ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମୃତ

ଅପରାଧ
  • 2018-11-22 17:36:44
  • 220

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ମାଲକାନଗିରି ଓ ସୁକମା ଜିଲ୍ଲାର ମଝିରେ ଥିବା ଦଣ୍ଡିପଦର ପାହାଡରେ ମାଓକ୍ୟାମ୍ପ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଯବାନମାନଙ୍କ କୁମ୍ବିଂ ଅପରେସନରେ ଜଣେ ମାଓ ନେତ୍ରୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି ଛତିଶଗଡ ଏସପି ଅଭିଷେକ ମୀନା । ସୂଚନାନୁନାଯାୟୀ, ପୋଲିସର କୁମ୍ବିଂ ଅପରେସନ ଚଳାଇଥିବାବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ । ତେବେ ମାଓବାଦୀଙ୍କ ଆକ୍ରମଣର ପାଲଟା ଜବାବ ଦେଇଥିଲେ ଯବାନ । ଫଳରେ ଜ୍ୟୋତି ନାମକ ମାଓନେତ୍ରୀଙ୍କ ମୃତ୍ୟୁ ହୋଇଛି । ଜ୍ୟୋତି ଦରଭା ମାଓକ୍ୟାମ୍ପର ମିଲିଟାରୀ କମାଣ୍ଡର ଭାବେ କାମ କରୁଥିବାବେଳେ ପୂର୍ବରୁ ତାଙ୍କ ନାଁରେ ୮ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରାଯାଇଥିଲା । REPORT- SURAJ KUMAR BEHERA, MALKANGIRI, ID NO- CO003