ନାରାୟଣ ନାରାୟଣ, ସ୍ମାର୍ଟ ସିଟିର ଏକି ଦୃଶ୍ୟ ? ଏ ବୋଧେ ଆମ ରାଜଧାନୀର...

ଟ୍ୱିନ୍ ସିଟି
  • 2018-08-28 16:34:29
  • 482

କାନଭାସ୍ ଓଡିଶା(ବ୍ୟୁରୋ) : ରାଜମହଲ ଛକ ଭଳିଅଅ ଦେଖାଯାଉଛି ଆଜ୍ଞା ହଁ ଇଏ ହେଉଛି ଆମ ଭୁବନେଶ୍ୱରର ସ୍ମାର୍ଟ ସିଟିର ସ୍ମାର୍ଟ ରାଜମହଲ ଆଜ୍ଞା ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ ଗୋଟେ ନିଶ୍ୱାସରେ ନାକେଦମ୍‌ ହେଇଯାଉଛନ୍ତି । ଏତେ ଯନ୍ତ୍ରଣା ପରେ ବି କାମ ସରିବନି, ୨୦୧୬ ମାର୍ଚ୍ଚରେ ଶକ୍ତି ମନ୍ତ୍ରୀ ଭୂତଳ କେବୁଲ୍‌ କାମର ଶିଳାନ୍ୟାସ କରି କହିଲେ, ଦେଢ଼ ବର୍ଷ ଭିତରେ କାମ ସରିବ। କିନ୍ତୁ ଆଜ୍ଞା ଏହା ମଧ୍ୟରେ ଅଢ଼େଇ ବର୍ଷ ଶେଷ ହେବାକୁ ବସିଲାଣି। ଜନସାଧାରଣଙ୍କର ଯନ୍ତ୍ରଣା ଦିନକୁ ଦିନ ବଢି ବଢି ଚାଲିଛି କିନ୍ତୁ କାମମ ସରୁନି । ୨୦୧୬ ମସିହାରୁ ରାଜଧାନୀର ଚାରିଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଭୂତଳ କେବୁଲ୍‌ କାମ ଚାଲିଛି। ଜନପଥ, ସଚିବାଳୟ ମାର୍ଗ, ବିଦ୍ୟୁତ ମାର୍ଗ ଓ କଟକ-ପୁରୀ ରାସ୍ତା। ଓପିଟିସିଏଲ୍‌ ଓ ସେସୁର ତତ୍ତ୍ୱାବଧାନରେ ଘରୋଇ ଠିକା ସଂସ୍ଥା ଏଲ୍‌ ଆଣ୍ଡ୍‌ ଟି ଏହି କାମ କରୁଛି। କର୍ତ୍ତୃପକ୍ଷଙ୍କ ଅବହେଳାରୁ ସହରର ଚିନ୍ତା ବଢ଼ାଉଛି ଦୁଇଟି ବ୍ୟସ୍ତବହୁଳ ରାସ୍ତା କଟକ-ପୁରୀ ରୋଡ୍‌ ଓ ଜନପଥରେ ଭୂତଳ କେବୁଲ୍‌ କାମ। ଏଠାରେ ଟ୍ରାଫିକ୍‌ ଭିଡ଼କୁ ଦୃଷ୍ଟିରେ ରଖି କାମ ଯେପରି ତ୍ୱରାନ୍ଵିତ କରାଯିବା କଥା ତାହା ହୋଇ ନାହିଁ ବୋଲି ଅଭିଯୋଗ ଉଠୁଛି। ଯେହେତୁ ସହରର ସର୍ବାଧିକ ଚଳପ୍ରଚଳ ଏହି ଦୁଇଟି ରାସ୍ତାରେ ହୁଏ, ତେଣୁ ଏହାର କାମକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ତୁରନ୍ତ ଶେଷ କରିବାର ଆବଶ୍ୟକତା ଥିଲା। ଶିଶୁଭବନ ଛକରୁ ମାଷ୍ଟର୍‌ କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟେ ବଡ଼ ବଡ଼ ଗାତ ଖୋଳାଯାଇ କେବୁଲ୍‌ ବିଛାଯାଉଛି। ପୁଣି ତାହା ସହିତ ସ୍ମାର୍ଟ ସିଟି କାମ ବି ଚାଲିଛି। କିନ୍ତୁ ଗାତଗୁଡ଼ିକ ବହୁ ଦିନ ପର୍ଯ୍ୟନ୍ତ ଖୋଳି ରଖା ଯାଇଥିବାରୁ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ମାଷ୍ଟର୍‌ କ୍ୟାଣ୍ଟିନ୍‌ରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ମଧ୍ୟ ସମାନ ଅବସ୍ଥା। ଜନପଥର ୬୦ ମିଟର ଚଉଡ଼ା ରାସ୍ତା ଏବେ କାମ ଯୋଗୁଁ ୪୦ ମିଟର ଭିତରେ ସୀମିତ ରହିଛି। ପୁଣି ରାସ୍ତା ଉପରେ କାର୍‌, ବାଇକ୍‌ ପାର୍କିଂ କରାଯାଇ ଥିବାରୁ ଗାଡ଼ି ଯା’ଆସ ପାଇଁ ଖୁବ୍‌ କମ୍‌ ଜାଗା ମିଳୁଛି। ଜନପଥ ରାଜଧାନୀର ଏକ ପ୍ରମୁଖ ବ୍ୟାବସାୟିକ ସ୍ଥାନ ହୋଇଥିବାରୁ ସହରର ସବୁଆଡ଼ୁ ଲୋକ ଏଠାକୁ ଆସୁଛନ୍ତି। ସନ୍ଧ୍ୟା ବେଳେ ତ ସ୍ଥିତି ପୂରା ବିଗିଡ଼ି ଯାଉଛି। ବହୁ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ହେଉଛି। ଶନିବାର ଓ ରବିବାର ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ଟ୍ରାଫିକ୍‌ ପୁଲିସ୍‌ ବି ହାତ ଟେକି ଦେଉଛି। ସନ୍ଧ୍ୟାରେ ଓ ଛୁଟି ଦିନରେ ଲୋକମାନେ ଏବେ ଜନପଥ ଯିବାକୁ ଡରିଲେଣି। କେବଳ ଟ୍ରାଫିକ୍‌ ଜାମ୍‌ ନୁହେଁ, ଏହି ଗାତଗୁଡ଼ିକ ଦୁର୍ଘଟଣାର କାରଣ ବି ସାଜୁଛନ୍ତି। ପୁଣି ବର୍ଷା ହେଲେ ରାସ୍ତା ଓ ଗାତ ଭିତରେ କିଛି ଫରକ୍‌ ଜଣାପଡ଼ୁନି। ଫଳରେ ସାମାନ୍ୟ ଅସାବଧାନ ହେଲେ ସେହି ଗାତରେ ପଡ଼ି ଯିବାର ଆଶଙ୍କା ମଧ୍ୟ ରହିଛି । ନିଜ ଜୀବନକୁ ବଞ୍ଚାଇ ଯାହା ଖାଲି ଯା ଆସ କରୁଛନ୍ତି ।