କପିଳେଶ୍ୱର ମହାଦେବଙ୍କ ପୂଜା ଲାଗି ପୂରୁଣା ଭୁବନେଶ୍ୱରରେ ମହିଳାମାନେ ତିଆରି କଲେ ତରଣ

ପୂଜାପାର୍ବଣ
  • 2018-11-22 16:23:17
  • 254

କାନଭାସ୍ ଓଡିଶା(ବ୍ୟୁରୋ) : କପିଳେଶ୍ୱର ମହାଦେବଙ୍କ ପୂଜା ଲାଗି ପୂରୁଣା ଭୁବନେଶ୍ୱରର କପିଳେଶ୍ୱରରେ ଅାଜି ବିଭିନ୍ନ ମହିଳା ମାନେ ତରଣ ତିଅାରି କରିଥିଲେ । ବଡ଼ଓଷା କରିଥିବା ମହିଳା ମାନେ ଘରେ ତରଣ ତିଅାରି କରି ପୂର୍ଣ୍ଣିମା ତିଥିରେ ଭୋରୁ ଲାଗି କରାଯିବ । ଏହାକୁ ଲାଗି କରିବା ପରେ ଶ୍ରଦ୍ଧାଳୁ ମାନେ ଏହି ତରଣ ଭୋଗ ପାଇବେ । ଅାଜି ଦିନ ତମାମ ଉପବାସରେ ଥିବା ପ୍ରାୟ ଶତାଧକ ମହିଳା ନିଜ ଘରେ ଚାଉଳ ଚୂନା, ଗୁଡ଼, ନଡ଼ିଅା, ଅାଖୁ ରସ, ତେଜପତ୍ର ପକାଇ ମାଟି ହାହାଣ୍ଡିରେ ରୋଷେଇ କରି ଏହି ତରଣ ତିଅାରି କରିଥିଲେ । କପିଳେଶ୍ୱର ଗ୍ରାମରେ ଶହ ଶହ ମହିଳାମାନେ କୋଠା ଉପରେ ଓ ଖୋଲା ସ୍ଥାନରେ ତିଅାରି କରିଥିଲେ । ଚତୁର୍ଦଶୀ ତିଥିରେ ତିଅାରି କରାଯାଇଥିବା ଏହି ତରଣକୁ ଅାସନ୍ତା କାଲି ପୂର୍ଣ୍ଣିମା ତିଥିରେ ପରିବାରର ପୁରୁଷ ମାନେ ନେଇ କପିଳେଶ୍ୱର ମହାଦେବଙ୍କୁ ଲାଗି କରାଇବେ ବୋଲି ସୁଚିତ୍ରା ପଣ୍ଡା କହିଛନ୍ତି।