ରାଜଧାନୀ କଳା ନିକେତନର ଶିଶିର ମହୋତ୍ସବ ୨୦୧୮ ଉଦଯାପିତ

ମନୋରଞ୍ଜନ
  • 2018-11-12 09:50:28
  • 271

କାନଭାସ୍ ଓଡିଶା(ବ୍ୟୁରୋ) : ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ରାଜଧାନୀ କଳାନିକେତନ ପକ୍ଷରୁ ଶିଶିର ମହୋତ୍ସବ-୨୦୧୮ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ସୁବ୍ରତ କୁମାର ପଟ୍ଟନାୟକଙ୍କୁ ଯୁବସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମନୋରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅତିଥି ଭାବେ ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତ ରାୟ, ମାନ୍ୟବର କର୍ପୋରେଟର ନିଖିଳ କୁମାର ବଳ ବନ୍ତରାୟ, ବିଶିଷ୍ଟ ଓଡିଶୀ ଗାୟକ ପ୍ରଫେସର ରାମହରି ଦାସ, ଶ୍ରୀଯୁକ୍ତ କିଶୋର ମୋହନା ମହାନ୍ତି ଜେନେରାଲ ମ୍ୟାନେଜର ଇମ୍ପା, ଶ୍ରୀଯୁକ୍ତ ଚୈାଧରୀ ଅମିତାଭ ଦାସ ଯୋଗ ଦେଇଥିଲେ । ଅଧ୍ୟାପକ ବୀରବର ଜେନାଙ୍କ ପରିଚାଳନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସୁନ୍ଦର ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଗୀତିକାର ତଥା ସମାଜସେବୀୀ ମନୋରଂଜନ ମହାପାତ୍ରଙ୍କ ଗୀତ ରଚନାରୁ ଅଧ୍ୟାପକ ବୀରବର ଜେନା ତାଙ୍କ ଗୀତକୁ ଗାନ କରିଥିଲେ । ସଭାପତି ଲେନିନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବୀରବର ଜେନା ।