ଲାଲ ଗଡରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ରାଜ୍ୟ ଖବର
  • 2018-10-25 15:18:57
  • 424

କାନଭାସ୍ ଓଡିଶା(ବ୍ୟୁରୋ) : ଲାଲ ଗଡରେ ମାଓବାଦୀଙ୍କୁ ବିରୋଧ କରି ଲାଗିଛି ପୋଷ୍ଟର। ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତକୁ ଲାଗି ରହିଥିବା ମlଥିଲି ଠାରେ ପୁଲିସ ମିଛ ସୁଚନାଦାତା କହି ହତ୍ୟା କରିବା ଘଟଣା ଙ୍କୁ ବିରୋଧ କରି ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ନକ୍ସଲ ଗଡ଼ ମଉପଦର ଠାରୁ ଛତିଶଗଡ଼ ସୀମାନ୍ତ ରାସ୍ତା ଠାରେ ଲାଗିଛି ମାଓ ବିରୋଧୀ ପୋଷ୍ଟର ଲାଗିଛି । ସମ୍ପୂର୍ଣ୍ଣ ହିଂସା ମୁକ୍ତ ଅଭିଯାନ ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଗତ ୧୩ତାରିଖ ବିଳମ୍ବିତ ରାତିରେ ମାଓବାଦୀମାନେ ମାଥିଲି ଥାନା ଅନ୍ତର୍ଗତ ସାଲିମି ପଞ୍ଚାୟତ ଅଧିନ ବାରୁବେଡା ଗ୍ରାମର ଅନନ୍ତ ଭୂମିଆଙ୍କୁ ଇନଫର୍ମର ସନ୍ଦେହରେ ଧାକଡରାଶିରେ ଚାଲୁଥିବା ଯାତ୍ରାରେ ନିର୍ମମ ହତ୍ୟା କରିଥିଲେ। ଏହାକୁ ସମ୍ପୂର୍ଣ୍ଣ ବିରୋଧ କରି ହିଂସା ମୁକ୍ତ ଅଭିଯାନ ତରଫରୁ ଲାଲ ଗଡରେ ଏହି ପୋଷ୍ଟର ଜାରି କରାଯାଇଛି। ଅନନ୍ତ ଭୂମିଆଙ୍କୁ ହତ୍ୟା କରିଥିବା ମାଓବାଦୀଙ୍କୁ ନ ଛାଡିବା ଏହାର ବଦଲା ନେବାକୁ ଏଥିରେ ଦର୍ଶାଯାଇଛି। ମାଥିଲିରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଥିବା ଆଦିବାସୀ ଯୁବକ ଅନନ୍ତ ଭୂମିଆଙ୍କୁ କେଉଁ ଅଧିକାରରେ ମାଓବାଦୀମାନେ ହତ୍ୟା କରିଥିବା ପ୍ରଶ୍ନ କରାଯାଇଛି। ମିଥ୍ୟାରେ ପୋଲିସ ଇନଫର୍ମର କହି ନିରୀହ ଆଦିବାସୀ ଯୁବକଙ୍କୁ ହତ୍ୟା କରି ମାଓବାଦୀ ଲୋକଙ୍କୁ ଭୟଭୀତ କରୁଛନ୍ତି। ଏପରି କରିବା ଦ୍ବାରା ସେମାନଙ୍କ କଣ୍ଟା ସଫା ହେଉଥିବା ଭାବୁଛନ୍ତି। ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ। ଯୁବକଙ୍କ ହତ୍ୟାର ପ୍ରତିଶୋଧ ନିଶ୍ଚୟ ନିଆଯିବ। ମାଥିଲିକୁ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରିବାକୁ ଏକତ୍ରିତ ହୋଇ ସ୍ବର ଉତ୍ତୋଳନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ଅକ୍ଟୋବର ୨୩ ତାରିଖକୁ ମାଓବାଦୀ ବିରୋଧୀ ଦିବସ ଭାବେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ରାଜ୍ୟ ହିଂସା ମୁକ୍ତ ଓଡିଶା ଅଭିଯାନର ଆବାହକ ଭାରତ ଭୂଷଣ ଆହ୍ବାନ କରିଛନ୍ତି। ଯୁବକଙ୍କୁ ମାଓବାଦୀଙ୍କ ଦ୍ବାର ହତ୍ୟାର ଭୟ ମନରୁ ନ ନିଭୁଣୁ ଏବେ ପୁଣି ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିବା ପରେ ଲୋକଙ୍କ ମନରେ ଅକୁହା ଭୟ ଦେଖାଦେଇଛି। ଏବେ ଦୁର୍ଗମ ଗଡରେ ଲୋକେ ଦୋଛକିରେ ଜୀବନ ବିତାଉଛନ୍ତି। REPORT- SURAJ KUMAR BEHERA, MALKANGIRI, ID NO- CO003