ମାଓବାଦୀଙ୍କୁ ଜଗିବ ଡ୍ରୋନ କ୍ୟାମେରା

ଦେଶ ବିଦେଶ
  • 2018-11-12 12:46:03
  • 274

କାନଭାସ୍ ଓଡିଶା(ବ୍ୟୁରୋ) : ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ଅନ୍ୟପଟେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ମାନଙ୍କ ଗତିବିଧି ମଧ୍ୟ ପୂର୍ବପେକ୍ଷ୍ୟା ବଢ଼ିବାରେ ଲାଗିଛି । ମାଓବାଦୀଙ୍କ ହିଂସା କାଣ୍ଡକୁ ଲଗାମ ଲଗାଇବା ପାଇଁ ବୈଷୟିକ ସହାୟତା ନେଇଛି ପୋଲିସ , ଏହା ଦ୍ୱାରା ପୁଲିସକୁ ସଫଳତା ବି ମିଳିଛି । ଡ୍ରୋନ କ୍ୟାମେରା ଆକାଶ ମାର୍ଗରୁ ନେଇଥିବା କିଛି ଫଟୋରେ ମାଓବାଦୀଙ୍କ ଚଳପ୍ରଚଳ ଦେଖିବାକୁ ମିଳିଛି । ବର୍ତମାନ ଏହି ଫଟୋ ଗୁଡ଼ିକ ଭାଇରାଲ ହୋଇଥିବା ବେଳେ ଏହା ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇଥିବା କୁହାଯାଉଛି । ବାସୁର ଥାନା ଅଂଚଳରେ ବୁଲୁଥିବା ମାଓବାଦୀଙ୍କ ଗତିବିଧିକୁ ରେକର୍ଡ କରିଛି ଡ୍ରୋନ କ୍ୟାମେରା । କୋସଲନାର ଅଂଚଳରେ ଗୋଟିଏ ପରିତ୍ୟକ୍ତ ଘରୁ ଦଶରୁ ଊର୍ଦ୍ଧ୍ବ ମାଓବାଦୀ ଯାଉଥିବା ଦେଖିବାକୁ ମିଳିଛି । ତେବେ ଡ୍ରୋନ ଉପରେ ମାଓବାଦୀଙ୍କ ନଜର ପଡ଼ିବା ପରେ ସମସ୍ତେ ଏଣେ ତେଣେ ଦୌଡ଼ିଥିଲେ । କିଛି ଜଣ ଘଞ୍ଚ ଜଙ୍ଗଲରେ ଗଛ ପଛପଟକୁ ଚାଲି ଯାଇଥିଲେ । ଡ୍ରୋନରୁ ମାଓବାଦୀଙ୍କ ସ୍ପଷ୍ଟ ଚିତ୍ର ମିଳିପାରୁ ଥିବାରୁ ଏହି ଅଞ୍ଚଳକୁ ଘେରି ଯାଇ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । REPORT- SURAJ KUMAR BEHERA, MALKANGIRI, ID NO- CO003