କ୍ୟାପିଟାଲ ପୋଲିସକୁ ବଡ ସଫଳତା

ଅପରାଧ
  • 2018-10-26 11:16:18
  • 439

କାନଭାସ୍ ଓଡିଶା(ବ୍ୟୁରୋ) : ବୁଧବାର ରାତି ୧୨ଟାରେ ୟୁନିଟ-୧ ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ଥିବା ଏକ ଜୁଆ ଆଡା ଉପରେ କ୍ୟାପିଟାଲ ପୋଲିସର ଅତର୍କିତ ଚଢଉ କରି ୧୩ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୨୦ହଜାର ଟଙ୍କା ଓ ୩ ପ୍ୟାକେଟ ତାସ ଜବତ କରିବାରେ ସଫଳ ହୋଇଛି । ପୋଲିସ ସୂଚନା ମୁତାବକ କ୍ୟାପିଟାଲ ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ଏକ ଜୁଆ ଆଡା ଚାଲିଥିବାର ଖବର ପାଇଥିଲା । ସଙ୍ଗେ ସଙ୍ଗେ ରାତି ଅଧିଆ ଏକ ଟିକ ତୁରନ୍ତ ସେହି ଜାଗାରେ ପହଞ୍ଚି ଚଢଉ କରିଥିଲା । ଘଟଣା ସ୍ଥଳରେ ପୋଲିସକୁ ଦେଖି ଖସି ଯିବାର ଉଦ୍ୟମ କରିଥିଲେ ଜୁଆଡିମାନେ କିନ୍ତୁ ଅସଫଳ ହୋଇଥିଲେ । ପୋଲିସ ଜାଲରେ ପଡିଯାଇଥିଲେ ୧୩ଜୁଆଡି । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।