ରାଜ୍ୟ ଟେନିସ୍ ଭଲିବଲରେ ଭୁବନେଶ୍ୱର ବାଳକ ବିଭାଗର ରନର୍ସଅପ୍

ଖେଳ
  • 2018-10-28 12:36:51
  • 236

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟ ଟେନିସ ଭଲିବଲ ପ୍ରତିଯୋଗିତା ତା୨୬/୧୦ରୁ୨୭/୧୦/୨୦୧୮ ପର୍ଯ୍ୟନ୍ତ ଗୋକୁଳାନନ୍ଦ ଜିୟୁ ବିଦ୍ୟା ମନ୍ଦିର ନୟାଗଡରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଜିଲ୍ଲାରୁ ପ୍ରାୟ ୧୫୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗ ପ୍ରତିଯୋଗିତାରେ ନୟାଗଡ ଚମ୍ପିଆନ ଏବଂ ଭୁବନେଶ୍ୱରର ଶିବାନନ୍ଦ ହାଇସ୍କୁଲ ରନର୍ସଅପ୍ ହୋଇଅଛି । ଉଦଯାପନୀ ଉତ୍ସବରେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ, ରାଜ୍ୟ କ୍ରୀଡା ସଂଗଠନର ସହ ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦେଇ ଏବଂ ବିଶିଷ୍ଟ ସମାଜସେବୀ ଅଖିଳ ମହାରଣା, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ ମଲ୍ଲିକ ଅତିଥି ଭାବେ ଯୋଗ ଦେଇ କୃତି କ୍ରିଡାବୀତ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଶିବାନନ୍ଦ ବିଦ୍ୟାଳୟ ଏହି କୃତିତ୍ୱ ପାଇଁ ବିଦ୍ୟାଳୟ ସଂପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ଯୁଗ୍ମ ସଂପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ, ଭୁବନେଶ୍ୱର କ୍ରୀଡା ସଂଗଠନର ସଂପାଦକ ସୋନାଲିକା ରାୟ, ବିଦ୍ୟାଳୟର କ୍ରିଡା ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ପିଲାମାନଙ୍କୁ ଶୁଭେତ୍ସା ଜଣାଇଥିଲେ ।