ଡକାୟତି ଉଦ୍ୟମକୁ ପଣ୍ଡ କଲେ ଟାଙ୍ଗି ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ

ଅପରାଧ
  • 2018-10-12 20:54:19
  • 275

କାନଭାସ୍ ଓଡିଶା(ବ୍ୟୁରୋ) : ଖୋର୍ଦ୍ଧା, ରଣପୁର, ଟାଙ୍ଗୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧି ମାନଙ୍କୁ ଧରିବାରେ ସଫଳ ହେବା ସହ ଏକ ବଡ ଧରଣର ଡକାୟତି ଉଦ୍ୟମକୁ ଭଣ୍ଡୁର କରିଛନ୍ତି ଥାନାଧିକାରୀ ସରୋଜ କୁମାରଙ୍କ ଟିମ୍ । ରାତ୍ରୀ ପେଟ୍ରୋଲିଂ ସମୟରେ ଅଚାନକ ଖବର ପାଇ ଜନତା କଲେଜ କ୍ୟାମ୍ପସରେ ଚଢାଉ କରି ରଣପୁରର ରଂଜିତ୍ ନାୟକ, କୁହୁଡିର କେଳୁ ନାୟକ, କୁଂଜୁରୀର ପ୍ରସନ୍ନ ନାୟକ ଓ ୟୁପିର ରାକେଶ ଯାଦବକୁୁ ଗିରଫ କରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଅପରାଧି ପୋଲିସକୁ ଚକମା ଦେଇ ଖସି ପଳେଇବାରେ ସମର୍ଥ ହୋଇଛି । ସେମାନଙ୍କ ନିକଟରୁ ଖଣ୍ଡା, ଏକ ବନ୍ଧୁକ, ଚାପଡ, ଭୁଜାଲି, ଲୁହା ରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ କେସ୍ ଥିବା କହିଛନ୍ତି ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ । REPORT- SHANKAR BEHERA, TANGI ID NO-CO002