ନିଆରା ଚିତ୍ରଶିଳ୍ପୀ ପ୍ରତୁଲ ଦାଶ

କଳା-ସଂସ୍କୃତି
  • 2018-11-20 18:47:50
  • 341

କାନଭାସ୍ ଓଡିଶା(ବ୍ୟୁରୋ) : ବିଶ୍ୱ କପ୍ ହକି ପାଇଁ ସରକାର ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛନ୍ତି । ୱାଲ ପେଣ୍ଟିଂଗ ଠାରୁ ଆରମ୍ଭ କରି ଥ୍ରୀଡି ଚିତ୍ର ମାନ ବିଦେଶରୁ କଳାକାର ମାନେ ଆସିକି ସେମାନେ ନିଜ ନିଜର ଭାବନାକୁ ଚିତ୍ର ମାଧ୍ୟମରେ ପରିପ୍ରକାଶ କରୁଛନ୍ତି କିନ୍ତୁ ୟାରି ଭିତରେ ପ୍ରତୁଲ ଦାସଙ୍କ ଚିତ୍ର ସାଧାରଣ ମଣିଷର କଥାକୁୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ । ନିଜର କଳାତ୍ମକ ଉପସ୍ଥାପନାରେ ସମାଜ, ସ୍ଥାନାନ୍ତରଣ ଭଳି ସମସ୍ୟା, ଜୀବଜଗତର ସଙ୍କଟ ଆଦି ବିଷୟ ଉପରେ ଆଲୋକପାତ କରିଥାନ୍ତି । ନିକଟରେ ଭୁବନେଶ୍ୱର ଆର୍ଟ ଟ୍ରେଲରେ ନିଜର ପ୍ରସ୍ତୁତିରେ ଅନେକ କୁଡୁଆ ମାନଙ୍କୁ ନେଇ ସେ ଗଢିଛନ୍ତି ବାଇ ଚଢେଇ ବସା । ବିନ୍ଦୁସାଗର ପାଦଦେଶରେ ଶୋଭା ପାଉଛି ତାଙ୍କର ଏହି କଳାକୃତି । ଭୁବନେଶ୍ୱର ବି.କେ ଆର୍ଟ କଲେଜରୁ ସ୍ନାତକ ଶିକ୍ଷାଗ୍ରହଣ ପରେ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାତକୋତ୍ତର ଶିକ୍ଷା ସାରିବା ପରେ ଏବେ ସେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି । ଚିତ୍ର ସଂରଚନାରେ ଅଭିନବ ରୀତି ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛି । ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କ ଚିତ୍ରରେ ରହିଛି ବାସ୍ତବତାର ଋପ । ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସେ ମାହୋର । ତାଙ୍କରି ମତରେ ମଣିଷ ଅତ୍ୟାଧୁନିକ ହେବା କିଛି ଖରାପ ନୁହେଁ କି ମୁଁ ପ୍ରଗତିକୁ ବିରୋଧ କରୁନି କିନ୍ତୁ ତାରି ଭିତରେ ଯାହା ସବୁ ହରେଇବାକୁ ପଡୁଛି ତାକୁ ଫେରି