ସରକାର ଚାହିଁଲେ ଉଜ୍ଜ୍ୱଳଙ୍କ ସୁନେଲି ଭବିଷ୍ୟତରେ ପରିବର୍ତ୍ତନ ଆଣିପାରିବେ

ଅଭିଯୋଗ
  • 2018-10-28 11:52:22
  • 430

କାନଭାସ୍ ଓଡିଶା(ବ୍ୟୁରୋ) : ମନ ଭିତରେ ଅନେକ ଆଶା, ସବୁ କିଛି କରିପାରିବି, ପାଠ ପଢି ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂର କରିବି । କିନ୍ତୁ ସେ କରିବାକୁ ଅକ୍ଷମ । ଚାହିଁଲେବି ପଢିପାରୁନି କି ଚାହିଁଲେବି ସେ ବଢି ପାରୁନି । କର୍ଷଣରେ ପଡିଛି କିଶୋର ବାଳକ ଉଜ୍ଜ୍ୱଳଙ୍କ ସୁନେଲି ଭବିଶ୍ୟତ । ବାପା ମାଆଙ୍କ ଆଖିରୁ ଝରୁଛି ଲୁହର ବନ୍ୟା । ଚାତକପରି ଜଗି ବସିଛନ୍ତି ସରକାରୀ ସହାୟତାକୁ । ଏ ହେଉଛି ମାଲକାନଗିରି ଜିଲ୍ଲା ପୋଡିଆ ବ୍ଲକ ଏମଭି ୬୬ ଗ୍ରାମ । ଏହି ଗ୍ରାମରେ ରୁହନ୍ତି ଉଜ୍ଜ୍ୱଳଙ୍କ ପରିବାର । ଚାଳ ଛପର ଘର, ଏମିତିକି ଘର ଯେଉଁଠିକି ବିନା ବାଧାରେ ପ୍ରବେଶ କରେ ସୂର୍ଯ୍ୟଙ୍କ କିରଣ ଓ ବର୍ଷାର ଛିଟା । ୫ମ ଶ୍ରେଣୀରୁ ପାଠ ପଢାରେ ଲାଗିଛି ଡୋରି । ପାଠ ପଢିବାକୁ ବ୍ୟାକୁଳ କିନ୍ତୁ ଶାରୀରିକ ପ୍ରତି ବନ୍ଧକ ସାଜିଛି ଆଜି ସ୍କୁଲ ଯିବାକୁ ସକ୍ଷମବି ହୋଇପାରୁ ନାହାଁନ୍ତି । ପିତା ସୁଖଚାନ୍ଦଙ୍କ ଏକମାତ୍ର ପୁଅ ଉଜ୍ଜ୍ୱଳ । ପୁଅର ମସ୍ତିଷ୍କରେ ପାଣି ଜମି ଯିବାର ସୂଚନା ପରେ ଅଭାବୀ ପରିବାର ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଦୁଃଖ ଲଦି ହୋଇ ଯାଇଛି । ପଢିବା ଓ ବଢିବା ବାଟରେ ବାଧକ ସାଜିଲା ଏ ରୋଗ । ଅଭାବୀ ପରିବାର ଯେତେ ଦୂର ପାରିଲେ ସେତେ ଦୂର ଚେଷ୍ଟା କଲେ ହେଲେ ଅଭାବୀ ପରିବାରଙ୍କ ଅର୍ଥ ଅଭାବ ଯୋଗୁ ସବୁ ଚେଷ୍ଠା ବିଫଳ ମାରିଲା । ଏବେ ସେଇ ଅଭାବୀ ପରିବାର ଅଣ୍ଟା ସଳଖି ନଠିଆ ହୋଇ ପାରି ଜଗି ବସିଛନ୍ତି ସରକାରୀ ସହାୟତାକୁ । ଉଜ୍ଜ୍ୱଳଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ । ଯାହା ଏବେ ସ୍ୱପ୍ନ ହୋଇ ରହିଯାଇଛି । ମୈାଳି ଯାଇଛି ପରିବାରର ସବୁ ସ୍ୱପ୍ନ । ଅଧ୍ୟୁଷିତ ପୋଡିଆ ଅଞ୍ଚଳର କର୍ଷଣ ରେ ପଡିରହିଥିବା ଏହି ସୂନେଲି ଭବିଷ୍ୟତକୁ କିଏ କରିବ ଉଦ୍ଧାର ? ପରିଣତ ବୟସରେ ବାପା, ମାଆ ପାଲଟି ଯାଇଛନ୍ତି ପୁଅ ଉଜ୍ଜ୍ୱଳଙ୍କ ଆଶାବାଡି । ସମୟର କରାଳ ସ୍ରୋତରେ ଉଜୁଡି ଯାଇଛି ଉଜ୍ଜ୍ୱଳଙ୍କ ଭବିଷ୍ୟତ । ସବୁ ଦୁଃଖ ଓ ନିଜର ସୂନେଲି ସ୍ୱପ୍ନକୁ ଚାପି ରଖି ଜଗି ବସିଛନ୍ତି ସରକାରୀ ସହାୟତାକୁ । ଦୁଃଖ ଜର୍ଜରିତ ଜୀବନକୁ ଆହା ଟିକେ କହିବାକୁ ରାହା ଖୋଜୁଛନ୍ତି ଉଜ୍ଜ୍ୱଳଙ୍କ ପରିବାର ହେଲେ ଦୈବ ଯେତେବେଳେ ଦାଉ ସାଜିବ କହିବ କାହାକୁ....! SURAJ KUMAR BEHERA, MALKANGIRI, ID NO- CO003