ଏନଏସଡି ଦ୍ୱାରା ଭାରତ ରଙ୍ଗ ମହୋତ୍ସବ ପାଇଁ ଓଡିଆ ନାଟକ ଚୟନରେ ଅନିୟମିତତା

ଟ୍ୱିନ୍ ସିଟି
  • 2018-11-25 11:49:16
  • 225

୨୦ତମ ଭାରତ ରଙ୍ଗ ମହୋତ୍ସବ ପାଇଁ ଓଡିଆ ନାଟକ ଗୁଡିକ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ସମ୍ରାଟ ସିଏ କଳାର ପୂଜାରୀର ମୁଖ୍ୟ ଶରତ ସମ୍ରାଟ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଦ୍ୱାରା ଅନୁଷ୍ଠିତ ରଙ୍ଗ ମହୋତ୍ସବ ପାଇଁ ଏହି ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ‘ମୁଖା’ ଓଡିଶାରେ ବେଶ ପ୍ରଶଂସିତ ହୋଇଥିଲା । ରବିନ୍ଦ୍ର ମଣ୍ଡପ ଠାରୁ ଆରମ୍ଭକରି ଭଞ୍ଜକଳା ମଣ୍ଡପ ତାଛଡା ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହୋଇ ବେଶ ଲୋକପ୍ରିୟତା ହାସଲ କରିପାରିଛି । କିନ୍ତୁ ଏହି ନାଟକଟିକୁ ଦିଲ୍ଲୀରେ ହେବାକୁ ଥିବା ୨୦ତମ ଭାରତ ରଙ୍ଗ ମହୋତ୍ସବ ପାଇଁ ଚୟନ ନକରାଯିବା ଦୁଃଖର ସହ ଜଣାଇଛନ୍ତି ଅନୁଷ୍ଠାନର ମୁଖ୍ୟ ଶରତ ସମ୍ରାଟ । ନାଟକ ଚୟନ କ୍ଷେତ୍ରରେ ସେ ଅନିୟମିତତା ଅଭିଯୋଗ ଆଣିଛନ୍ତି । ଭଲ ନାଟକ ଚୟନ ନକରିବା କ୍ଷେତ୍ରରେ ଅନୁଷ୍ଠାନର ସମସ୍ତ କଳାକାର ମାନେ ଗଭୀର ମାନସିକ ଆଘାତ ପାଇଥିବା ସେ କହିଛନ୍ତି । ପ୍ରକୃତ ପ୍ରତିଭାବାନ କଳାକାର ମାନଙ୍କୁ ଏନଏସଡି ହତାଦାର କରୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏହା ଫଳରେ କଳାକାର ମାନେ ଆଉ ନାଟକ କ୍ଷେତ୍ରରୁ ଦୁରେଇଯିବେ ବୋଲି ସେ କହିଛନ୍ତି । ଏହାର ପୁନଶ୍ଚ ମୁଲ୍ୟାୟନ କରିବାକୁ ସେ ନିବେଦନ କରିଛନ୍ତି ।