ହକି ବିଶ୍ୱକପ୍ ଉପଲକ୍ଷେ ଜଳେଶ୍ୱର କଳା ପ୍ରତିଷ୍ଠାନ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ

ମନୋରଞ୍ଜନ
  • 2018-11-19 10:23:12
  • 248

କାନଭାସ୍ ଓଡିଶା(ବ୍ୟୁରୋ) : ଆଜିର ଏହି ପ୍ରଗତିଶୀଳ ବ୍ୟସ୍ତ ସମାଜରେ ମଣିଷ ନିଜ ଭବିଷ୍ୟତକୁ ସରସ ଓ ସୁନ୍ଦର କରିବା ସ୍ୱପ୍ନରେ କଳାର ମହତ୍ୱ ଓ କଳା ପ୍ରତି ଆଗ୍ରହ କମି କମି ଯାଉଛି । ସେମାନେ ଭୁଲି ଯାଉଛନ୍ତି କି କଳା ଓ କଳାକାରର ଚିନ୍ତାଧାରା ଆଜିର ଏହି ସମାଜକୁ କେତେ ଆଗେଇ ନେଇଛି । କଳା ପ୍ରତି ଲୋକମାନଙ୍କର ଆଗ୍ରହକୁ ଫେରାଇ ଆଣିବା ପାଇଁ ହକି ବିଶ୍ୱକପ୍ ଉପଲକ୍ଷେ ଜଳେଶ୍ୱର କଳା ପ୍ରତିଷ୍ଠାନ ପକ୍ଷରୁ ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଠାରେ ଆରମ୍ଭ ହୋଇଛି ଚିତ୍ରକଳାର ପ୍ରଦର୍ଶନୀ । ଏହି ପ୍ରଦର୍ଶନୀ ୧୮/୧୧/୨୦୧୮ରୁ ୨୯/୧୧/୨୦୧୮ ପର୍ଯର୍୍ୟନ୍ତ ଚାଲିବ । ୨୦୧୨ ମସିହାରେ ଜଳେଶ୍ୱର କଳା ପ୍ରତିଷ୍ଠାନ ଆରମ୍ଭ ହୋଇ ଆଜି ଜଳେଶ୍ୱରର ବିଭିନ୍ନ ସ୍କୁଲ, କଲେଜରେ ଚିତ୍ରାଙ୍କନ, ମେହେନ୍ଦି, ଝୋଟୀ ପ୍ରଭୁତି ପ୍ରତିଯୋଗିତା ମାନ ଆୟୋଜନ କରିବା ସହିତ ପିଲାମାନଙ୍କ ପାଇଁ ଶିଶୁ ଚଳଚ୍ଚିତ୍ରର ଆୟୋଜନ ମଧ୍ୟ କରୁଛି । ଓଡିଶାର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନଙ୍କୁ ଏ ଅନୁଷ୍ଠାନ ପ୍ରତିବର୍ଷ ସମ୍ବର୍ଦ୍ଦିତ କରିବା ସହିତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଜଳେଶ୍ୱର କଳା ପ୍ରତିଷ୍ଠାନ । ପ୍ରଥମଥର କରି ଭୁବନେଶ୍ୱରଠାରେ ଏହି ପ୍ରତିଷ୍ଠାନ ସ୍ପେନ୍, ଭିଏତନାମର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନଙ୍କ ଚିତ୍ରକଳା ସହ ଆମ ଦେଶର ଚଣ୍ଡିଗଡର ପ୍ରତିଷ୍ଠିତ ଶିଳ୍ପୀ ପ୍ରବିନ୍ଦର ସିଂ ଲାଲ୍ ଓଡିଶା ଲଳିତକଳା ଏକାଡେମୀର ସମ୍ପାଦକ ମାନସରଞ୍ଜନ ଜେନା ଓ ଅନ୍ୟ ୨୫ ଜଣ ମେଧାବୀ ଚିତ୍ରଶିଳ୍ପୀଙ୍କର ଚିତ୍ରକଳା ପ୍ରଦର୍ଶନୀ ହେବ ।