- 2018-11-17 19:10:20
- 276
କାନଭାସ୍ ଓଡିଶା(ବ୍ୟୁରୋ) : ପାର୍ବଣ ଋତୁ ଦଶହରାରେ ଲୋକେ ବିଭିନ୍ନ କାମ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ବେଳେ ଏହି ଦୁଇ ଆନ୍ତରାଜ୍ୟ ଡକାୟତ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ବହୁ ଚର୍ଚ୍ଚିତ ଧୁମ ଫିଲ୍ମର ଡକାୟତି ଷ୍ଟାଇଲକୁ ଫଲୋ କରି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲେ । ଏଭଳି ଏକ ପରିସ୍ଥିତିରେ ପୋଲିସ ଆଖିରୁ ନିଦ ହଜେଇ ଦେଇଥିବା ଏହି ଦୁଇ ଆନ୍ତରାଜ୍ୟ ଡକାୟତଙ୍କୁ ମାଲକାନଗିରି ପୋଲିସ ଗତକାଲି ଭଞ୍ଜନଗର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି । ଏମାନେ ହେଲେ ଏମ୍ ଚିରଞ୍ଜିବୀ ଓ ଆଲୁରୋକି । ଏହି ଡକାୟତ ମାନେ ପ୍ରାୟ ଲକ୍ଷାଧିକ ଟଙ୍କା ଲୁଟିଥିବା ପୋଲିସ ସୁତ୍ରରୁ ପ୍ରକାଶ । ପୋଲିସ ସେମାନଙ୍କ ପାଖରୁ ଗୋଟିଏ ବାଇକ ସହ ଏକ ମାଷ୍ଟର ଚାବି ମଧ୍ୟ ଜବତ କରିଛି । ଉକ୍ତ ମାଷ୍ଟର ଚାବି ସାହାଯ୍ୟରେ ଚୋର ମାନେ ଲୋକଙ୍କ ମୋଟର ସାଇକେଲର ଡିକି ଭାଙ୍ଗି ଟଙ୍କା ଚୋରି କରୁଥିବା ଜଣାପଡିଛି । ଶନିବାର ସନ୍ଧ୍ୟାରେ ଡକାୟତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଏସଡିପିଏ ସୂଚନା ଦେଇଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003