ଦଶହରା ବୁଲିଲେ ଦୋଳି ଖେଳି ମଜା ନେଲେ ଅନ୍ତେବାସୀ

ପୂଜାପାର୍ବଣ
  • 2018-10-24 17:05:33
  • 464

କାନଭାସ୍ ଓଡିଶା(ବ୍ୟୁରୋ) : କଟକ, ବିଜୟା ଦଶମୀ ଅବସରରେ ୯୭ ବର୍ଷର ପୁରୁଣା ଅନାଥାଶ୍ରାମ ଡଗରପଡା ସ୍ଥିତ ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମର ୫୦ରୁ ଉର୍ଦ୍ଧ ଅନ୍ତେବାସୀ ‘ଆସ ବୁଲିଯିବା କଟକ ଦଶହରା’ କାର୍ଯ୍ୟକ୍ରମରେ ସାମିଲ ହୋଇ କଟକ ସହରର ପ୍ରମୁଖ ପୂଜାମଣ୍ଡପ ବୁଲିବା ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଓ ପାନୀୟର ମଜାନେଇଥିଲେ । କଟକ ଚାନ୍ଦିନୀଚୈାକ ପୂଜାମଣ୍ଡପର ମୀନାବଜାରରେ ଏହି ପିଲାମାନେ ବିଭିନ୍ନ ଦୋଳି ଖେଳିବାର ଦୃଶ୍ୟ ଅତିବ ମନୋରମ ଥିଲା । ଏହାକୁ ଉପସ୍ଥିତ ଦର୍ଶକ ମଧ୍ୟ ପ୍ରଶଂସା କରିଥିଲେ । ଏହି ଅବସରରେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଖାନନଗର ପୂଜାମଣ୍ଡପ ଠାରେ ଅନାଥାଶ୍ରମ ପିଲାମାନଙ୍କ ସହ କିଛି ମୂହୁର୍ତ୍ତ ବିତାଇ ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶେଷ କରି ଲିଟିଲ ମିସ୍ ୟୁନିଭର୍ସ-୨୦୧୭ ବିଜୟିନୀ ପଦ୍ମାଳୟା ନନ୍ଦ ଏହି ଅଭିଯାନରେ ସାମିଲ ହୋଇ ଅନାଥାଶ୍ରମ ଅନ୍ତେବାସୀଙ୍କ ମଙ୍ଗଳକାମନା କରି ମା’ଙ୍କ ନିକଟରେ ଦୀପଦାନ କରିଥିଲେ । କଲ୍ୟାଣ ଆଶ୍ରମର ସଭାପତି ଆଇନଜିବୀ ପ୍ରଶନ୍ନ କୁମାର ନନ୍ଦଙ୍କ ଉଦ୍ୟମରେ ୬ଟି ସୁସଜ୍ଜିତ ଗାଡି ଓ କଲ୍ୟାଣ ଆଶ୍ରମର କର୍ମକର୍ତ୍ତା ଓ କିଛି ସ୍ୱେଚ୍ଛାସେବୀଙ୍କ ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଅନ୍ତେବାସୀ ଚାନ୍ଦିନୀଚୈାକ, ସେକବଜାର, କଟକଚଣ୍ଡି ରୋଡ, ଖାନନଗର, ଚାଉଳିଆଗଞ୍ଜ, ବିଦ୍ୟାଧର ପୂର, ଶିଖରପୁର ପ୍ରଭୃତି କଟକର ୩୦ରୁ ଉର୍ଦ୍ଧ ପୂଜାମଣ୍ଡପ ପରିଦର୍ଶନ କରିଥିଲେ । ଏହି ପୂଜାମଣ୍ଡପରେ ପିଲାମାନଙ୍କୁ ପୂଜା କମିଟିଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦୃଶ୍ୟଥିଲା ଅତି ମନମୁଗ୍ଧକର । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ମରେ ଅନୁଷ୍ଠାନର ସମ୍ପାଦକ ଡ.ଲକ୍ଷ୍ମୀନାରାୟଣ ପଣ୍ଡା, ଇଂ ରଘୁନାଥ ପ୍ରସାଦ ଦାସ, ଡା.ଶୁଭସୁଧା ପ୍ରିୟଦର୍ଶିନୀ, ଡା.ବିଜୟ ପଟ୍ଟନାୟକ, ପୁରୁଷୋତ୍ତମ ପଟ୍ଟନାୟକ, ସୈାମ୍ୟା ମହାନ୍ତି, ସତ୍ୟ ମିଶ୍ର, କିଶୋର ବେହେରା, ପ୍ରଫୁଲ ସାହୁ, ସତ୍ୟ ଗୋପାଳ ପରିଜା ପ୍ରଭୃତି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଶ୍ରମର ସଭାପତି ଆଡଭୋକେଟ ପ୍ରସନ୍ନ କୁମାର ନନ୍ଦ କହିଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ କଟକ-ଭୂବନେଶ୍ୱରରେ ହେଉଥିବା ଦଶହରାର ମଜା କିଭଳି ଆଶ୍ରମ ଅନ୍ତେବାସୀ ନେଇପାରିବେ ଓ ଖୁସି ଅନୁଭବ କରିବେ ଏହି ଉର୍ଦେଶ୍ୟ ରଖି ଏଭଳି ଏକ ମୈାଳିକ କାର୍ଯ୍ୟକ୍ରମକୁ ହାତକୁ ନିଅଯାଇଥିବା ସେ କହିଛନ୍ତି ।