ବଳାତ୍କାର ପିଡିତା V/S ମି-ଠୁ ପିଡିତା

ଶାଣିତ ସ୍ୱର
  • 2018-10-18 11:38:24
  • 836

କାନଭାସ୍ ଓଡିଶା(ବ୍ୟୁରୋ) : କାହା ଜଙ୍ଘରେ କିଏ ହାତ ମାରିଦେଲା ତ କିଏ କାହାକୁ ଚୁମା ଦେଇଦେଲା ଏଗୁଡା ସବୁ ଏତେ ବଡ ଅପରାଧ ଲାଗୁଛି ଯେ କେନ୍ଦ୍ରସ୍ତରୀୟ ରାଜନେତା ସେମାନଙ୍କ ସପକ୍ଷରେ ବାହାରି ନ୍ୟାୟ ଦାବି କଲେଣି । କିନ୍ତୁ ସେହି ଭାରତରେ ଅନେକ କୁନି କୁନି ଝିଅ ନିର୍ମମ ବଳାତ୍କାରର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ସେମାନଙ୍କ ପାଇଁ କେତେଜଣ ରାଜନେତା ବାହାରିଛନ୍ତି ? କେତେଜଣ ସେମାନଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିଛନ୍ତି ? ଓଲଟା ବଳତ୍କାରୀର ସୁରକ୍ଷା କବଚ ହୋଇ ଛିଡା ହୋଇଛନ୍ତି । ମି-ଠୁ ରାଣୀଙ୍କ କଥା ପରେ ଭାବିବ, ପ୍ରଥମେ ନ୍ୟାୟ ଅପେକ୍ଷା ମରିଯାଇଥିବା ଓ ବଞ୍ଚିରହି ପ୍ରତି ମୁହୂର୍ତ୍ତରେ ମରୁଥିବା ପିଡିତାଙ୍କୁ ନ୍ୟାୟ ଦେଇପାରିବେ କି ନେତାମାନେ ? ୟା ଭିତରେ ଆମ ଭାରତରେ ମି-ଠୁ ଅଭିଯାନରେ ବଡ ବଡ ଅଭିନେତା, ସାମ୍ବାଦିକ, ରାଜନେତାଙ୍କ ଦୁଷ୍ଟ ଚରିତ୍ରମାନ ଆଜି ଦୀର୍ଘ ବର୍ଷ ପରେ ପଦାକୁ ଆସୁଛି । ଏହାକୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ଅମିତ ସାହା, ରାହୁଲ ଗାନ୍ଧୀ ମଧ୍ୟ ସମର୍ଥନ ଜଣେଇଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ନିମନ୍ତେ ଚାଲିଛି ଯୋଜନା କିନ୍ତୁ ଏଥିରୁ ସ୍ପଷ୍ଟ ହୁଏ ଗରୀବ ପାଇଁ ଓ ଧନୀ ପାଇଁ ଆଇନ-କାନୁନ୍ ଅଲଗା । କାରଣ କୈାଣସି ଗରୀବ ଝିଅ ଏ ଅଭିଯାନରେ ସାମିଲ ହେଲେଣି କି ? କିନ୍ତୁ ଏଠି ଏଇ ଭାରତରେ କୁନ୍ଦୁଲି ପିଡିତା କୋହଭରା କଣ୍ଠରେ କହି କହି ମରିଗଲେ ‘ମୋତେ ବଳାତ୍କାର ହୋଇଛି ଯଦି ମୁଁ ମିଛ କହୁଛି- ସରକାର ମୋତେ ଫାଶୀ ଦିଅ ’ କେହି ଶୁଣିଲେନି, ଏଠି ପ୍ରମାଣିତ ହେଉଛି ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ । ବେକରେ ରସି ଲଗାଇ ଘରେ ଆତ୍ମହତ୍ୟା କଲେ କୁନ୍ଦୁଲି ପିଡିତା । ଗୁରୁତର ଅବସ୍ଥାରେ ମେଡିକାଲ୍ ନିଆ ଯାଇଥିଲା ହେଲେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ବୋଲି ଘୋଷଣା କଲେ । ଏଣିକି ଯିଏ ଯେତେ କହୁ ବା ନକହୁ । କିଏ ମାନୁ ବା ନମାନୁ । ନା ସେ ଶୁଣିବାକୁ ଅଛନ୍ତି, ନା ଦେଖିବାକୁ । ସରକାର, ପ୍ରଶାସନ ଓ ପୋଲିସ ପାଇଁ ଚିନ୍ତା ଗଲା । ମାନସିକ ଯନ୍ତ୍ରଣା ଭିତରେ ନିତି ମରିବା ଅପେକ୍ଷା, ସବୁଦିନ ପାଇଁ ନିଜକୁ ନିଜେ ମାରିଦେଲେ କୁନ୍ଦୁଲି ପୀଡ଼ିତା । ଗୋଟିଏ ପଟେ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ରାଜଧାନୀ କମ୍ପି ଉଠୁଥିବା ବେଳେ ଆଉ ଗୋଟିଏ ପଟେ ଶୁଭୁଥିଲା କାନ୍ଦ ବୋବାଳି । ମା ବାପାଙ୍କ କାନ୍ଦରେ ଫାଟି ପଡ଼ୁଛି କୁନ୍ଦୁଲି ମେଡ଼ିକାଲ ପରିସର । ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଥିବା ସେହି ନବମ ଶ୍ରେଣୀର ଛାତ୍ରୀ ସବୁଦିନ ପାଇଁ ଜୀବନ ଯୁଦ୍ଧରେ ହାରିଗଲା । ସମାଜର ନିନ୍ଦା ଅପମାନ ଓ ସରକାରଙ୍କ ଅବହେଳା ଓ ଉଦାସୀନତାରେ ଚାପି ହୋଇଯାଇଥିବା କୁନ୍ଦୁଲି ପଡ଼ିତା ମରଣଯନ୍ତାକୁ ବାଛି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଇତିହାସ ଲେଖି ଦେଇ ଚାଲିଗଲା କୁନ୍ଦୁଲି ପିଡିତା । ଏ ଥିଲା କୁନ୍ଦୁଲି ପିଡିତାର ନିର୍ଦୋଷ ପଣିଆର ଅଗ୍ନିପରୀକ୍ଷା । ଆଜି ବି ତା ଆତ୍ମା ଘୁରିବୁଲୁଛି ନ୍ୟାୟ ଟିକକ ପାଇଁ । ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲିର ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ବଜାରରୁ ଫଟୋ ଉଠାଇ ଗାଁକୁ ଫେରୁଥିବା ବେଳେ ଯବାନ ପୋଷାକ ପରିହିତ ୪ ଜଣ ଦୁର୍ବୃତ୍ତଙ୍କ ନଜର ପଡ଼ିଥିଲା । ଯେତେ ଚିତ୍କାର କରି ଥିଲେ ମଧ୍ୟ କାହାରି କାନକୁ ଶୁଭୁ ନ ଥିଲା । ଦୁଷ୍କର୍ମ କରି ଫୋପାଡ଼ି ଚାଲି ଯାଇଥିଲେ ସେହି ଦୁର୍ବୃତ୍ତମାନେ । ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଲିଜାରାଣୀ ନାୟକ (ସାମ୍ବାଦିକା)