ମାଲାକନଗିରି ପୁଲିସ ଦ୍ଵାରା ଦୁଇ ନକଲି ମାଓବାଦୀ ଗିରଫ

ଅପରାଧ
  • 2018-10-28 14:06:17
  • 434

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ପୋଲିସ ଦ୍ୱାରା ଦୁଇ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏମାନେ ଦୀର୍ଘଦିନ ଧରି ମାଓବାଦୀ ନା ନେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ମାଲକାନଗିରି ଜିଲାର ଜଣେ ରାଜସ୍ୱ ସୁପରଭାଇଜରଙ୍କୁ ମାଓବାଦୀ ନାମରେ ଏମାନେ ଦୀର୍ଘ ଦିନ ଧରି ଚାନ୍ଦା ମାଗିବା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗରେ ମାଲକାନଗିରି ପୋଲିସ ଜଣେ କନିଷ୍ଠ କିରାଣୀ ସମେତ ୨ ଜଣଙ୍କୁ ଗିରଫ କରିଛି । ମୋଟୁ ତହସିଲରେ ରାଜସ୍ବ ବିଭାଗ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା କେ. ଚିନ୍ନା ରାଓଙ୍କୁ ଗତ ୧୫ ଦିନ ହେବ ଏକ ମୋବାଇଲ୍‌ ଫୋନରେ ବାରମ୍ବାର ଧମକ ଆସିଥିଲା। ମାଲକାନଗିରି ମାଓବାଦୀ ଡିଭିଜନ୍‌ କମାଣ୍ଡର ରାମୁଡୁ କହୁଛି ୫ ଲକ୍ଷ ଟଙ୍କା ସଙ୍ଗଠନକୁ ଚାନ୍ଦା ଦେବାପାଇଁ ଫୋନରେ ଧମକ ଆସିଥିଲା । ଏହାପରେ ମାଲକାନଗିରି ଥାନାରେ କେ. ଚିନ୍ନା ଏତଲା ଦେଇଥିଲେ। ଫୋନ କଲ୍‌ ପାଣ୍ଡ୍ରିପାଣି ସ୍ଥିତ ସେରପାଲ୍ଲୀ ଠାରୁ ଆସୁଥିବା ନେଇ ଜଣାପଡ଼ିଥିଲା । ପରେ ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ ଏଥିନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଖଇରପୁଟ ତହସିଲର କନିଷ୍ଠ କିରାଣୀ କେଶବ ଖିଲ ଓ ପୂଜାରମୁଣ୍ଡାର ଗ୍ରାମର ରାମ ଚନ୍ଦ୍ର ମାଝି ଏଥିରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲେ । କୋରୁକୋଣ୍ଡା ନିକଟସ୍ଥ ପୋଲ ନିକଟକୁ ୨୦ ତାରିଖରେ ୫ ଲକ୍ଷ ଟଙ୍କା ଧରି ଆସିବାକୁ ରାଓଙ୍କୁ ଫୋନ୍‌ ଆସିଥିଲା । ଆଇଆଇସି ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ କୋରୁକୋଣ୍ଡା ପୋଲ ନିକଟକୁ ଯାଇଥିଲେ। କୌଣସି କାରଣରୁ ସେ ଦିନ ରାଓଙ୍କ ଠାରୁ ଟଙ୍କା ନେବାକୁ ସେମାନେ ଆସି ନଥିଲେ । ଶନିବାର ପୁନଃର୍ବାର ରାଓଙ୍କୁ ଟଙ୍କା ନ ଦେଲେ ହତ୍ୟା କରିବା ନେଇ ଧମକ ଦେଇଥିଲେ ଏବଂ ପୁଣିଥିଲେ ସେହି କୋରୁକୋଣ୍ଡା ପୋଲ ନିକଟକୁ ଆସିବାକୁ କହିଥିଲେ । ସେମାନଙ୍କ ନିର୍ଦ୍ଦେଶ ମୁତାବକ ଏକ ଲାଲ ଗାମୁଛାରେ ଟଙ୍କା ରଖି ରାଓ ଚାଲି ଯାଇଥିଲେ। ଡିଏସ୍‌ପି. ପ୍ରଦୀପ କୁମାର ଦାଶ, ଏସ୍‌ଆଇ. ସୁଶାନ୍ତ କୁମାର ଦାଶ, ସୁକାନ୍ତ କିଶୋର ପ୍ରଧାନ, ମାନସ ରଞ୍ଜନ ସ୍ବାଇଁ, ଆଇଆଇସି. ତ୍ରିପାଠୀ କୋରୁକୋଣ୍ଡା ଯାଇ ପୋଲ ନିକଟରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀଙ୍କୁ କାବୁ କରିଥିଲେ । ଉଭୟଙ୍କ ନାମରେ ମାଲକାନଗିରି ଥାନାରେ ମାମଲା ରୁଜ୍ଜୁ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ଏସପି. ଜଗମୋହନ ମୀନା ପ୍ରକାଶ କରିଛନ୍ତିି । SURAJ KUMAR BEHERA, MALKANGIRI, ID NO- CO003