ଲୁପ୍ତପ୍ରାୟ ଲୋକକଳା ପାଇଁ ପ୍ରତ୍ୟାବର୍ତ୍ତନ-୨୦୧୮

କଳା-ସଂସ୍କୃତି
  • 2018-11-04 18:11:30
  • 420

କାନଭାସ୍ ଓଡିଶା(ବ୍ୟୁରୋ) : ସମୃଦ୍ଧ ଅତୀତ ଓ ବିଦଗ୍ଧ ବର୍ତ୍ତମାନର ମହାମିଳନକୁ ନେଇ ଦେବଦାସୀ ଡ୍ୟାନ୍ସ ଏକାଡେମି ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପ୍ରତ୍ୟାବର୍ତ୍ତନ-୨୦୧୮ ଅନୁଷ୍ଠିତ ହୋଇଯାଇଛି । ଆଦିମ ଆଦିବାସୀ ମାନଙ୍କ ବର୍ଷା ଓ ଅରଣ୍ୟ ସଂଗୀତ ‘ଢୁମ୍ପା’ ଭାସି ଆସୁଥିଲା ରବୀନ୍ଦ୍ର ମଣ୍ଡପ ପେକ୍ଷାଳୟ ଭିତରୁ । ଜଙ୍ଗଲରେ ଓପଲବ୍ଧ ମୋହି କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛ ବକଳରେ ତିଆରି ବାଦ୍ୟଯନ୍ତ୍ର ଢୁମ୍ପା ସାହାଯ୍ୟରେ ଏହି ସଂଗୀତ ପରିବେଷିତ ହୁଏ । ବିଶେଷକରି ରାଧାକୃଷ୍ଣଙ୍କର ପ୍ରେମଲୀଳା ଉପରେ ଆଧାରିତ ସଂଗୀତକୁ ଏହି ଢୁମ୍ପା ବାଦ୍ୟ ମାଧ୍ୟମରେ ପରିବେଷଣ କରାଯାଇଥାଏ । ଏହି ଉତ୍ସବରେ ବିଶିଷ୍ଟ ସଂଗୀତଜ୍ଞା ଶ୍ୟାମାମଣୀ ଦେବୀ, ଡ. ବିଜୟ କୁମାର ଜେନା, ସଚିବ, ଓଡିଶା ସଂଗୀତ ନାଟକ ଏକାଡେମୀ, ନିଳାଦ୍ରୀ ମୋହନ ଶତପଥି, ନିର୍ଦେଶକ ଦୁରଦର୍ଶନ, ଡ.ଇତି ସାମନ୍ତ, ସଂପାଦିକା, କାଦମ୍ବିନୀ ସମ୍ପାଦିକା ସୋମା ହୋତା । ଖଣ୍ଡପଡାଗଡ ନୟାଗଡରୁ ଆସିଥିବା ଗଦାଧର ଢୁମ୍ପା ସଂଗୀତ ପରିଷଦର କଳାକାର ମାନେ ପ୍ରଥମେ ଢୁମ୍ପା ବାଦ୍ୟ ପରିବେଷଣ କରିଥିଲେ ଢୁମ୍ପା ସଂଗୀତରେ ମୁଖ୍ୟ ବାଦ୍ୟ ଢୁମ୍ପା ସହିତ ହାରମୋନିୟମ୍, ମର୍ଦ୍ଦଳ, ବଂଶୀ, ଗିନି ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥାଏ । ତାପରେ ଦିଗ ପହଣ୍ଡିରୁ ଆସିଥିବା ଶ୍ରୀ ଶ୍ରୀ ଦଧିବାମନ ଢୁମ୍ପା ସଂଗୀତ କଳାପୀଠର କଳାକାର ମାନେ ଏହି ଢୁମ୍ପା ବାଦ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଜୟ କୁମାର ମଲ୍ଲ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଶୋକ ମହାନ୍ତି । REPORT- SUDARSHAN NAYAK_CO001