ମାଲକାନଗିରିରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ

ରାଜନୀତି
  • 2018-10-29 11:23:18
  • 443

କାନଭାସ୍ ଓଡିଶା(ବ୍ୟୁରୋ) : ପାଖେଇ ଆସିଲାଣି ସାଧାରଣ ନିର୍ବାଚନ ହେଲେ ଆଗୁଆ ବା ଏଇ ବର୍ଷ ଶେଷ ଆଡକୁ ହବ ନା ନିର୍ଦ୍ଧାରିତ ଆସନ୍ତା ୨୦୧୯ କୁ ହବ ତାହାତ ସ୍ପଷ୍ଟ ହୋଇ ନାହିଁ ତ ଥା ବି ଏଇଆ ଭାବନ୍ତୁ ବାସ୍ ଆଉ ମାସ କେଇଟାର ର କଥା କେଉଁ ମୁହୂର୍ତ୍ତ ରେ କିଛି ବି ଘୋଷଣା ହେଇ ପାରେ ହେଲେ ୨୦୧୯ ମହା ଲଢେଇ ପୂର୍ବରୁ କିନ୍ତୁ ପାଣି ପବନରେ ବୁଲିଲାନୀ ଭୋଟ ଚର୍ଚ୍ଚା..... କ୍ଷମତା କୁ ଆସିବା ପାଇଁ ପୁଣି ଜନତା ଜନାର୍ଦ୍ଧନ ଙ୍କ ଦୁଆର ମୁହାଁ ରାଜନେତା, ପ୍ରତିଟି ରାଜନୈତିକ ଦଳ.. ଏବେଠୁ କିଭଲି ସଜ ହେଲାଣି ନିର୍ବାଚନୀ ପାଣିପାଗ ୨୦୧୯ ନିର୍ବାଚନ ପାଇଁ ଲୋକ ଙ୍କ ଅସଲ ମୁର୍ଦ୍ଦା ମତ ଓ ସର୍ବପରି କ୍ଷମତା ଡୋରି ଧରିବା ପାଇଁ ଆଶ୍ରାୟି ପାର୍ଥି ଙ୍କ କଷରତ ଏ ସବୁ କୁ ନେଇ ବିଧାନସଭା କ୍ଷେତ୍ର ର ସ୍ଥିତି କୁ ନେଇ ଦେଖିବା ଆମର ଏହି ବିଶେଷ୍ ରିପୋର୍ଟ୍.... ଦୁଇଟି ନିର୍ବାଚନ ମଣ୍ଡଳୀ କୁ ନେଇକି ମାଲାକାନଗିରି ଜିଲ୍ଲା । ଅନୁସୂଚିତ ଜନଜାତି ସଂରକ୍ଷିତ ଥିବା ନିର୍ବାଚନୀ ମଣ୍ଡଳୀ ର ବିଧାନସଭା ଆସନର ବିଧାୟକ୍ ହେଉଛନ୍ତି ବିଜେଡିର ମାନସ ମାଡକାମି । ରାଜ୍ୟରେ ବିଜେଡି ଶାସନ ଏଥି ମଧ୍ୟ ୨୦୧୪ ରେ ବିଜେଡି ବିଜୟ ହାସଲ କରିଥିଲା । ୨୦୧୪ ରେ ଅଧିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ବହୁ ପ୍ରତିଶ୍ରୁତି ଦେଇଥିଲେ ମାନସ ମାଡକାମି । ଲୋକେବି ତାଙ୍କୁ ବିପୁଳ ସମର୍ଥନ ଦେଇ ଜିତାଇ ଥିଲେ କିନ୍ତୁ ନିର୍ବାଚନ ଜିତିବା ପରେ ନିର୍ବାଚନ ପରେ ସେ ନିଜ ପତିଶ୍ରୁତିକୁ ପାଶୋରି ଯାଇଥିବା ଅଭିଯୋଗ କରିଛନ୍ତି ଭୋଟର। ମାଲକାନଗିରି ଜିଲ୍ଲା ମୋଟୁ ଘାଟ। ଦକ୍ଷୀଣ ଭାରତର ପ୍ରମୁଖ ସହର ମାନ ଙ୍କୁ ଯିବା ପାଇଁ ରାତି ପାହିଲେ ବିପଦକୁ ସାଥୀ କରି ଏଇଠୁ ଦେଶୀ ଦଙ୍ଗା ଚଡ଼ି ଯାତ୍ରା କରିଥାନ୍ତି ଲୋକେ ଆନ୍ଧ୍ରକୁ। ମୋଟୁ ଅଞ୍ଚଳ ବାସୀ ଙ୍କ ର ଏହି ଦୀର୍ଘ ଦିନ ର ସମସ୍ୟା କୁ ସତେ ଯେମିତି ଆଖି ବୁଝି ଦେଇଛନ୍ତି ବିଧାୟକ୍ । ଘାଟ ଉପରେ ପୋଲ ନିର୍ମାଣ କେବେ ହବ ତାହା ଏବେ ବିଧାୟକ୍ ନୁହେ ବରଂ ବିଧାତା ଙ୍କୁ ଜଣା ଗତ 2014 ରେ ବିଜେଡି ଟିକେଟ ରେ ନିର୍ବାଚନ ଲଢିବା ପୂର୍ବରୁ ବିଧାୟକ୍ ମାନସ ମାଡକାମି ମଧ୍ୟ ମୋଟୁ ପୋଲ ନିର୍ମାଣ ପାଇଁ ଲୋକ ଙ୍କୁ ପତିଶ୍ରୁତି ଦେଇଥିଲେ କିନ୍ତୁ ଏହା ପାଣି ଫୋଟକା ପରି ପାଣିରେ ମିଳି ଯାଇଥିବା ଅଭିଯୋଗ କରିଛନ୍ତି ଅସନ୍ତୁଷ୍ଟ ଭୋଟର । ରାଜ୍ୟ ରେ ବିଜେଡି ଦବ ଦବା କେନ୍ଦ୍ର ରେ ମୋଦି ହାବା ଏଥି ପ୍ରଶ୍ନ ଉଠୁଛି ଯେ ମାଲାକାନଗିରି ର ଦୁଇ ଟି ନିର୍ବାଚନୀ ମଣ୍ଡଳୀରେ କିଏ ନବ ବିଧାନସଭା ବିଧାୟକ ଗାଦି। ଆସନ୍ତା ନିର୍ବାଚନ ରେ ଏଥି ପରିବର୍ତ୍ତନ ର ସ୍ଵର ଉଠିବ ନା ହାତ ର ହାତ ଧରି ଚାଲିବେ ମାଲକାନଗିରି ର ସଧାରଣ ଜନତା ନା ବିଜୟ ର ସ୍ରୋତ ଜାରି ରଖିବା ବିଜେଡି ଏ ସବୁ ପ୍ରଶ୍ନ ର ଉତ୍ତର ତ ସମୟ କହିବ କିନ୍ତୁ ମୂଳ ପ୍ରଶ୍ନ ଏହି ବିଧାନସଭା ନିର୍ବାଚନମଣ୍ଡଳୀ ରେ କେଉଁ ଦଳ ରୁ କିଏ ହେଉଛନ୍ତି ପାର୍ଥି ଓ କାହାର ନାମ କୁ ନେଇ ଚର୍ଚ୍ଚା ଆଲୋଚନା । କଂଗ୍ରେସ ହଉ କି ବିଜେପି କାହାରିକି ଭରଷା କରିବା ସ୍ଥିତିରେ ନାହାନ୍ତି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା ବାସୀ ତେଣୁ ମାଲକାନଗିରି ନିର୍ବାଚନୀ ମଣ୍ଡଳୀ ରେ ଏ ଥର ବି ଜାରି ରହିବ ବିଜେଡି ର ଜୟ ଯାତ୍ରା ଏ ଦୃଧକ୍ତି ବିଜେଡି ବିଧାୟକ ମାନସ ମାଡକାମି ଙ୍କର... କହିଛନ୍ତି ଲଢେଇ କୁ ଯିଏ ବି ଆସନ୍ତୁ ନା କାହିଁକି ଏଥି ବିଜେଡି ବିଜୟ ସୁନିଶ୍ଚିତ ସେପଟେ ଦଳର ଅନ୍ୟତମ ପ୍ରତିଆର୍ଶୀ ଭାବେ ରେସ୍ ରେ ଅଛନ୍ତି ଆଦିବାସୀ ବିକାଶ ପରିଷଦ ର ଆଡ଼ମା ରାବା ।