ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧାସଳଖ ପ୍ରତିଦ୍ବନ୍ଦ୍ବୀ ହେବେ ଅପରାଜିତା

ତାଜା ଖବର
  • 2018-11-23 10:53:37
  • 377

କାନଭାସ୍ ଓଡିଶା(ବ୍ୟୁରୋ) : ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ରାଜ୍ୟରେ ଜଣେ ଦକ୍ଷ ଆଇଏଏସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ଓଡିଶା କ୍ୟାଡରର ଏହି ମହିଳା ଆଇଏଏସ୍‍ ଅଧିକାରୀ ଜଣଙ୍କ ତାଙ୍କର ପ୍ରଶାସନିକ କାର୍ଯ୍ୟ ପାଇଁ ବେଶ୍‍ ଚର୍ଚ୍ଚିତା । ବିଷେଶକରି ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏବଂ ବିଏମ୍‍ସି କମିଶନର ଭାବେ ତାଙ୍କର କାର୍ଯ୍ୟ କରିବାର ଶୈଳୀ ଲୋକଙ୍କ ପସନ୍ଦ । ସ୍ପଷ୍ଟ ଭାବରେ ଦେଖିଲେ, ଓଡିଶା ପ୍ରଶାସନର ଅନ୍ୟ ଶହ ଶହ ଆଇଏଏସ ଅଧିକାରୀଙ୍କ ପରି ଅପରାଜିତା ମଧ୍ୟ ଜଣେ ଅତ୍ୟନ୍ତ ବିଶ୍ଵସ୍ତ ଥିଲେ। ଚାକିରି ରେ ରହି ବିଦ୍ରୋହ କରିବା କିମ୍ବା କିଛି ଗୋଟେ ବଡ କଥା କରିବାର ସାହସ ତାଙ୍କର ନଥିଲା । ଗଣ ଶିକ୍ଷା ବିଭାଗର ସଚିବ ଥିଲାବେଳେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ୟୁନିଫର୍ମ ବ୍ୟବସ୍ଥା କୁହନ୍ତୁ କି ଗୋଲାପି ଶାଢୀ କଥା କୁହନ୍ତୁ । ଭୁବନେଶ୍ଵର ମହାନଗର ନିଗମର କମିଶନର ଥିବା ବେଳେ ସେ ସୌନ୍ଦର୍ୟକରଣ ନାଁରେ ଯେଉଁ ସିମେଣ୍ଟ ଗଢା ମିରିଗ ମୟୂର ବସାଇବା କଥା କୁହନ୍ତୁ । ତାଙ୍କର ବଳିଷ୍ଠ ନେତୃତ୍ୱ, ତତକ୍ଷଣାତ୍ କାର୍ଯ୍ୟ ଓ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଥିଲା । ନୂଆଦିଲ୍ଲୀ ଡେପୁଟେସନରୁ ଫେରି ଗତ ସେପ୍ଟେମ୍ବର ୧୫ ତାରିଖରେ ଶ୍ରୀମତୀ ଷଡଙ୍ଗୀ ରାଜ୍ୟ ସରକାରଙ୍କ ନିକଟରେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବାପରେ ତାଙ୍କର ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଚଳିତମାସ ୧୪ ତାରିଖରେ ତାଙ୍କର ଅବସର ଆବଦନକୁ ସବୁଜ ସଙ୍କେତ ମିଳିବାପରେ ତାଙ୍କର ବିଜେପିରେ ଯୋଗଦେବାର ରାସ୍ତା ପରିଷ୍କାର ହୋଇଯାଇଛି । ତେବେ ଆସନ୍ତା ୨୭ ତାରିଖରେ ଦିଲ୍ଲୀରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ଅପରାଜିତା ଷଡଙ୍ଗୀ । ଏହି ମିଶ୍ରଣ ପର୍ବରେ ବିଜେପିର ତୁଙ୍ଗ ନେତା ମାନେ ସାମିଲ ହେବେ ବୋଲି ଜଣାପଡିଛି ।୨୮ ତାରିଖରେ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‍ ଅଶୋକ କୁମାର ତ୍ରିପାଠୀ ବିଜେପିରେ ଯୋଗ ଦେଇଛନ୍ତି ।