ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ୱର କ୍ୟାପିଟାଲ ପକ୍ଷରୁ ସ୍ୱାକ୍ଷରତା ଅଭିଯାନ ଆରମ୍ଭ

ଟ୍ୱିନ୍ ସିଟି
  • 2018-11-22 10:07:46
  • 246

କାନଭାସ୍ ଓଡିଶା(ବ୍ୟୁରୋ) : ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ୱର କ୍ୟାପିଟାଲ(ଆର୍.ସି.ବି) ପକ୍ଷରୁ ସ୍ୱାକ୍ଷରତା ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ନାଗେଶ୍ୱରଟାଙ୍ଗିର ପେସ୍ ଏକାଡେମିଠାରେ ଗତ ୧୮ତାରିଖରେ ସ୍ୱାଭିମାନ କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏହି କେନ୍ଦ୍ରରେ ୩୦ଜଣ ନିରିକ୍ଷର ବ୍ୟକ୍ତିଙ୍କୁ ଶିକ୍ଷା ଗ୍ରହଣ ପାଇଁ ପ୍ରବର୍ତାଯାଇଥିଲା। ପୋଲିଓ ବିନାଶ ପାଇଁ ରୋଟାରି କ୍ଲବ ସୁନାମ ଅର୍ଜନ କରିଥିବା ବେଳେ ଏହାର ସଭ୍ୟମାନେ ସୁନାମର ପାତ୍ର । ସେହିପରି ରୋଟାରି କ୍ଲବ ସ୍ବାକ୍ଷରତା ପାଇଁ ସୁନାମ ଅର୍ଜନ କରିବ ବୋଲି ଆର୍‌ସିବି କ୍ୟାପିଟାଲର ସଭ୍ୟମାନେ କହିଛନ୍ତି। ‌କ୍ଲବର ସଭାପତି ରୋଟାରିଆନ୍‌ ପ୍ରଣୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ରୋଟାରିଆନ୍ ଗଦାଧର ଦାସ ସ୍ୱାକ୍ଷରତା କିମିଟିର ଅଧ୍ୟକ୍ଷ ରୋଟାରୀଆନ୍ ପ୍ରସନ୍ନ କୁମାର ଚୌଧୁରୀ, ସମ୍ପାଦକ ରୋଟାରିଆନ୍‌ ମହେଶ ରଜନୀ ଓ କୋଷାଧ୍ୟକ୍ଷ ରୋଟାରିଆନ୍‌ ବିମ୍ବାଧର ବେହେରା ରୋଟାରି ସ୍ୱାକ୍ଷରତା ଅଭିଯାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଭାରତବର୍ଷକୁ ନିରକ୍ଷରତା ଦୂର କରି ସ୍ୱାକ୍ଷରତା କରିବା ପଦକ୍ଷେପ ରୋଟାରି କ୍ଲବର ଏକ ମହତ କାର୍ଯ୍ୟ ବୋଲି ମତ ଦେଇଥିଲେ । ଏହି ସ୍ବାଭିମାନ କେନ୍ଦ୍ର ବିଭିନ୍ନ ସ୍ଥାନରେ ରାଜଧାନୀରେ ଖୋଲାଯାଇ ନିରକ୍ଷର ଲୋକଙ୍କୁ ସ୍ବାକ୍ଷର କରିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି।