ବିପଦ ପୂର୍ଣ୍ଣ ଅବସ୍ଥାରେ ଚାଲିଚି ଭବିଷ୍ୟତ ଗଢ଼ା ।

ଅଭିଯୋଗ
  • 2018-10-14 11:38:59
  • 432

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପଳ ପଞ୍ଚାୟତର ନନ୍ଦସାହି ଠାରେ ୧୯୩୬ ମସିହାରେ ସ୍ଥାପିତ ପୁରାତନ କିମ୍ଭିରିଆପାଳ ପ୍ରାଥମିକ ବିଦ୍ୟାଳୟ ଉପରେ ଏ ପର୍ଯ୍ୟନ୍ତ କୋଣସି ସରକାରୀ ବାବୁଙ୍କ ସୁଦୃଷ୍ଟି ପଡ଼ିନାହିଁ । ୧୯୩୬ ମସିହାରେ ଯେତିକି ବିଦ୍ୟାଳୟର ଶ୍ରେଣୀ ଗୃହ ତିଆରି ହୋଇଥିଲା ସେତିକି ହେଇ ରହି ଯାଇଛି ନା ଏପର୍ଯ୍ୟନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେଇଚି ନା ଅସଜଡ଼ା ଶ୍ରେଣୀ ଗୃହକୁ ସଜଡ଼ା ଯାଇଛି ବଣ ମଲ୍ଲି ବଣରେ ଝଡି ଗଲା ପରି ବିଦ୍ୟାଳୟଟିର ଦୀପ ଲିଭି ଲିଭି ଯାଉଚି । ବିଦ୍ୟାଳୟର କାନ୍ଥ ଫାଟିଯିବା ସହିତ ଆଜବେଷ୍ଟ ଭାଙ୍ଗି ଗଲାଣି କାଠ ମଧ୍ୟ ଭାଙ୍ଗି ଯାଇ ତଳକୁ ଚାହିଁ ରହିଚି । ବିଦ୍ୟାଳୟର ଏମିତି ବିପଦ ପୂର୍ଣ୍ଣ ଅବସ୍ଥା ଦେଖି ଅଭିଭାବକ ମାନେ ପିଲାଙ୍କୁ ଆଉ ବିଦ୍ୟାଳୟ କୁ ଛାଡୁ ନାହାନ୍ତି । ଅନ୍ୟ ବିଦ୍ୟାଳୟ ରେ ନାମ ଲେଖିବା ଏବଂ ଅନ୍ୟ ବିଦ୍ୟାଳୟ ମୁହାଁ ହେବା ଫଳରେ ବିଦ୍ୟାଳୟ ରେ ଆଉ ମାତ୍ର ୧୪ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଯଦି ବିଦ୍ୟାଳୟଟି ପ୍ରତି ପ୍ରଶାସନ ଦୃଷ୍ଟି ନଦିଏ ବିଦ୍ୟାଳୟ ଟି ବନ୍ଦ ହେଇଯିବାର ଯଥେଷ୍ଟ ସମ୍ଭାବନା ଅଛି ।