ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ ଉତ୍ସବ-୨୦୧୮

ମନୋରଞ୍ଜନ
  • 2018-10-31 18:02:08
  • 457

କାନଭାସ୍ ଓଡିଶା(ବ୍ୟୁରୋ) : ଦୁଇଦିନ ଧରି ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ ଉତ୍ସବର ଆଜି ଥିଲା ଶେଷ ସଂନ୍ଧ୍ୟା । ଗୁରୁ ପଙ୍କଜ ଚରଣ ଦାସ ମାହାରୀ ନୃତ୍ୟକୁ ଜୀବନ୍ତ କରି ଓଡିଶୀ ନୃତ୍ୟ ଋପ ଦେଇ ସମଗ୍ର ଭାରତବର୍ଷରେ ନିଜର ଖ୍ୟାତି ଓ କୃତିକୁ ସମ୍ପାଦନା କରିବାରେ ଶ୍ରେଷ୍ଠ ଭୂମିକା ଗ୍ରହଣ କରି ପାରିଛନ୍ତି । ମାହାରୀ ନୃତ୍ୟର ନୈପୁଣ୍ଣ୍ୟ ଓଡିଶୀ ନୃତ୍ୟର ଯାଦୁଗରୀ ଭିତରେ ସ୍ୱତନ୍ତ୍ରତା ସୃଷ୍ଟି କରି ପାରିଥିବା ପଙ୍କଜ ଚରଣ ଦାସ ସମଗ୍ର ଜାତି ପାଇଁ ଚିର ନମସ୍ୟ ଏବଂ ତାଙ୍କର ଇଙ୍ଗିତରେ ଶ୍ରୀମତୀ ପଲ୍ଲବୀ ଦାସଙ୍କର ନିଜସ୍ୱ ପ୍ରଚେଷ୍ଠା ସବୁବେଳେ ବନ୍ଦନୀୟ ହୋଇ ରହିବ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟର ମୁଖ୍ୟ ଡଃ ସଙ୍ଗୀତା ଗୋସାଇଁ, ଆଦିଗୁରୁଙ୍କର ଦାୟାଦ ଜ୍ୟେଷ୍ଠ ପୁତ୍ର ବସନ୍ତ କୁମାର ଦାସ ଏବଂ ପଙ୍କଜ ଚରଣ ଦାସଙ୍କର ଧାରାକୁ ବଜାୟ ରଖିପାରିଥିବା ଆଦିଗୁରୁଙ୍କର ନାତୁଣୀ ଶ୍ରୀମତୀ ପଲ୍ଲବୀ ଦାସ । ଶେଷ ସଂନ୍ଧ୍ୟାରେ ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନରେ ଜଣାଶୁଣା ଓଡିଶୀ ନୃତ୍ୟଶିଳ୍ପୀ ଡ.ସ୍ନେହପ୍ରଭା ସାମନ୍ତରାୟଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଭୋକାଲ କ୍ଷେତ୍ରରେ ଲାଇଫ ଟାଇମ ଆର୍ଚିଭମେଣ୍ଟ ପାଇଁ ଗୁରୁଶ୍ରୀ ଦିବାକର ମହାନ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରଥମ କାର୍ଯ୍ୟକ୍ରମ ମର୍ଦଳର ଧ୍ୱନୀରେ ପ୍ରେକ୍ଷାଳୟ ପ୍ରକମ୍ପିତ କରିଥିଲେ ଯୁବ ପ୍ରତିଭା ସୈାମ୍ୟରଞ୍ଜନ ନାୟକ ଏବଂ ହାରମୋନିୟମରେ ସହଯୋଗିତା କରିଥିଲେ ମୂରଲୀଧର ସ୍ୱାଇଁ । ପରେ ପୁଷ୍ପା ପଣ୍ଡାଙ୍କ ଅଭିନୟରେ ଶବରୀ ଉପାକ୍ଷାନ ଓ ପରେ ବିଶ୍ୱଭୂଷଣ ଚମ୍ପତ୍ତିରାୟଙ୍କ ଅଭିନୟରେ ଅଗ୍ନି ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ଓ ଶେଷରେ ଜ୍ୟୋତିର୍ମୟୀ ଦାସଙ୍କ ‘ଜୟ ଭଗବତୀ ଦେବୀ ନମୋ ବରଦେ’ ନୃତ୍ୟାଭିନୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ସାଗର କୁମାର ।