ରାସ୍ତା ନାହିଁ କି ପୋଲ ବି ନାହିଁ

ଅଭିଯୋଗ
  • 2018-11-19 19:15:04
  • 241

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏହି ଜିଲ୍ଲାର ମାଡକାପଦର ପଞ୍ଚାୟତର ଟାଙ୍ଗିନିଗନ୍ଦନା ଗ୍ରାମରେ ଏ ହେଉଛି ଅଭାବନୀୟ ଦୃଶ୍ୟ । ଗାଁକୁ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଗୋବିନ୍ଦପାଲୀକୁ ଯିବାକୁ ହେଲେ ଗାଁକୁ ସଂଯୋଗ କରୁଥିବା ନାଳ ହିଁ ମୁଖ୍ୟ ମାଧ୍ୟମ ଏଠି । ନାଳ ପାରି ହେଲା ପରେ ଯାଇ ଲୋକେ ଗୋବିନ୍ଦପାଲୀକୁ ଯାଇପାରିବେ । ଏହି ନାଳ ଉପରେ ଗୋଟିଏ ପୋଲ ରହିଛି ଯାହାକି ଗତ ଲଗାଣ ବର୍ଷାରେ ଉକ୍ତ ପୋଲଟି ଭାଙ୍ଗି ଯିବା ସହ ରାସ୍ତା ମଧ୍ୟ ଧୋଇ ହୋଇଯାଇଛି । ପୋଲ ଆଉ ରାସ୍ତା ମଝିରେ ରହିଛି ବିରାଟ ଗାତ । ଗାଡି ମଟର ତ ଯିବା ଦୁରର କଥା ଏହି ରାସ୍ତାରେ ଚାଲିକି ଯିବା ମଧ୍ୟ କାଠିକର ପାଠ । ଛୋଟ ଛୋଟ ପିଲା ମାନେ ସ୍କୁଲ ଯିବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାସହ ପିଡିଏସ୍ଚା ଉଳ ଓ ବିଭିନ୍ନ ଭତ୍ତା ଆଣିବାକୁ ଗୋବିନ୍ଦପାଲୀ ଯିବାକୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003