ଦ୍ୱାଦଶ ତମ ଗୁରୁଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ-୨୦୧୮

ମନୋରଞ୍ଜନ
  • 2018-11-01 21:27:45
  • 428

କାନଭାସ୍ ଓଡିଶା(ବ୍ୟୁରୋ) : ‘ପ୍ରହଲ୍ଲାଦ ଭକ୍ତି ବିଜୟ’ ଗଞ୍ଜାମ ଜିଲ୍ଲାର ଏହି ଲୋକପ୍ରିୟ ଗିତିନାଟ୍ୟକୁ ଓଡିଶୀ ନୃତ୍ୟରେ ଋପାନ୍ତରିତ କରି ଅଭିନୟ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରିବା ଯାହାକି ଓଡିଶୀ ଗବେଷଣା କ୍ଷେତ୍ରରେ ପ୍ରଥମ ବୋଲି କୁହାଯାଇପାରେ । ଏହି ଗିତିନାଟ୍ୟର ପ୍ରମୁଖ ଲେଖା ରାଜା ରାମକୃଷ୍ଣ ଚ୍ଛୋଟରାୟଙ୍କ ନାମରେ ଭଣିତ । ପରେ ପରେ ପାରଳାଖେମୁଣ୍ଡି ମହାରାଜା ପଦ୍ମନାଭ ନାରାୟଣ ଦେବ, ଶ୍ରୀ ସଙ୍ଗୀତ ପ୍ରହ୍ଲାଦ ନାଟକ ରଚନା କରିଥିଲେ । ଏପରି କାଳଯୟୀ ବିସୟବସ୍ତୁକୁ ନେଇ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦ୍ୱାଦଶ ତମ ଗୁରୁ ଦେବପ୍ରସାଦ ଦାସ ସମ୍ମାନ ପ୍ରଦାନ ଉତ୍ସବ-୨୦୧୮ ର ପ୍ରଥମ ସଂନ୍ଧ୍ୟାରେ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ଖୁବ ସ୍ୱଳ୍ପ ସମୟର ଓଡିଶୀ ଅଭିନୟ ମାଧ୍ୟମରେ ଉପସ୍ଥିତ ଦର୍ଶକ ମାନଙ୍କୁ ଏହି ବିଲୁପ୍ତ ଲୋକକଳା ମାଧ୍ୟମରେ ବାନ୍ଧି ରଖିପାରିଥିଲେ । ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଡ.ଗଜେନ୍ଦ୍ର ପଣ୍ଡା, ସଂଗୀତରେ ଗୁରୁ ରାମହରି ଦାସ, ବାଦ୍ୟରେ ଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । ପ୍ରହଲ୍ଲାଦ, ହିରଣ୍ୟକଶ୍ୟପ, ରାଣୀଲୀଳାବତୀ, ଶୁକ୍ରାଚାର୍ଯ୍ୟ, ମନ୍ତ୍ରୀ, ଗାହାକ, ଚଣ୍ଡମାର୍କ, ଗଣେଷ, ସରସ୍ୱତୀ, ବ୍ରହ୍ମା, ଇନ୍ଦ୍ର, ଚାରଗଣ, ଅସୁରଗଣ, ବାଳକଗଣ, ନାରଦ, ଗଜକର୍ଣ୍ଣ, ସାପୁଆ, କପଟ ରାକ୍ଷସ ଆଦି ବିଭିନ୍ନ ଚରିତ୍ର ମାନଙ୍କୁ ଓଡିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ ଖୁବ୍ ଉଚ୍ଚକୋଟିର ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ ରାମହରି ଦାସ ଓ ଗୁରୁ ବିଜୟ ଜେନା ଓଡିଶୀ ସଂଗୀତ ପରିବେଷଣ କରିଥିଲେ । ଏହି ସମ୍ମାନ ଉତ୍ସବ ୩ତାରିଖ ଯାଏଁ ଚାଲୁ ରହିବ ।