ମର୍ଦ୍ଦଳ ଥିଲା ଯାହାଙ୍କ ଜୀବନ

କଳା-ସଂସ୍କୃତି
  • 2018-11-21 10:09:25
  • 277

କାନଭାସ୍ ଓଡିଶା(ବ୍ୟୁରୋ) : ଆଉ ନାହାଁନ୍ତି ମର୍ଦ୍ଦଳର ଜନକ ଗୁରୁ ବନମାଳୀ ମହାରଣା । ଦୀର୍ଘ ଦିନ ଧରି ଫୁସଫୁସ୍ ଜନିତ ସମସ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ୮୩ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ଓଡିଶୀ ସଂଗୀତ ଜଗତପାଇଁ ଏକ ଅପୁରଣୀୟ କ୍ଷତି ସୁନିଶ୍ଚିତ କିନ୍ତୁ ଗୁରୁ ହୋଇକି ସେ ଛିଡା କରିଛନ୍ତି ଅନେକ ଶିଷ୍ୟଙ୍କୁ । ଓଡିଶା ହେଉ କି ଦେଶ ବାହାରେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଗୁରୁଙ୍କୁ ମର୍ଦ୍ଦଳର ଗୋଟି ଚାଳନା ଶିଖାଇ ଅମର ହୋଇ ଯାଇଛନ୍ତି । ୧୯୪୧ମସିହା ମେ ମାସ୧୬ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁରରେ ତାଙ୍କର ଜନ୍ମ । ମର୍ଦ୍ଦଳ ପ୍ରତି ଅବର୍ଣ୍ଣନୀୟ ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୦୪), ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୪), ବାଦ୍ୟ ସରସ୍ୱତୀ (୧୯୯୭-୯୮), ବାଦ୍ୟ ବିଦ୍ୟାଧର (୧୯୯୮), କଳିଙ୍ଗ କଳା ସମ୍ମାନ (୧୯୯୮), ଶ୍ରୀ ଜଗନ୍ନାଥ ପୁରସ୍କାର (୧୯୯୯), ରଘୁରାଜପୁର ବସନ୍ତ ଉତ୍ସବ (୧୯୯୯), ଚିନ୍ତା ଓ ଚେତନା (୧୯୯୯), ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆୱାଡ (୨୦୦୩), ବାଦ୍ୟଶ୍ରୀ ସମ୍ମାନ (୨୦୦୪), ହନୁମାନ ଜୟନ୍ତି ସମାରୋହ ସମ୍ମାନ (୨୦୦୫), ସିଂହାରୀ ସମ୍ମାନ (୨୦୦୫), ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ (୨୦୦୫), ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ବାଦ୍ୟ ସିଦ୍ଧି ସାଧକ ସମ୍ମାନ (୨୦୦୬), ବିବିଧ ବର୍ଣ୍ଣ ସାଂସ୍କୃତିକ ସମ୍ମାନ (୨୦୦୬), ଉଡ୍ର ପଙ୍କଜ ସମ୍ମାନ (୨୦୦୬), କଳିଙ୍ଗ କଳାସମ୍ମାନ ( ୧୯୯୮), ଭାରତ ସରକାରଙ୍କ ପକ୍ଷରୁ ବରିଷ୍ଠ ଜାତୀୟ ଫେଲୋଶିପ୍ (୨୦୦୪), ସଞ୍ଜୁକ୍ତା ପାଣିଗ୍ରାହୀ ପୁରସ୍କାର (୨୦୦୫). କେଳୁଚରଣ ମହାପାତ୍ର ପୁରସ୍କାର (୨୦୦୬), ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍ (୨୦୧୨) ସମ୍ମାନ ଓ ପୁରସ୍କାରର ଅଧିକାରୀ । ମର୍ଦ୍ଦଳକୁ ସାମନ୍ତରାଳ ମର‌୍ୟ୍ୟାଦା ଦେବାରେ ଗୁରୁଙ୍କ ଅବଦାନ ଅତୁଳନୀୟ । ପୁରୁଷ ବାଦ୍ୟକାର ହେବା ପରମ୍ପରାକୁ ଉଚ୍ଛେଦ କରି ସେ ଗଢିଛନ୍ତି ଅନେକ ମହିଳା ବାଦ୍ୟଶିଳ୍ପୀଙ୍କୁ । ତା ସହ ନିଜର ଦୁଇ ନାତୁଣୀଙ୍କୁ ମଧ୍ୟ ମର୍ଦ୍ଦଳ ବିଦ୍ୟା ଶିକ୍ଷା ଦେଇଛନ୍ତି । ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଭୂଷଣ କେଳୁଚରଣ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ସଂଯୁକ୍ତା ପାଣିଗ୍ରାହୀ, କୁମ୍‌ କୁମ୍‌ ମହାନ୍ତି, ସୋନାଲ୍‌ ମାନସିଂହ, ମାଧବୀ ମୁଦ୍‌ଗଲ୍‌ଙ୍କ ଭଳି ପ୍ରମୁଖ ନୃତ୍ୟଗୁରୁଙ୍କ ସହ ମର୍ଦ୍ଦଳ ବାଦନ କରିବା ସହ ଜଣେ ଗୁରୁ ଭାବେ ବହୁ ଛାତ୍ରଙ୍କୁ ମର୍ଦ୍ଦଳ ବାଦନ ଶିକ୍ଷା ଦେଉଥିଲେ । କେଳୁଚରଣ ମହାପାତ୍ର ଥିଲେ ତାଙ୍କର ମାର୍ଗଦର୍ଶକ, ସମ୍ପର୍କୀୟ ଭାଇ । ପିଲାବେଳେ ମୋହନ ସୁନ୍ଦର ଗୋସ୍ୱାମୀଙ୍କ ମନ୍ଦିରରେ ରାସନୀଳାରେ ସାମିଲ ହୁଅନ୍ତି । ରାସନୀଳାରେ କେବଳ ଖୋଳ ବଜାଇବାର ସୁଯୋଗ ମିଳିଥାଏ । ତାପରେ ସେ ଗୈାରସୁନ୍ଦର ଗୋସ୍ୱାମୀଙ୍କ ସସ୍ପର୍ଶରେ ଆସିବା ପରେ ସେ ଅନ୍ନପୂର୍ଣ୍ଣା ଥିଏଟରରେ ମିଶନ୍ତି । ପିଲାବେଳେ ଗୀତ ଗାଉଥିବାରୁ ତାଙ୍କୁ ଅନ୍ନପୂର୍ଣ୍ଣା ଥିଏଟରର ମ୍ୟାନେଜର ବାଉରୀବନ୍ଧୁ ମହାନ୍ତି ଗୀତ ଗାଇବାର ସୂଯୋଗ ଦିଅନ୍ତି । କିନ୍ତୁ ତାଙ୍କର ମନ ଥାଏ ବାଦ୍ୟ ଯନ୍ତ୍ ଉପରେ । ଗଳା ଖରାପ ହୋଇଯିବାରୁ ତାଙ୍କୁ ଆଉ କେହି ଅଟକାଇ ପାରିଲେ ନାହିଁ । ଧିରେ ଧିରେ ସବୁ ବାଦ୍ୟ ବଜାଇବାକୁ ସୂଯୋଗ ପାଆନ୍ତି । ବାଦ୍ୟ ଯନ୍ତ୍ର ଉପରେ କିଛି ଧାରଣା ନଥାଏ, ଗୁରୁ କ୍ଷେତ୍ରମୋହନ କରଙ୍କ ଦିଗଦର୍ଶନରେ ଆସି ତାଙ୍କର ପ୍ରଥମ ମୂଳଦୁଆ ଅତିକ୍ରମ କରନ୍ତି । ତାପରେ ସିଂହାରୀ ଶ୍ୟାମସୁନ୍ଦରଙ୍କଠାରୁ ମଧ୍ୟ ଅନେକ ସମୟରେ ପଖୈାଜ ଶିକ୍ଷା ପ୍ରାପ୍ତି ଲାଭ କରନ୍ତି । ୧୯୬୫ମସିହା ଡିସେମ୍ବର ମାସ ୧୬ତାରିଖରେ ସଂଗୀତ ମହାବିଦ୍ୟାଳୟରେ ଯୋଗ ଦିଅନ୍ତି ।