ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶାଳୟ ଦ୍ୱାରା ମୃର୍ତ୍ତିକା -୨୦୧୮ ଆରମ୍ଭ

ରାଜ୍ୟ ଖବର
  • 2018-10-31 13:30:41
  • 421

କାନଭାସ୍ ଓଡିଶା(ବ୍ୟୁରୋ) : ଅହମଦାବାଦ ସ୍ଥିତ ରଷ୍ଟ୍ରୀୟ ନମୂନା ବିକାଶ ଅନୁଷ୍ଠାନ ସହଯୋଗରେ ଭୁବନେଶ୍ୱରର ଗଣ୍ଡମୁଣ୍ଡା ସ୍ଥିତ ହସ୍ତତନ୍ତ୍ର ପ୍ରକଳ୍ପ (ରାଜ୍ୟ କଳା ଓ ହସ୍ତତନ୍ତ୍ର ବିକାଶ ଅନୁଷ୍ଠାନ) ଠାରେ ନମୂନା କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ବାଲେଶ୍ୱରଠାରେ ଆଞ୍ଚଳିକ ହସ୍ତଶିଳ୍ପ ତାଲିମ ଓ ନମୂନା ବିକାଶ ଆଧାରିତ ପାଠ୍ୟକ୍ରମ କେନ୍ଦ୍ର ପ୍ରତିଷ୍ଠା କରାଯାଇଅଛି । ଏତଦବ୍ୟତୀତ ଖଣ୍ଡଗିରିଠାରେ ସାଧାରଣ ସୁବିଧାକେନ୍ଦ୍ର ପ୍ରତିଷ୍ଠା କରାଯାଇ ବହୁଳ ଉତ୍ପାଦନ, ମାନନିର୍ଦ୍ଧାରଣ ଓ ଉଚ୍ଚସ୍ତରୀ ବନେ୍ଧଇର ବ୍ୟବସ୍ଥା କରାଯାଉଅଛି । ଉତ୍ପାଦିତ ଟେରାକୋଟା ସାମଗ୍ରୀଗୁଡିକର ବିକ୍ରୀବଟାର ସହାୟତା ନିମନ୍ତେ ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତତନ୍ତ୍ର ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠାରୁ “ମୃତ୍ତିକା” ନାମରେ ଏକ ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଆସୁଅଛି । ଚଳିତବର୍ଷ ଦିପାବଳୀକୁ ଦୃଷ୍ଟିରେ ରଖି ତଥା ହସ୍ତଶିଳ୍ପ କାରିଗରଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମଙ୍ଗଳବାରଠାରୁ ମୃତ୍ତିକା-୨୦୧୮ ନାମରେ ଏକ ପ୍ରଦର୍ଶନୀ, ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି । ଆୟୋଜିତ ଏହି ପ୍ରଦର୍ଶନୀକୁ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା ଉଦଘାଟନ କରିଛନ୍ତି । କାରିଗରଙ୍କୁ ବଜାର ସୁବିଧା ଯୋଗାଇଦେବା ଏବଂ ସେମାନଙ୍କ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରିବଟା କରିବା ପ୍ରଦର୍ଶନୀର ମୁଖ୍ୟ ଆଭିମୁଖ୍ୟ ହୋଇଥିବା ବେଳେ ଏଠାରୁ ସିଧାସଳଖ ଗ୍ରାହକ ଶତାଧିକ ଡିଜାଇନର ଗୃହ ଉପକରଣ ଓ ସାଜସଜ୍ଜା ସାମଗ୍ରୀ ସୂଲଭ ମୁଲ୍ୟରେ ପାଇ ପାରୁଛନ୍ତି । ଏହି ଅବସରରେ ୯୦ ଗୋଟି ଷ୍ଟଲ ନିର୍ମାଣ କରାଯାଇ ୧୮୦ ରୁ ଉଦ୍ଧ୍ୱର୍ କାରିଗରମାନଙ୍କୁ ବିନା ଦେୟରେ ଷ୍ଟଲ ସବୁ ପ୍ରଦାନ କରାଯାଇଛି । ଅଂଶ ଗ୍ରହଣ କରୁଥିବା ଜିଲ୍ଲାଗୁଡିକ ହେଲା, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବଣ୍ଣଣ୍ଣେପୁର, ବରଗଡ, ରାୟଗଡା, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ, ମୟୁରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ, ମାଲକାନଗିରି ଓ କୋରାପୁଟ । ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୨୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟେରାକୋଟା ସାମଗ୍ରୀ ବିକ୍ରୀ ହେବାର ଆକଳନ କରାଯାଇଅଛି ।