ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ରାଜ୍ୟ ଖବର
  • 2018-10-24 16:11:21
  • 443

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସଲିମି ପଞ୍ଚାୟତ ଧାକୋଡ ରାଶି ନିକଟରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ବାରୁବେଡା ଗ୍ରାମର ଅନନ୍ତ ରାମ ଭୂମିଆଙ୍କୁ ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଆସି ଗ୍ରାମ ନୋକୋଟଠାରେ ଆଦିବାସୀ ନାଟ ଦେଖିବାକୁ ଡାକି ନେଇଥିଲେ । କିନ୍ତୁ ଧାକୋଡରାଶି ନିକଟରେ ୩୦ରୁ୪୦ ସଶସ୍ତ୍ର ମାଓବାଦୀ ପୂର୍ବ ଯୋଜନା ଅନୁଯାୟୀ ପ୍ରଜା କୋର୍ଟ କରି ପୋଲିସ ଇନଫର୍ମର ଭାବରେ ଅନନ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । REPORT- SURAJ KUMAR BEHERA, MALKANGIRI, ID NO- CO003