଖାଉଥିଲା । ହକିପ୍ରେମୀ ପ୍ରାୟ ଏକ ଘଂଟା ଧରି ଅପେକ୍ଷା କରି ଅନଲାଇନରେ ରହିବା ପରେ Rejected queue number ଲେଖି Get a new place in line ଅଫସନ ଆସୁଥିଲା । ସେହି ଅଫସନ୍କୁ କ୍ଲିକ୍ କଲାପରେ ସଂପୂର୍ଣ୍ଣ ଟିକେଟ୍ ସରିଯାଇଛି ବୋଲି ଦେଖାଉଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ମାତ୍ର ଦୁଇ ଘଂଟା ଭିତରେ ଭୁବନେଶ୍ୱରର ୧୨ ହଜାର ଟିକେଟ୍ କିପରି ଅନଲାଇନରେ ବିକ୍ରୀ ହେଲା? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଅନଲାଇନରେ ଟିକେଟ୍ ବିକିବା ଧର୍ମକୁ ଆଖିଠାର ମାରିବା ସଦୃଶ । ବିଜେଡି, ବିଜେପି ନେତା ଓ ସରକାରୀ କର୍ମଚାରୀମାନେ ଏହି ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ଷ୍ଟାର ଆସୁଥିବାରୁ ଏହି ଉଦଘାଟନୀ ଉତ୍ସବକୁ ଉପଭୋଗ କରିବା ପାଇଁ ସମସ୍ତ ଟିକେଟ୍ ହାତେଇଛନ୍ତି ଏବଂ ବାହାରେ ହକିପ୍ରେମୀଙ୍କୁ ଭକୁଆ ବନେଇବା ପାଇଁ ଅନଲାଇନରେ ଆଶ୍ରୟ ନେଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ହେଲେ ବାସ୍ତବରେ କେତେ ଟିକେଟ୍ ବିକ୍ରୀ ହୋଇଛି, ଆୟୋଜକମାନଙ୍କ ଅସଲ ମୁଖା ଖୋଲିବ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ । ଯଦି ଏତେ ପରିମାଣରେ ଅର୍ଥ ବ୍ୟୟ ହୋଇ ହକି ୱାର୍ଲଡ କପ୍ ଓଡିଶାରେ ଅନୁଷ୍ଠିତ ହେଉଛି ଏବଂ ଏହା ଏକ ଆର୍ନ୍ତଜାତୀକ ପ୍ରତିଯୋଗିତା ହୋଇଥିବା ସ୍ଥଳେ କ’ଣ ପାଇଁ ଓ କାହା ସ୍ୱାର୍ଥରେ ଆୟୋଜକ ଉନ୍ନତମାନର ସର୍ଭର ବ୍ୟବହାର କରିବା ପରିବର୍ତେ ନିମ୍ନମାନର ସର୍ଭର ବ୍ୟବହାର କଲେ ଏହା ତଦନ୍ତ ସାପେକ୍ଷ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏପଟେ ମିଡିଆ ପାସ୍ ଆବଣ୍ଟନରେ ତ୍ରୁଟିକୁ ବିରୋଧ କରି ସୂଚନା ଲୋକସମ୍ପର୍କ ବିଭାଗ ଆଗରେ ସାମ୍ବାଦିକ ମାନେ ଧାରଣା ଦେବାକୁ ପଛାଇ ନଥିଲେ । ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରୁ ଅନେକ ସାମ୍ବାଦିକ ହକିକୁ ପ୍ରୋତ୍ସାହିତ କରିବା ପାଇଁ ନିମନ୍ତ୍ରିତ କରିଥିବା ବେଳେ ଖୋଦ୍ଓ ଡିଶା ମିଡିଆରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସରକାର ହେୟଜ୍ଞାନ କରିଥିବା ଦେଖାଦେଇଥିଲା । ବିଶେଷକରି ବିଶ୍ୱକପ ହକି ଆୟୋଜନ କରୁଥିବା ବରିଷ୍ଠ ଅଧିକାରୀ ମାନେ ଓଡିଶାର କାର‌୍ୟ୍ୟରତ ସାମ୍ବାଦିକ ମାନଙ୍କୁ ଅସମ୍ମାନ ଓ ଅପମାନିତ କରିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଆଗରେ ଧାରଣା ଦେଇଥିଲେ ସୁଦ୍ଧା କେହି ହେଲେ ଆଡଆଖିରେ ଚାହିଁ ନଥିଲେ । ପରେ ମିଡିଆ ପାସ୍ ପାଇନଥିବା କିଛି ସାମ୍ବାଦିକଙ୍କୁ ସରକାରଙ୍କ ଖଣି ନିଗମ ପକ୍ଷରୁ ପାସ୍ ବଦଳରେ ୫୦୦ଟଙ୍କିଆ ଟିକେଟ୍ ଧରେଇଦେଲେ । ତେବେ ଏଠି ପ୍ରଶ୍ନ ଉଠୁଚି ଟିକେଟ ଆସିଲା କୋଉଠୁ ? କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ଯେଉଁଠି ଦର୍ଶକ ଟିକେଟ୍ ନପାଇ ତୁମୁଳ କାଣ୍ଡ ଘଟେଇଲେ । ଅନଲାଇନ ସର୍ଭର ୧୦ମିନିଟରେ ବନ୍ଦ ହୋଇଗଲା । ତୁମୁଳ କାଣ୍ଡର ପ୍ରସାରଣ ପାଇଁ ଜଣେ ବରିଷ୍ଠ କ୍ରୀଡା ସାମ୍ବାଦିକଙ୍କୁ କ୍ରୀଡା ସଚିବ ଦୁର୍ବ୍ୟବହାର କଲେ, ଏହାର କିଛି ଦିନ ପରେ ଏତେ ସଂଖ୍ୟାରେ ଟିକେଟ ଓଡିଶା ଖଣି ନିଗମ ଆଣିଲା କୋଉଠୁ ତାହାବି ସନ୍ଦେହ ଘେରରେ । ଏପଟେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ କିଛି ସୂଚନା ଅଧିକାର କର୍ମୀ ଓ ସାମାଜିକ କର୍ମୀ ହକି ବିଶ୍ୱକପର ଉଦଘାଟନୀ ଉତ୍ସବର ଟିକଟ କଳାବାଜାରି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡା ସଚିବ ବିଶାଳ ଦେବଙ୍କ ନାଁରେ ଦେଇଛନ୍ତି ଏତଲା । ଶହେ ଟଙ୍କିଆ ଟିକଟକୁ ହଜାରେ ଟଙ୍କାରେ ଓ ୫ଶହ ଟଙ୍କିଆ ଟିକଟକୁ ୪ହଜାର ଟଙ୍କାରେ ବିକ୍ରି ହେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ ଲାଇନରେ ଟିକଟ ମିଳିବ ବୋଲି କୁହାଯାଇଥିଲେ ବି ତାହା ମିଳିନଥିଲା ଯାହା ଫଳରେ ଲୋକେ ବାଧ୍ୟ ହୋଇ କାଉଣ୍ଟର ପାଖକୁ ଆସି ନିଯୁକ୍ତ ଦଲାଲ ମାନଙ୍କଠାରୁ ଚଢା ଦାମରେ ଟିକଟ କିଣିବାକୁ ବାଧ୍ୟ ହୋଇଥିଲେ । ଏତଲାରେ କୋଟି କୋଟି ଟଙ୍କାର ସ୍କାମ ହୋଇଥିବା ଦର୍ଶାଯାଇଛି । ଉଚିତ ତଦନ୍ତ ପାଇଁ ଅଭିଯୋଗକାରୀ ମାନେ ସେମାନଙ୍କ ଏତଲାରେ ଆବେଦନ କରିଛନ୍ତି ।