ସତ୍ୟପ୍ରକାଶ ନାୟକଙ୍କୁ ଭଦ୍ରକ ପର୍ଯ୍ୟବେକ୍ଷକ ଦାୟିତ୍ୱ

ରାଜନୀତି
  • 2018-10-24 17:50:12
  • 441

କାନଭାସ୍ ଓଡିଶା(ବ୍ୟୁରୋ) : ଭଦ୍ରକ ସଂସଦୀୟ ନିର୍ବାଚନମଣ୍ଡଳୀ କ୍ଷେତ୍ର ପାଇଁ ସତ୍ୟପ୍ରକାଶ ନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଦାୟିତ୍ୱ ଅର୍ପଣ କରାଯାଇଛି । ଶ୍ରୀ ନାୟକ ସମ୍ପ୍ରତି ପ୍ରଦେଶ କଂଗ୍ରେସ ମିଡିିଆ ଓ କମ୍ୟୁନିକେଶନ ଦାୟିତ୍ୱରେ ରହିଛନ୍ତି । ପୂର୍ବ ଦାୟିତ୍ୱ ସହ ସେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପିସିସି ପର୍ଯ୍ୟବେକ୍ଷକ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ନାୟକ ଖୁବଶିଘ୍ର ଭଦ୍ରକ ସଂସଦୀୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତକରି ସେଠାରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ଓ ଆଗାମୀ ନିର୍ବାଚନରେ ଦଳ ଯେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବ, ସେ ଦିଗରେ ଆବଶ୍ୟକ ପ୍ରସ୍ତାବ ପିସିସି ନିକଟରେ ଉପସ୍ଥାøପନ କରିବାକୁ କୁହାଯାଇଛି ।