ବରୀ ବ୍ଲକ ଅନ୍ତର୍ଗତ ସ୍ୱାଇଁଖଣ୍ଡ ଓ ଭଆରା ଗ୍ରାମପଞ୍ଚାୟତର ରାସ୍ତାର ଦୁଃଖ

ଅଭିଯୋଗ
  • 2018-10-14 11:14:35
  • 458

କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର, ବରୀ ବ୍ଲକ ଅନ୍ତର୍ଗତ ଭଆରା ପଞ୍ଚାୟତ ଓ ଭଆରା ଗ୍ରାମର ୫ନମ୍ବର ୱାଡର ରାସ୍ତାର ଅବସ୍ତା ଶୋଚନୀୟ ହୋଇପଡିଛି । ଗ୍ରାମବାସୀ ବହୁ ବାର ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କୁ ଜଣାଇବା ପରେ କୈାଣସି ସୁଫଳ ପାଇପାରୁନାହାଁନ୍ତି । ଦୀର୍ଘଦିନ ହେଲାଣି ରାସ୍ତାରେ ଢଳେଇ ଭାଙ୍ଗିଯିବା ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଦୁଇଟି ପଞ୍ଚାୟତର ମୁଖ୍ୟ ରାସ୍ତା ମାନଙ୍କର ଅବସ୍ତା ଏମିତି ତାହେଲେ ଅନ୍ୟ ଗ୍ରାମ ଗୁଡିକର ରାସ୍ତାର ଅବସ୍ତା କଣ ନହୋଇଥିବ । ଏହି ରାସ୍ତା ଗୁଡିକରେ ପାଖାପାକ୍ଷୀ ୧୦ଟି ଗ୍ରାମର ଲୋକମାନେ ଯିବା ଆସିବା କରିଥାନ୍ତି । ରାସ୍ତାରେ ବଡ ବଡ ଗାତ ମାନ ସୃଷ୍ଟି ହେବା ଫଳରେ ରାତିରେ ଲୋକ ମାନେ ସେହି ଗାତରେ ପଡି ମେଡିକାଲ ଯିବାର ନଜରକୁ ଆସିଛି । ଠିକ ସେମିତି ସ୍ୱାଇଁଖଣ୍ଡ ପଞ୍ଚାୟତର ଯଁପଡା ଗ୍ରାମରୁ ୪ନମ୍ବର ୱାଡକୁ ଯିବାକୁ ହେଲେ ଏକାଅବସ୍ତା । ଖରାଦିନେ ଲୋକମାନେ ଯାହାଯେମିତି ଚଳି ଆସୁଥିଲେ କିନ୍ତୁ ଅସରାଏ ବର୍ଷା ହୋଇଗଲେ ଲୋକମାନଙ୍କର ଦୁଃଖ କହିଲେ ନସରେ । ଯଁପଡା ଗ୍ରାମରୁ ୪ନମ୍ବର ୱାଡ କାଣ୍ଡିସାହି ଯିବାକୁ ହେଲେ ଏବେ ଗ୍ରାମବାସୀଙ୍କୁ ଗୋଳକୁଣ୍ଡ ପଞ୍ଚାୟତ ରାସ୍ତାରେ ଯିବାକୁ ପଡୁଚି । ଅନେକ ଦିନ ହେବ ରାସ୍ତାରେ ମାଟି ମୁଠାଏ ପଡି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୪ନମ୍ବର ୱାଡର ୨୭ପରିବାର ଏବଂ ବିଦ୍ୟାଳୟକୁ ଯିବା ପାଇଁ ଅନେକ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏବିଷୟରେ ସରପଞ୍ଚ ଓ ଉପରୋସ୍ତ ଅଧିକାରୀ ଜାଣିଥିଲେ ମଧ୍ୟ କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।