ସରକାରଙ୍କ ଦଶହରା ବୋନସ- ମହଙ୍ଗାଭତ୍ତା ୨%କୁ ବୃଦ୍ଧି

ରାଜ୍ୟ ଖବର
  • 2018-10-15 21:37:46
  • 419

କାନଭାସ୍ ଓଡିଶା(ବ୍ୟୁରୋ) : ସୋମବାର ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ଦଶହରା ଭେଟି ସ୍ୱରୁପ ୨% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହାଦ୍ବାରା ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ପୂର୍ବରୁ ଏହା ୭ ପ୍ରତିଶତ ଥିବା ବେଳେ ଏହି ବର୍ଦ୍ଧିତ ଭତ୍ତା ଫଳରେ ମୋଟ୍ ମହଙ୍ଗା ଭତ୍ତା ୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିିର୍ତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି । ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ।