‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ତିନି ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ

ବାତ୍ୟା ଖବର
  • 2018-10-12 18:23:04
  • 458

କାନଭାସ୍ ଓଡିଶା(ବ୍ୟୁରୋ) : ବାତ୍ୟା ତିତଲିର ପ୍ରଭାବରେ ବେଶି ପ୍ରଭାବିତ ହୋଇଥିବା ତିିନି ଜିଲ୍ଲା ଗଞ୍ଜାମ, ଗଜପତ. ରାୟଗଡା ପ୍ରଭୁତି ଗ୍ରସ୍ତ କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳ ସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଏହି ଗୁରୁ ଦାୟିତ୍ୱ ଆଜି ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଏହା ଛଡା କିଛି ବିଭାଗର ପୂଜାଛୁଟିକୁ ବାତିଲ କରି ସରକାରୀ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟ କର୍ମଚାରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି ।