ଡକାୟତି ଉଦ୍ୟମ ପୂର୍ବରୁ ୨ ଗିରଫ ୪ ଫେରାର

ଅପରାଧ
  • 2018-08-28 17:21:25
  • 448

କାନଭାସ୍ ଓଡିଶା(ବ୍ୟୁରୋ) : ଜଗତପୁର ପୁଲିସ୍ ରବିବାର ରାତିରେ ଏକ ୬ ଜଣିଆ ଡକାୟତ ଦଳ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ନୁଆସାହି ବ୍ରିଜ୍ ତଳେ ମାଡି ବସିଥିଲା ସେମାନଙ୍କ ଉପରେ । ସୁଯୋଗ ପାଇ ୪ ଜଣ ପ୍ରାଣ ବିକଳରେ ଖସି ପଳାଇଥିଲେ । ଆଉ ଦୁଇ ଜଣ ଜାଲ ଭିତରେ ରହିଗଲେ । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଦେବ ଓରଫ ଦେବେନ୍ଦ୍ର ନାଥ ମହାନ୍ତି(୩୧) ଓ ବବୁଲା ଓରଫ ସନ୍ତୋଷ କୁମାର ମହାରଣା(୩୮) । ଦେବଙ୍କ ଘର ପୁରୀ ଜିଲ୍ଲା ଗୋପ ଥାନା ନୁଅହାଟ ଗ୍ରାମ । ସେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଝାରପଡା ଅଞ୍ଚଳରେ ରହୁଥିଲା । ସେହିପରି ବବୁଲାର ଘର ଜଗତପୁର ଥାନା ଅର୍ନ୍ତଗତ ସୁଜାପୁର ଗ୍ରାମରେ । ପୁଲିସ୍ ଗିରଫ ଯୁବକଙ୍କୁ ପଚରାଉଚରା ସମୟରେ ସେମାନଙ୍କ ନିକଟରୁ ୩ଟି ଗୁଳି ଭର୍ତ୍ତି ବନ୍ଧୁକ ଓ ଦୁଇଟି ବାଇକ୍ ଜବତ କରିଛି । ତେବେ ଜେରା ସମୟରେ ସେମାନେ ୧୬ନଂ ଜାତୀୟ ରାଜପଥ କଡରେ ଥିବା କୈଳାସ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ନେଇ ପୁଲିସକୁ କହିଥିଲେ । ଘଟଣା ସ୍ଥଳରୁ ଫେରାର ଥିବା ଅନ୍ୟ ୪ଜଣ ଡକାୟତଙ୍କୁ ଖୁବ୍ ଶିଘ୍ର ଧରବା ନେଇ ଉଦ୍ୟମ ଚଳାଇଛି ଜଗତପୁର ପୁଲିସ୍ । ସୋମବାର ଗିରଫ ଦୁଇ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।