ଦର୍ଶକଙ୍କ ମନ ମୋହିଲା ଶିଳ୍ପୀଙ୍କ ଯାଦୁଗରୀ ତୁଳୀର ସ୍ପର୍ଷ “ବିନ୍ଦୁ”

ମନୋରଞ୍ଜନ
  • 2018-08-28 13:29:28
  • 999

କାନଭାସ୍ ଓଡିଶା(ବ୍ୟୁରୋ): ଭୁବନେଶ୍ବର, ସ୍ଥାନୀୟ ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ତୃତୀୟ ବର୍ଷର ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା “ବିନ୍ଦୁ” ଶିର୍ଷକ ଏକ ମନୋଜ୍ଞ କଳା ପ୍ରଦର୍ଶନୀ ମହାବିଦ୍ୟାଳୟର ଚିତ୍ରବିଥି ଚିତ୍ରଶାଳାରେ ଆୟୋଜିତ ହୋଇଥିଲା । ପ୍ରଦର୍ଶନୀଟିକୁ ଉଦଘାଟନ କରିଥିଲେ ରେଲୱେ ପୁଲିସ ଓ ତଟୀୟ ସୁରକ୍ଷ। ଭୁବନେଶ୍ବରର ଅତିରିକ୍ତ ନିର୍ଦେଶକ ଶ୍ରୀ ପ୍ରାଣବିନ୍ଦୁ ଆଚାର୍ୟ୍ୟ, ସେ ବ୍ୟକ୍ତିଗତ ଭାବେ ପ୍ରତିଟି ଛବିକୁ ନିରିଖେଇ ଦେଖି ସେହି ଛବିର ସ୍ରଷ୍ଟା ଯୁବ ଶିଳ୍ପୀଙ୍କ ମହିମା ମଣ୍ଡନ କରିବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ । ପ୍ରଦର୍ଶନୀଟୀରେ ସମୁଦାୟ ୭୪ଟୀ ଭିନ୍ନ ଭିନ୍ନ ମାଧ୍ୟମର କଳାକୃତିମାନ ପ୍ରଦର୍ଶିତ ହୋଇଥିଲା ଯଥା: ଲିଥୋଗ୍ରାଫୀ, ସେରିଗ୍ରଫୀ, ଏଚିଙ୍ଗ, ଡିଜାଇନ, ପୋଷ୍ଟର , ଆକରିଲିକ, ତୈଳଚିତ୍ର, ଜଳରଙ୍ଗ, ଟେମ୍ପେରା, ଭାସ୍କର୍ୟ୍ୟ, ସେରାମିକ ଇତ୍ୟାଦି । ଏହି କଳା ପ୍ରଦର୍ଶନୀଟୀ ଆସନ୍ତା ଏକତିରିଶ ତାରିଖ ପର୍ୟ୍ୟନ୍ତ ଦେଖଣାହାରୀଙ୍କ ପାଇଁ ସକାଳ ୧୧ ଟାରୁ ସନ୍ଧ୍ୟା ୪ଟା ପର୍ୟ୍ୟନ୍ତ ଉନ୍ମୁକ୍ତ ରହିବ । ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ବିଶେଷ ଗୁଣସମ୍ପନ୍ଣ ଯୁବ ଚିତ୍ରକରଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ ଓ ସମସ୍ତଙ୍କୁ ଏହି ଆୟୋଜନ ପାଇଁ ଧନ୍ୟବାଦ ଗଣେଇଥିଲେ ।