ଆଉ ନୁହଁ ଆହ୍ଲାବାଦ ଏଥର ‘ପ୍ରୟାଗରାଜ’

ଦେଶ ବିଦେଶ
  • 2018-10-16 11:08:08
  • 440

କାନଭାସ୍ ଓଡିଶା(ବ୍ୟୁରୋ) : ପ୍ରସିଦ୍ଧ ସହର ଆହ୍ଲାବାଦର ନାମ ଆଜି ବିଧିବଦ୍ଧ ଭାବେ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ କରାଯାଇଛି । ଏନେଇ ଆଜି ଉତ୍ତରପ୍ରଦେଶ କ୍ୟାବିିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏନେଇ ପଶ୍ଚିମ ଆହ୍ଲାବାଦର ସାଂସଦ ତଥା ବରିଷ୍ଠ ବିଜେପି ନେତା ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି, ଭାରତୀୟ ସଂସ୍କୃତିକୁ ବିଦେଶସ୍ତରରେ ଅଧିକ ପ୍ରଚାର ପ୍ରସାର ପାଇଁ ଏହି ନାମ ଅଧିକ ସହାୟକ ହେବ । ପୂର୍ଭରୁ ମଧ୍ୟ ଶ୍ରୀ ସିଂ ପ୍ରଥମେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଉ ବୋଲି ପ୍ରସ୍ତାବ ଆଣିଥିଲେ ।