ପେଟର ଭୋକ ମେଣ୍ଟାଇବାକୁ ଯାଇ ଭିନ୍ନକ୍ଷମ ପାଲଟିଲେ ଯୁବକ

EXCLUSIVE
  • 2018-11-09 08:39:19
  • 304

କାନଭାସ୍ ଓଡିଶା(ବ୍ୟୁରୋ) : ଦାଦନ ଖଟିବାକୁ ଯାଇ ଭିନ୍ନକ୍ଷମ ପାଲଟିଲେ ଯୁବକ। ପ୍ରାଶାସନିକ ସହାୟତା ମିଳି ନଥିବାରୁ ଯୁବକଙ୍କ ସହିତ ତାଙ୍କ ପରିବାର ବର୍ଗ ଚିନ୍ତା ରେ ଅଛନ୍ତି। ଏଭଲି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପୋଡ଼ିଆ ବ୍ଲକ ବାପନ୍ପ୍ଆଲ୍ଲି ପଞ୍ଚାୟତ ର ପୋଲେରୁ ଗାଁ ରେ ।ଗାଁ ର ୩୫ ବର୍ଷ ଯୁବକ ଗଙ୍ଗା ମାଡକାମି ଜଣେ ଦଲାଲ ଙ୍କ ପ୍ରଲୋଭନ ରେ ପଡି ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ କୁ କାମ ପାଇଁ ଯାଇଥିଲେ ସେଠାରେ ତିନି ମହଲା କୋଠା ଉପରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କ ମୁହଁ ସମ୍ପୁର୍ଣ୍ଣ ପୋଡିଯାଇଛି ।ପ୍ରଶାସନ କୁ ନେହୁରା ହେବା ପରେ ବି କୌଣସି ସୁବିଧା ମିଳିପାରିନାହିଁ। ଆଜି ପର୍ଯ୍ୟନ୍ତ ରହିବାକୁ ଘର ନାହିଁ କି କାମ କରିବାକୁ ସକ୍ଷମ ହୋଇପାରୁନାହିଁ। ଏଭଳି ଦୁଃସ୍ଥିତି ରେ ରହି ଗଙ୍ଗା ଓ ତାଙ୍କ ପରିବାର ଏବେ ଚିନ୍ତା ରେ ଅଛନ୍ତି। ଘଟଣାରୁ ପ୍ରକାଶ ଯେ, ପୋଲେରୁ ଗାଁ ର ଜଗା ମାଡକାମି ଙ୍କ ପୁଅ ଗଙ୍ଗା ମାଡକାମି ଘରର ବଡ ପୁଅ। ଅତ୍ୟନ୍ତ ଗରିବ ପରିବାର ର ହୋଇଥିବା ରୁ ପର ଘରେ ମୂଳଲାଗି ଗଙ୍ଗା ପରିବାର ପ୍ରତିପୋଷଣ କରିଆସୁଥିଲେ। ୪ ବର୍ଷ ତଳେ ତିଗାଲ ପଞ୍ଚାୟତ ର ଏମ ଭି ୪୫ ଗାଁ ର ପାଚୁ ନାମକ ଜଣେ ବ୍ୟକ୍ତି ସେମାନଙ୍କ ର ଗାଁ କୁ ଆସି ବାହାର୍ ରାଜ୍ୟ କୁ କାମ କରିବାକୁ ଯିବା ପାଇଁ ପ୍ରବର୍ତ୍ତାଇଥିଲେ। ସେଠାରେ ଦୈନିକ ମଜୁରୀ ଓଡିଶା ଅପେକ୍ଷା ବେଶୀ ମିଳିବ ବୋଲି କହିଥିଲେ। ଏଭଲି ପ୍ରଲୋଭନ ଦେଖାଇ ଆଖ ପାଖ ଗାଁ ର ଅନେକ ଆଦିବାସୀ ଯୁବକ ଙ୍କୁ ଏକାଠି କରି ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ କୁ ନେଇ ଯାଇଥିଲେ। କିଛିମାସ ସେଠାରେ କାମ କଲା ପରେ ଦିନେ ଏକ୍ ତିନିମହଲା କୋଠା ଉପରେ ସେଣ୍ଟ୍ରିଙ୍ଗ୍ କାର୍ଯ୍ୟ ଚାଲୁଥିଲା.। ଏକ ଲୌହ ରଡ ଉପରକୁ ଉଠାଇବା. ସମୟରେ ହେଭିଲାଇନ୍ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସିଥିଲେ ଗଙ୍ଗା। ବିଦ୍ୟୁତ୍ ତାର ସସ୍ପର୍ଶରେ ଆସିବା ପରେ ସେ ସଂଗେ ସଂଗେ ବେହୋସ୍ ହୋଇପଡିଥିଲେ। ସେଠାକାର ଡକ୍ଟର ଙ୍କର୍ ନିକଟରୁ ୩ ମାସ ଚିକିତ୍ସା ପରେ ସାମନ୍ୟ ଭଲ ହୋଇଥିଲେ. ସୁସ୍ଥ ହେବ ପରେ ସେ ଦର୍ପଣ ଦେଖିବା ପରେ ସେ ନିଜ ର ଚେହେରା ଆଉ ଚିହ୍ନି ପାରୁନ ଥିଲେ। ମୁହଁରୁ ଓଠ ଓ ନାକ ସମ୍ପୂର୍ଣ୍ଣ ରୂପେ ଜଲି ଯାଇଥିଲା। ପରେ ସମ୍ପୃକ୍ତ ଠିକାଦାର ଜନକ ତାଙ୍କୁ ନେଇ ତାଙ୍କ ଗାଁ ରେ ଆଣି ଛାଡିଦେଲେ। ବିଲ୍ ହେଲାପରେ ଆର୍ଥିକ ସହାୟତା କରାଯିବ ବୋଲି କହିଥିଲେ ହେଲେ ଏତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ସେ ଆଉ ତାଙ୍କ ଗାଁ କୁ ଆସୁନାହାନ୍ତି। କି ଧରା ଛୁଆ ଦେଉ ନାହାନ୍ତି। REPORT- SURAJ KUMAR BEHERA, MALKANGIRI, ID NO- CO003