ନଭେମ୍ବର ୧୫ରେ ନାଟକ ‘ଭ୍ରଷ୍ଟାଚାର’

ମନୋରଞ୍ଜନ
  • 2018-11-13 13:52:51
  • 249

କାନଭାସ୍ ଓଡିଶା(ବ୍ୟୁରୋ) : ଅଗ୍ରଣୀ ଅନୁଷ୍ଠାନ ‘ସମ୍ରାଟ ସିଏ କଳାର ପୂଜାରୀ’ ଦ୍ୱାରା ଆୟୋଜିତ ଦେଶରେ ଘଟୁଥିବା ଦୈନଦିନ ନିଚ୍ଛକ ଘଟଣାବଳୀ ଉପରେ ଆଧାରିତ ନାଟକ ‘ଭ୍ରଷ୍ଟାଚାର’ ଆଗାମୀ ୧୫ ନଭେମ୍ବର ୨୦୧୮ ସନ୍ଧ୍ୟା ୬.୩୦ ମିନିଟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ । ଏହି ନାଟକର ଅଭିକଳ୍ପ, ନାଟ୍ୟ ରଚନା, ଗୀତ, ପରିକଳ୍ପନା ଓ ନିର୍ଦ୍ଦେଶନା ସହିତ ନିଜେ ଅଭିନୟରେ ଦେଖିବାକୁ ଦର୍ଶକ ପାଇପାରିବେ ଶରତ ସମ୍ରାଟଙ୍କୁ । ଏହା ତାଙ୍କ ନିର୍ଦ୍ଦେଶିତ ୪ର୍ଥ ନାଟକ । ଏହି ନାଟକ କର୍ମଶାଳରେ ୩୬ ଜଣ ଛାତ୍ର ତିନିମାସ ଧରି ଅଭିନୟ ଶିକ୍ଷା ଗ୍ରହଣ କରି ନାଟକଟିକୁ ପ୍ରସ୍ତୁତ କରିଛନ୍ତି । ଓଡିଶାର ଦର୍ଶକ ବନ୍ଧୁମାନଙ୍କୁ ନାଟକଟିକୁ ଦେଖିବା ସହ ଉପେଭାଗ କରିବା ପାଇଁ ଅଭିନେତା ନିର୍ଦ୍ଦେଶକ ଶରତ ସମ୍ରାଟ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।