ପୋଟେରୁ ନଦୀ କନ୍ୟାଶ୍ରମ ସେତୁର ପୁନଃ ନିର୍ମାଣ ହେବ

ରାଜ୍ୟ ଖବର
  • 2018-10-28 14:56:37
  • 446

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା କାଲିମେଳାଠାରୁ ପଡ଼ିିଆ ବ୍ଲକ୍‌କୁ ସଂଯୋଗ କରୁଥିବା କନ୍ୟାଶ୍ରମ ନିକଟସ୍ଥ ପୋଟେରୁ ନଦୀର ପୁରୁଣା ସେତୁ ପୁନଃ ନିର୍ମାଣ କରାଯିବ । ଏହି ସେତୁ ପାଇଁ ରାଜ୍ୟ ସରକାର ୮ କୋଟି ଟଙ୍କା ଅର୍ଥ ବରାଦ କରିଛନ୍ତି। ଦୀର୍ଘ ୧୨୫ ମିଟର ଲମ୍ବ ଏହି ସେତୁ ନିର୍ମାଣ ପାଇଁ ଭୁବନେଶ୍ୱରର ବିଜନ ପରିଡ଼ା କନଷ୍ଟ୍ରକ୍ସନ୍‌ ଟେଣ୍ଡର ନେଇଛି। ଶୁକ୍ରବାର ଘଟଣା ସ୍ଥଳରେ ପୂର୍ତ୍ତ ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ ଏବଂ କନଷ୍ଟ୍ରକ୍ସନ୍‌ କମ୍ପାନୀର ଯନ୍ତ୍ରୀମାନଙ୍କୁ ନେଇ କନ୍ୟାଶ୍ରମଠାରେ ଥିବା ସେତୁ ପୁନଃ ନିର୍ମାଣ ନିମନ୍ତେ ଡ଼ିଜାଇନ୍‌ ଏବଂ କାର୍ଯ୍ୟ ଆରମ୍ଭ ସମ୍ବନ୍ଧରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରକାଶ ଥାଉ କି, ୧୯୬୦ ମସିହାରେ ନିର୍ମିତ ଏହି ପୁରୁଣା ସେତୁର ଉଚ୍ଚତା କମ୍‌ ଥିବାରୁ ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ବନ୍ୟା ବାତ୍ୟା ଯୋଗୁଁ ପୋଟେରୁ ନଦୀରେ ବର୍ଷାଜଳ ବୃଦ୍ଧି ପାଇ ରାସ୍ତା ଅବରୋଧ ହେବା ସହ ବହୁ କ୍ଷୟକ୍ଷତି ହୋଇଆସୁଛି। ଏପରି କି ଦୁଇଟି ବ୍ଲକ୍‌ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହେଉଥିଲା ା ଯାହାଫଳରେ ସେହିସବୁ ଅଞ୍ଚଳ ଜିଲା ସଦର ମହକୁମା ଏବଂ କାଲିମେଳା ସହ ଜରୁରୀ କାର୍ଯ୍ୟ ଏବଂ ରୋଗୀ ସେବା ବ୍ୟାହାତ ହେଉଥିଲା। ବର୍ତ୍ତମାନ ପୂର୍ବରୁ ଥିବା ସେତୁର ୮ ମିଟର ଉଚ୍ଚତା ବର୍ଦ୍ଧିତ କରାଯାଇ ୧୨ ମିଟର କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଅରୁଣ ପ୍ରକାଶ କରିଛନ୍ତି। ଏହାଦ୍ୱାରା ବନ୍ୟା ସମୟରେ ଯାତାୟତରେ କୌଣସି ଅସୁବିଧା ଉପୁଜିବ ନାହିଁ । ଏହି ସେତୁ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ ପ୍ରକାଶ କରିଛନ୍ତି। SURAJ KUMAR BEHERA, MALKANGIRI, ID NO- CO003