ପାଇବାଟା ଅସମ୍ଭବ । ଏଥିପାଇଁ ସଜାଗ ହେବାକୁ ପଡିବ । ଭୁବନେଶ୍ୱର ଆର୍ଟ ଟ୍ରେଲରେ ଯୋଗ ଦେବାକୁ ଆସିଥିବା ପ୍ରତୁଲ ଦାଶ ୟାରି ଭିତରେ ସ୍ମାର୍ଟସିଟିର ବହୁସ୍ଥାନ ଭ୍ରମଣ କରିଛନ୍ତି, ପୂର୍ବାପେକ୍ଷା ଏବେ ବହୁ ପରିବର୍ତ୍ତନ ଦେଖିବାକୁ ପାଇଛନ୍ତି । ମନ ଭିତରେ ସେଇ ଗୋଟିଏ ପ୍ରଶ୍ନ ଉଙ୍କିମାରି ଛିଡା ହେଉଥାଏ, ଏଠି ସବୁ ଦେଖିବାକୁ ପାଇଲି କାଇଁ କେଉଁଠିତ ଘର ଚଟିଆଟେ ଦେଖିବାକୁ ପାଇଲି ନାହିଁ । ସେମାନେ କଣ ପ୍ରକୃତିର ଅଂଶୀଦାର ନୁହଁନ୍ତି ? କାଇଁତ ଆଉ ଶୁଭୁନାହିଁ ସେଇ କିଚିରି ମିଚିରି ଶବ୍ଦ । ଶବ୍ଦ ବିହିନ କଣ ଏଇ ରାଜଧାନୀ ? ନା ସେମାନଙ୍କର ଏଠି ଅଧିକାର ନାହିଁ ବସବାସ କରିବାରେ ? ପରିଶେଷରେ ପ୍ôରଶ୍ନର ଉତ୍ତର ମିଳିଗଲା, ଜୀବଜଗତର ଶଙ୍କଟ, ରାଜରାସ୍ତା କଡରେ ଗଛ ନାହିଁ, ଘର ଅଛି ବଡ ବଡ କୋଠା ମାନ କିନ୍ତୁ ସେଠାରେ କଣ ସେମାନେ ସୁରକ୍ଷିତ ରହିପାରିବେ ? ପରିବେଶ ପ୍ରଦୁଷଣ ବି ୟାର ଆଉ ଏକ ଉଦାହରଣ । ଅଦଭୂତ ଚିନ୍ତାଧାରା, ଭୁବନେଶ୍ୱର ଆସିବା ଦିନଠୁ ସେ କୈାଣସି ବି ସ୍ଥାନରେ ଗୋଟିଏ ହେଲେ ବାଇ ଚଢେଇ ଦେଖିବାକୁ ପାଇଲେ ନାହିଁ । ଅତୀତର ସ୍ମୃତିକୁ ମନେ ପକାଇବାକୁ ଯାଇ ସଂସ୍କୃତି ଆଉ ପରମ୍ପରା ସହ ଜଡିତ ମାଟି କୁଡୁଆକୁ ନେଇ ସେ ଗଢିବାକୁ ଚିନ୍ତାକଲେ ବାଇଚଢେଇ ବସା । କୁଡୁଆର କୈାଣସି ସ୍ୱତନ୍ତ୍ର ଛାଞ୍ଚ ନଥାଏ । ହାତରେ ତିଆରି ହେଉଥିବାରୁ ଏହାର ଗଠନ ଶୈଳୀ ମଧ୍ୟ ଭିନ୍ନ । ତେଣୁ ଏହା ଏକ ସ୍ୱତନ୍ତ୍ର । ସେ କୈାଣସି ମାଧ୍ୟମକୁ ଫ୍ୟାସନ କି ଟ୍ରେଣ୍ଡ ଭାବେ ବ୍ୟବହାର ନକରି ଆବଶ୍ୟକତା ଅନୁସାରେ ମାଧ୍ୟମଟିକୁ ବାଛିଥାନ୍ତି । ତେଣୁ କୈାଣସିବି ମାଧ୍ୟମ ତାଙ୍କ ପାଇଁ ପୁରୁଣା ବି ନୁହେଁ । କୈାଣସି ଚିତ୍ର ସଂରଚନାକୁ ଯିବା ସମୟରେ ବିଷୟବସ୍ତୁ ଚୟନ କ୍ଷେତ୍ରରେ ସେ ବାସ୍ତବତା ଆଉ ସାମାଜିକ ଜୀବନର ଛୋଟ ଛୋଟ ଘଟଣା ବଳୀକୁ ସାମିଲ କରିଥାନ୍ତି ।