ବାଲୁକା ଶିଳ୍ପୀ ମାନସ ସାହୁଙ୍କ ୩ ମିନିଟ୍ ୨୩ ସେକେଣ୍ଡର ସ୍ୟାଣ୍ଡ ଆନିମେସନ ଭିଡିଓ

ଖେଳ
  • 2018-11-29 21:41:14
  • 272

କାନଭାସ୍ ଓଡିଶା(ବ୍ୟୁରୋ) : ଏବେ ସାରା ବିଶ୍ୱର ନଜର ଭୁବନେଶ୍ୱର ଉପରେ । କାରଣ ହକି ମହାକୁମ୍ଭ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି। ବିଶ୍ୱର ବଛା ବଛା ୧୬ଟି ଟିମ୍, ଅଫିସିଆଲ, ଦର୍ଶକ ସମସ୍ତେ ଭୁବନେଶ୍ୱରରେ ଟିମ୍ ଗୁଡ଼ିକୁ ଚିଅର ଅପ୍ କରିବା ପାଇଁ ହକି ପ୍ରେମୀ ଟିକେ ବି ସୁଯୋଗ ହାତଛଡ଼ା କରୁନଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ୧୬ଟି ଦେଶର ଖେଳାଳିଙ୍କୁ ଚିଅର ଅପ୍ କରି ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ନିଜର ସ୍ୟାଣ୍ଡ ଆନିମେସନ ଭିଡିଓ ଜରିଆରେ । ହକି ବିଶ୍ୱକପ୍‌କୁ ନେଇ ପ୍ରସ୍ତୁତ କରିଛନ୍ତି ୩ ମିନିଟ୍ ୨୩ ସେକେଣ୍ଡର ଏକ ସ୍ୟାଣ୍ଡ ଆନିମେସନ୍ ଭିଡିଓ। ଯେଉଁଥିରେ ଓଡ଼ିଶାର କଳା, ସ୍ଥାପତ୍ୟର ନିଦର୍ଶନ ଦେଇଛନ୍ତି ମାନସ ସାହୁ । ଲିଙ୍ଗରାଜ ମନ୍ଦିର ଓ ଧଉଳିର ଚିତ୍ର ଆଙ୍କି ମନ୍ଦିର ମାଳିନୀ ସହରର ଝଲକ ଦେଇଛନ୍ତି ଭିଡିଓ ଜରିଆରେ । ହକି ଷ୍ଟିକ୍ ଓ ହକି ବିଶ୍ୱକପ୍ ଟ୍ରଫିକୁ ଏଥିରେ ସ୍ଥାନ ଦେଇଛନ୍ତି । ହକି ୱାର୍ଲଡ କପ୍‌ର ସେଲିବ୍ରେସନ୍ କୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନକରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ପାଇଁ ମାନସ ସାହୁଙ୍କ ଏହି ପ୍ରୟାସ ହକି କ୍ରେଜ୍‌କୁ ଆହୁରି ଦ୍ୱିଗୁଣିତ ବଢ଼ାଇ ଦେଇଛି ।