୨୦୧୯ ପାଇଁ ଆଡ଼ମା ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ଆଶା ରଖିଛନ୍ତି । ସେପଟେ ବିଜେଡି ର ଏହି ସବୁ ଆଶାକୁ ଧୂଳି ସାତ କରିବ ବୋଲି କହୁଛି କଂଗ୍ରେସ । ଦଳରୁ ଆଶାୟୀଙ୍କ ଧାଡ଼ି ରେ ରୋକ୍ ଲଗାଇ ମାଲାକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଳା ମାଢ଼ି ଙ୍କ ନାମରେ ମୋହର ମାରିଛି ଦଳ। ଏମଭି ୭୯ ରୁ ପାର୍ଥି ଚୟନ କରି ନିର୍ବାଚନୀ ବିଗୁଲ ବଜେଇ ସାରିଛି କଂଗ୍ରେସ । ସେପଟେ ସଙ୍ଗଠନ ସଜାଡି ନିର୍ବାଚନ ପୂର୍ବରୁ ଦଳର ସ୍ଥିତି ସୁଧୂଡ଼ କରିବା ପାଇଁ ଚେଷ୍ଟା ଜାରି ରଖିଛି ବିଜେପି।ଦଳରୁ ଆଶାୟୀ ପାର୍ଥି ଭାବେ ଦୁଇ ଥର ବିଧାୟକ ପାଇଁ ନିର୍ବାଚନ ରେ ଛିଡା ହୋଇ ପରାଜିତ ହୋଇଥିବା ପାର୍ଥି ଆଦିତ୍ୟ ମାଢ଼ି। ବିଜେଡି ରୁ ଇସ୍ତଫାପତ୍ର ଦେଇ ପଦ୍ମ ଧରି ଥିବା ମୁକୁନ୍ଦ ସୋଡ଼ୀ ତଥା ଗତ ୨୦୦୯ ନିର୍ବାଚନ ରେ ଜଣ ସମର୍ଥନ ଜୁଟାଇ ପାରିବା ରେ ବିଫଳ ହୋଇ ଥିବା ମୁକୁନ୍ଦ ସୋଡ଼ୀ ଟିକେଟ ଆଶାୟୀ ଙ୍କ ରେସ୍ ରେ ଥିବା କୁହା ଯାଉଛି। ଆଦିବାସୀ ଅଧ୍ୟୁଷିତ ଏହି ନିର୍ବାଚନମଣ୍ଡଳୀ ରେ ସମସ୍ୟା ର ଯେମିତି ଅନ୍ତ ହିଁ ନାହିଁ। ଆଦିବାସୀ ଆଞ୍ଚଲ ର ବିକାଶ ପାଇଁ ମାଳ ମାଳ ଯୋଜନା ହେଲେ ଏ ସବୁ ଯେମିତି ଭୋକ ଓ ଗରୀବି ପାଖରେ ପହଞ୍ଚି ପାରିନି ଏ ଯାଏ। ସେଥି ପାଇଁ ତ ଏଥି କେତେବେଳ ନକ୍ସଲବାଦ ଗୁଳି ରେ ଜୀବନ୍ ଯିବାର ଅଭିଯୋଗ ଆସେ ତ ପୁଣି କେତେବେଳ ଗର୍ଭବତୀ ଆମ୍ବୁଲାନ୍ସ ନ ପାଇଁ ଖଟିଆରେ ବୁହା ହେବାର ଦୁଖଃ ଦେଖିବାକୁ ମିଳେ। ଶାସକ ଦଳ ର ବିଧାୟକ ଙ୍କ ହାତରେ ଏଥି ଶାସନ ଡୋରି। ଗତ ନିର୍ବାଚନ ରେ କଂଗ୍ରେସ ର ଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ରେ କଂଗ୍ରେସ କୁ ଚିଟ୍ କରି କ୍ଷମତାକୁ ଆସି ଥିଲେ ବିଜେଡି ର ଡମ୍ବରୁ ସୀସା ହେଲେ ଏଥି ବିକାଶ ବାଟରେ ଏବେ ମଧ୍ୟ ରହିଛି ଅନେକ କଣ୍ଟା ଏଭଲି ସ୍ଥିତି ରେ ଏଥି ରାଜନିତୀ ପାଣିପାଗ କିଭଳି ରହିଛି ଦେଖିବାକୁ ବାକି ରହିଲା । REPORT- SURAJ KUMAR BEHERA, MALKANGIRI, ID NO- CO003