ପିସିସି ସଭାପତିଙ୍କ ସମେତ ୧୦ଜଣିଆ ସଦସ୍ୟ ଯିବେ ବନ୍ୟା ପ୍ରଭାବିତ ଅଞ୍ଚଳ

ବାତ୍ୟା ଖବର
  • 2018-10-13 15:32:07
  • 442

କାନଭାସ୍ ଓଡିଶା(ବ୍ୟୁରୋ) : ଚଳିତ ମାସ ସଂଗଠିତ ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲାର ପ୍ରଭାବିତ ଜନସାଧାରଣଙ୍କୁ ବିପଦ ସମୟରେ ଭେଟିବା ସହ ସେମାନଙ୍କର ଦୁଃଖ ବୁଝିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ୧୪, ୧୫, ୧୬ ଓ ୧୭ ତାରିଖ (ରବିବାର, ସୋମବାର, ମଙ୍ଗଳବାର ଓ ବୁଧବାର) ଚାରି ଦିନିଆ ଗସ୍ତରେ ଉପରୋକ୍ତ ଜିଲ୍ଲାକୁ ଯାଉଛନ୍ତି । ସଂଗଠିତ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଲୋକମାନଙ୍କ ସମସ୍ୟା ଓ ଦୁଃଖ ବୁଝିବା ନିମନ୍ତେ ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ୧୦ ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ସର୍ବଶ୍ରୀ କେ.ସୁରିଆ ରାଓ, ବିଧାୟକ ପାରଳାଖେମୁଣ୍ଡି, ଶ୍ରୀ ରମେଶ ଜେନା, ପ୍ରାକ୍ତନ ବିଧାୟକ, ସାନଖେମୁଣ୍ଡି, ରାୟଗଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପଣ୍ଡା, ରାୟଗଡା ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ପୁରୁଷୋତମ ଗମାଙ୍ଗୋ, କଂଗ୍ରେସ ନେତା ଶ୍ରୀଯୁକ୍ତ ତିରୁପତି ପାଣିଗ୍ରାହୀ, ପିସିସି ଉପସଭାପତି ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଶ୍ରୀ ସଦନ ନାୟକ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ତ୍ରିନାଥ ବେହେରା, ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଭୂତି ପାତ୍ର, ପିସିସି ସାଧାରଣ ସଂପାଦକ ତଥା ଗଜପତି ଜିଲ୍ଲା ପ୍ରଭାରୀ ଆପାଲାସ୍ୱାମୀ କାଡ୍ରାକା ଉକ୍ତ କମିଟିର ସଦସ୍ୟ ରହିଛନ୍ତି ଓ ପିସିସି ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଶ୍ରୀ ଶୁଭେନ୍ଦୁ ମହାନ୍ତି କମିଟିର ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।