ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦୁର୍ଗାପୂଜା କମିଟିକୁ ସମ୍ମାନୀତ କରାଯିବ

ଟ୍ୱିନ୍ ସିଟି
  • 2018-10-15 18:58:10
  • 432

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ପ୍ରତିବର୍ଷ ଭଳି ଏ ବର୍ଷ ଭୁବନେଶ୍ୱର ସହର ମଧ୍ୟରେ ବହୁ ପୂଜା କମିଟି ପକ୍ଷରୁ ମା’ଦୁର୍ଗାଙ୍କର ଶାରଦୀୟ ପୂଜା ମହା ସମାରୋହରେ ପାଳନ କରାଯାଉଛି । ଆସନ୍ତା ୨୦ ତାରିଖ ଭସାଣି ଉତ୍ସବ ଦିନ ପୂଜା କମିଟିର କର୍ମକର୍ତାମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ସେଥିପାଇଁ ମାଷ୍ଟରକ୍ୟାଂଟିନ୍ ଛକ, ସାମନ୍ତରାପୁର ଛକ, ଡମଣା ଛକ ଓ ଷ୍ଟୁଆର୍ଟ ସ୍କୁଲ ଛକ ନିକଟରେ ପୂଜା କମିଟିଗୁଡିକୁ ସମ୍ମାନିତ କରାଯିବ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଜଣାଇଛନ୍ତି । ଉପରୋକ୍ତ ଛକଗୁଡିକରେ କଂଗ୍ରେସ ଦଳର ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଶ୍ରୀ ଚୌଧୁରୀ ନିବେଦନ କରିଛନ୍ତି । ଏଥି ନିମନ୍ତେ ପୋଲିସ କର୍ତୃପକ୍ଷଙ୍କୁ ବିଧିବଦ୍ଧ ଅନୁମତି ମଗାଯାଇଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀ ଚୌଧୁରୀ ଜଣାଇଛନ୍ତି ।