ଏଥର ମୃର୍ତ୍ତିକା-୨୦୧୮ର ମୁଖ୍ୟ ଆକର୍ଷଣ ୩ଲକ୍ଷ ୫୦ହଜାର ଟଙ୍କାର ମାଟି ଚକ

ଟ୍ୱିନ୍ ସିଟି
  • 2018-10-31 20:13:41
  • 442

କାନଭାସ୍ ଓଡିଶା(ବ୍ୟୁରୋ) : ହସ୍ତଶିଳ୍ପ କାରିଗରଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ ନେଇ ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଯାଇଛି ମୃର୍ତ୍ତିକା-୨୦୧୮ । ୧୮୦ରୁ ଉଦ୍ଧ୍ୱର୍ କାରିଗର ନିଜ ନିଜର ସାମଗ୍ରୀ ବିକ୍ରି କରିବାରେ ବ୍ୟସ୍ତ । କିନ୍ତୁ ସମସ୍ତଙ୍କ ଭିଡ ଲାଗି ରହୁଛି ୩ଲକ୍ଷ ୫୦ହଜାର ଟଙ୍କାର ମାଟି ଚକ ଦେଖିବା ପାଇଁ । ଚଳିତବର୍ଷ ବାର୍ଷିକ ଟେରାକୋଟା ପ୍ରଦର୍ଶନୀରେ ସବୁଠାରୁ ଦାମୀ ସାମଗ୍ରୀ ଭାବେ ପ୍ରଦର୍ଶିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ଚକ କିନ୍ତୁ ତାହା ମାଟିରେ । ୭ଫୁଟ ଉଚ୍ଚର ଏହି ଚକକୁ ନିର୍ମାଣ କରିଛନ୍ତି କେନ୍ଦ୍ରାପଡା ମାର୍ଶାଘାଇର ରାଜ୍ୟ ପୁରସ୍କାର ବିଜେତା ଶିଳ୍ପୀ ସରୋଜ କୁମାର ରାଉତ । ୧୬ଟି ଅଖ ସାଙ୍ଗରେ ଶୋଭା ପାଉଛନ୍ତି ମହାପ୍ରଭୁଙ୍କର ୨ଟି ଲେଖାଏଁ ବେଶ । ବାଙ୍କଚୂଳ ବେଶରୁ ଆରମ୍ଭ କରି ଟାହିଆ ଲାଗି ବେଶ, ସୁନାବେଶ, ଗଜ ଉଦ୍ଧାରଣ ବେଶ, କାଳୀୟ ଦଳନ ବେଶ, ଶକଟାସୁର ବଧ ବେଶ ଭଳି ମୋଟ ୩୨ଟି ବେଶ ଦେଖିବାକୁ ମିଳୁଛି । ଏହାକୁ ଗଢିବାକୁ ତାଙ୍କୁ ୬ମାସ ସମୟ ଲାଗିଥିଲା । ଏହା ସହ ୧୦୮ଦୀପକୁ ନେଇ ଏକ ବିଶାଳ ଦୀପଷ୍ଟାଣ୍ଡ ମଧ୍ୟ ମେଳାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାର ଦାମ ୧୨ହଜାର ଟଙ୍କା ରହିଛି ।